ETV Bharat / state

ତାଳଚେର ଗଣପର୍ବ ଗଣେଶ ପୂଜା, ୨ ବର୍ଷ ହେଲାଣି ପଡ଼ିଛି ଫିକା - ତାଳଚେର ଗଣେଶ ପୂଜା

୧୨ ଦିନ ଧରି ଚାଲୁଥିବା ଅନୁଗୋଳ ତାଳଚେରର ଗଣପର୍ବ ଗଣେଶ ପୂଜା ୨ ବର୍ଷ ଧରି ଫିକା ପଡିଯାଇଛି । ଅଧିକ ପଢନ୍ତୁ...

ତାଳଚେର ଗଣପର୍ବ ଗଣେଶ ପୂଜା, ୨ ବର୍ଷ ହେଲାଣି ପଡ଼ିଛି ଫିକା

author img

By

Published : Sep 10, 2021, 9:06 PM IST

ଅନୁଗୋଳ: ମହାମାରୀ କୋରୋନା ଯୋଗୁଁ ଗତ ବର୍ଷ ପରି ଏଥର ବି ଫିକା ପଡିଛି ତାଳଚେରର ପ୍ରସିଦ୍ଧ ଗଣପର୍ବ ଗଣେଶ ପୂଜା । କଟକଣା ମଧ୍ୟରେ କେବଳ ଘରେ ଏବଂ ବିଭିନ୍ନ ପୂଜା କମିଟି ମଣ୍ଡପ ଭିତରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇଛି ।

ତାଳଚେର ଗଣପର୍ବ ଗଣେଶ ପୂଜା, ୨ ବର୍ଷ ହେଲାଣି ପଡ଼ିଛି ଫିକା

କୋରୋନା କଟକଣା ଯୋଗୁଁ ଏଥର ତାଳଚେରରେ ପ୍ରସିଦ୍ଧ ଗଣେଶ ପୂଜା ବନ୍ଦ ହୋଇଯାଇଛି । କେବଳ ଘରେ ଏବଂ ବିଭିନ୍ନ ପୂଜା କମିଟି ମଣ୍ଡପ ଭିତରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇଛି । ଗଣେଶ ପୂଜା ତାଳଚେରବାସୀଙ୍କର ଗଣପର୍ବ ଭାବେ ଜଣାଶୁଣା । ଗଣେଶ ପୂଜା ଆସିଲେ ପ୍ରତ୍ୟେକଙ୍କ ଘରକୁ ବନ୍ଧୁ ବାନ୍ଧବ ଆସନ୍ତି । ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି । ଘରେ ଘରେ ପିଠା ପଣାର ଆସର ଜମେ । କିନ୍ତୁ ଗତ ୨ ବର୍ଷ ହେବ ଏ ସବୁ ବନ୍ଦ ହୋଇଯାଇଥିବାରୁ ତାଳଚେରବାସୀଙ୍କ ମନରେ ଦୁଃଖ ଦେଖିବାକୁ ମିଳିଛି ।

ଏହାସହିତ ମୂର୍ତ୍ତି କାରିଗରମାନେ ବର୍ଷ ସାରାର ରୋଜଗାର ହରାଇଛନ୍ତି । ଛୋଟ ମୋଟ ଦୋକାନୀମାନେ ନିରାଶ ହୋଇଛନ୍ତି । ତୋରଣ, ଲାଇଟ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଭଲ ଦି ପଇସା ପାଉଥିବା ଟେଣ୍ଟ ହାଉସ ମାଲିକମାନେ ହାତ ବାନ୍ଧି ବସିଛନ୍ତି । ତାଳଚେରରେ ଗଣେଶପୂଜା ପ୍ରାୟ ୧୨ ଦିନ ଧରି ଚାଲେ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଚାରିଆଡ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇ ଉଠେ । ଶତାଧିକ ମଣ୍ଡପରେ ଗଜାନନ ପୂଜା କରାଯାଏ । ହେଲେ କୋରୋନା ଯୋଗୁଁ ସବୁ ଫିକା ପଡିଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.