ETV Bharat / state

ଗୋଚର ଜମିରୁ ଘର ଭଙ୍ଗାକୁ ନେଇ ଉତ୍ତେଜନା - ଉତ୍ତେଜନା

ଗୁରୁବାର ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ସରଧାପୁର ଗାଁରେ ଗୋଚର ଜମିରେ ଘର କରି ରହୁଥିବା ଲୋକର ଘରଭଙ୍ଗାକୁ ନେଇ ପୋଲିସ ଏବଂ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ।

police
ଗୋଚର ଜମିରୁ ଘର ଭଙ୍ଗାକୁ ନେଇ ଉତ୍ତେଜନା
author img

By

Published : Jun 25, 2020, 12:21 PM IST

ଅନୁଗୋଳ: ଗୋଚର ଜମି ଜବରଦଖଲକୁ ନେଇ ଗାଁରେ ବିବାଦ । ଗୁରୁବାର ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ସରଧାପୁର ଗାଁରେ ଗୋଚର ଜମିରେ ଘର କରି ରହୁଥିବା ଲୋକର ଘରଭଙ୍ଗାକୁ ନେଇ ପୋଲିସ ଏବଂ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ।

ମିଳିଥିବା ସୂଚନା ଅନୁସାରେ, ସରଧାପୁର ଗାଁର ଏକ ଗୋଚର ଜମିରେ ମାଙ୍ଗତା ନାୟକ ନାମକ ଜଣେ ବ୍ୟକ୍ତି ଅନେକ ବର୍ଷ ହେବ ଘର କରି ରହିଆସୁଥିଲା । ଗାଁରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଯାଗା ଆବଶ୍ୟକ ପଡିବାରୁ ମାଙ୍ଗତା ରହୁଥିବା ଗୋଚର ଜମିରେ ପ୍ରକଳ୍ପ କରିବାକୁ ଗାଁ ଲୋକେ ଜିଦ ଧରିଥିଲେ ।

ଗୋଚର ଜମିରୁ ଘର ଭଙ୍ଗାକୁ ନେଇ ଉତ୍ତେଜନା

ଖାଲି ସେତିକି ନୁହେଁ ମାଙ୍ଗତା ରହୁଥିବା ଘରକୁ ମଧ୍ୟ ଗାଁ ଲୋକେ ମିଶି ଭାଙ୍ଗି ଦେଇଥିବା ମାଙ୍ଗତା ପୋଲିସକୁ ଅଭିଯୋଗ କରିଥିଲା । ଅଭିଯୋଗ ପାଇ ପୋଲିସ ଗାଁରେ ପହଞ୍ଚି ଘର ଭାଙ୍ଗିଥିବା ଲୋକଙ୍କୁ ଗିରଫ କରୁଥିବାବେଳେ ପୋଲିସ ଗାଡିକୁ ଅଟକ ରଖିଥିଲେ କିଛି ମହିଳା । ଯାହାକୁ ନେଇ ଗୁରୁବାର ଗାଁରେ ପୋଲିସ ଏବଂ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ଏପଟେ ଘଟଣାସ୍ଥଳରେ ଅନ୍ୟ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଅଟକ ଗାଡିକୁ ଉଦ୍ଧାର କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.