ETV Bharat / state

ଭାଙ୍ଗିଗଲା ବିବାହ, ପ୍ରେମିକାକୁ ଗଣଦୁଷ୍କର୍ମ

ଯୁବତୀକୁ ତାର ପ୍ରେମିକ ଓ ପରେ ଭାବି ସ୍ୱାମୀ ହେବାକୁ ଥିବା ଯୁବକ କିଛି ଲୋକଙ୍କ ସହ ମିଶି ଗଣଦୁଷ୍କର୍ମ କରିଛନ୍ତି ବୋଲି ଯୁବତୀ ଜଣକ ଅନୁଗୋଳ ଥାନାରେ ଅଭିଯାଗ କରିଛନ୍ତି ।

author img

By

Published : May 6, 2019, 3:32 PM IST

Updated : May 6, 2019, 7:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ସାଧାରଣତଃ ପ୍ରେମରେ 'ମୋର ନୁହଁ ତ କାହାର ନୁହଁ' ବାକ୍ୟ ଶୁଣିବାକୁ ମିଳିଥାଏ । କିମ୍ବା ଏହା ବେଳେବେଳେ ସତ ମଧ୍ୟ ହୋଇଯାଏ । କିନ୍ତୁ ଏଠାରେ ଏହାର ଓଲଟା 'ମୋର ନୁହଁ ତ ସମସ୍ତଙ୍କର' । ପ୍ରେମିକାକୁ ଧୋକା ଦେଲା ପ୍ରେମିକ । ପ୍ରଥମେ ପ୍ରେମ, ପରେ ବିବାହର ପ୍ରତିଶୃତି ଓ ବିବାହ ଭାଙ୍ଗିବା ପରେ ପ୍ରେମିକାକୁ ଗଣ ଦୁଷ୍କର୍ମ କଲା ପ୍ରେମିକ । ଏଭଳି ଅଭିଯାେଗ ଆସିଛି ଅନୁଗୋଳ ଜିଲ୍ଲାରୁ । ଜଣେ ଯୁବତୀକୁ ତାର ପ୍ରେମିକ ଓ ପରେ ଭାବି ସ୍ୱାମୀ ହେବାକୁ ଥିବା ଯୁବକ କିଛି ଲୋକଙ୍କ ସହ ମିଶି ଗଣ ଦୁଷ୍କର୍ମ କରିଛନ୍ତି ବୋଲି ଯୁବତୀ ଜଣକ ଥାନାରେ ଅଭିଯାଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲାର ଠାକୁର ଗଡ଼ କନ୍ତପଡା ଗାଁର ନରେନ୍ଦ୍ର ସାହୁର ଗତ 5-6 ମାସ ତଳେ ପାଖ ଗାଁର ଝିଅ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିଛି ଦିନ ପରେ ପରିବାର ଲୋକେ ଏସମ୍ପର୍କରେ ଜାଣିବା ପରେ ଉଭୟଙ୍କ ବିବାହ ପାଇଁ ମଧ୍ୟ ସ୍ଥିର କରିଥିଲେ । ହେଲେ ହଠାତ କୌଣସି କାରଣ ବଶତଃ ବିବାହ ଭାଙ୍ଗିଯିବା ପରେ ନରେନ୍ଦ୍ର ଯୁବତୀ ଜଣଙ୍କୁ ଏଭିଳି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି ।

ଯୁବତୀ ଜଣକ ନିଜ ମାଉସୀ ଘର ପୁରୁଣାକୋଟ ଥାନା ପୋକୁଣ୍ଡା ଗାଁକୁ ଆସିଥିବାବେଳେ ସେଠାକୁ ନରେନ୍ଦ୍ର ତାର କିଛି ସହଯୋଗୀଙ୍କୁ ଆଣି ଯୁବତୀଙ୍କ ସହ ଖରାପ ସମ୍ପର୍କ ରଖିବା ପରେ ରାସ୍ତାରେ ଫିଙ୍ଗି ଦେଇଥିବା ଯୁବତୀ ଜଣକ କହିଛନ୍ତି । ଏନେଇ ପୁରୁଣାକୋଟ ଥାନାରେ ଏକ ମାମଲା ରୁଜୁ ହେବା ସହ ପୋଲିସ ଯୁବତୀଙ୍କ ବୟାନ ରେକର୍ଡ କରି ଅଧିକ ତଦନ୍ତ କରୁଛି । ତେବେ ତଦନ୍ତ ଚାଲୁ ଥିବାରୁ ଘଟଣା ନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି । ତେବେ କଥା ଉଠୁଛି ଉଭୟ ଭଲ ପାଉଥିଲେ ବିବାହ ପାଇଁ ସବୁ ଆଲୋଚନା ହୋଇଥିଲା ତେବେ ବିବାହ ଭାଙ୍ଗିବାର କାରଣ ଓ ଯୁବତୀ କରୁଥିବା ଅଭିଯାଗର ପ୍ରକୃତ ତଦନ୍ତର ଆବଶ୍ୟକତା ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

dffgd

Conclusion:
Last Updated : May 6, 2019, 7:44 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.