ETV Bharat / state

ମା' ଗଜଲକ୍ଷ୍ମୀଙ୍କ ଆଗମନରେ ଚମକୁଛି ସମଗ୍ର ଅନୁଗୋଳ

author img

By

Published : Oct 14, 2019, 2:55 AM IST

ଆରମ୍ଭ ହୋଇଛି ଅନୁଗୋଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । ସହର ସମେତ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମା'ଙ୍କର ପୂଜା ବେଶ ଧୁମଧାମରେ ଆରମ୍ଭ ହୋଇଛି ।

ମା' ଗଜଲକ୍ଷ୍ମୀଙ୍କ ଆଗମନରେ ଚମକୁଛି ସମଗ୍ର ଅନୁଗୋଳ

ଅନୁଗୋଳ: ମା' ଦୁର୍ଗାଙ୍କ ବିଦାୟ ପରେ ଧରାବତରଣ କରିଛନ୍ତି ଧନଦାତ୍ରୀ ମା' ମହାଲକ୍ଷ୍ମୀ । ଆରମ୍ଭ ହୋଇଛି ଅନୁଗୋଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । ଏଥର ସହର ସମେତ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମା'ଙ୍କର ପୂଜା ବେଶ ଧୁମଧାମରେ ଆରମ୍ଭ ହୋଇଛି । କେବଳ ସହର ମଧ୍ୟରେ 50ଟି ମଣ୍ଡପରେ ମା' ଧନଦାତ୍ରୀଙ୍କୁ ଆବାହନ କରାଯାଇଛି ।

ଆରମ୍ଭ ହୋଇଛି ଅନୁଗୋଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । କୁମାରପୂର୍ଣ୍ଣିମା ଦିନ ଠାରୁ ମା'ଙ୍କୁ ଆବାହନ ବିଧି ରହିଥିବା ବେଳେ ସମସ୍ତ ମଣ୍ଡପରେ ମା'ଙ୍କର ବିଧିପୂର୍ବକ ପୂଜା ହୋଇଛି । ରବିବାର ବିଳମ୍ବିତ ରାତିରେ କଳସ ଯାତ୍ରା କରି ମଣ୍ଡପ କର୍ମକର୍ତ୍ତା ମାନେ ଗଙ୍ଗା ଆବାହନ କରିବା ସହ ପୂଜକର ମନ୍ତ୍ର ଧ୍ବନୀରେ ଆବାହନ ପୂଜା କରିଥିଲେ । ମା'ଙ୍କର ପ୍ରାଣ ପ୍ରତିଷ୍ଠା ଚକ୍ଷୁ ଦାନ ପରେ ସୋଡ ଶହ ଉପଚାରରେ ପୂଜା ଆରମ୍ଭ ହେଉଛି । ପୂଜା ପାଇଁ ସମଗ୍ର ଅନୁଗୋଳ ସହର ରଙ୍ଗୀନ ଆଲୋକରେ ସଜେଇ ହୋଇଛି । ସହର ସାରା ଛାଇ ଯାଇଛି ଆଲୋକର ମାଳା ।

ମା'ଙ୍କ ଆବାହନରେ ଉତ୍ସବ ମୁଖରିତ ହୋଇ ଉଠିଛି ସାରା ଅନୁଗୋଳ । ଏଥର ପୂଜାରେ କିଏ ମୂର୍ତ୍ତି ନିର୍ମାଣଙ୍କୁ ଅଧିକ ଗୁରୁତ୍ଵ ଦେଇଛି ତ ଆଉ କିଏ ତୋରଣ ନିର୍ମାଣ ଉପରେ ଦେଇଛନ୍ତି ଗୁରୁତ୍ଵ । ରାଜ୍ୟ ତଥା ରାଜ୍ୟ ବାହାରର ଶିଳ୍ପୀ ଓ କାରିଗର ଏଥର ଅନୁଗୋଳରେ ମୂର୍ତ୍ତୀ ନିର୍ମାଣ କରିଛନ୍ତି ।
ପୂଜା ଭିଡକୁ ନଜରରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୱାନ ୱେ ଟ୍ରାଫିକ ବ୍ୟବସ୍ଥା ସହ ତିନିଜଣ ଅତିରିକ୍ତ ଏସପିଙ୍କୁ ସୁରକ୍ଷା ଦାୟିତ୍ଵ ଦିଆଯାଇଛି । ଏହାସହ ଏକ କମ୍ପାନୀ ପାରାମିଲିଟାରୀ ଫୋର୍ସ ସହ25 ପ୍ଲାଟୁନ ଫୋର୍ସ ପୂଜାରେ ମୁତୟନ ହୋଇଛନ୍ତି ।

ଆସନ୍ତା 11 ଦିନ ଧରି ଚାଲିବ ମା'ଙ୍କର ଏହି ପୂଜା ଉତ୍ସବ । ଏଥିପାଇଁ ସହରଠୁ ଗାଁ ସବୁଠି ଲାଗି ରହିବା ପୂଜା ମାହୋଲ । କାରଣ ଗଜଲକ୍ଷ୍ମୀ ପୂଜା ହେଉଛି ଅନୁଗୋଳର ଗଣପର୍ବ ।

ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ

Intro:ମା ଯୋଗମାୟା ଙ୍କ ବିଦାୟ ପରେ ଧରାବତର କରିଛନ୍ତି ଧନଦାତ୍ରୀ ମା ମହାଲକ୍ଷ୍ମୀ । ଆରମ୍ଭ ହୋଇଛି ଅନୁଗୋଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । ଏଥର ସହର ସମେତ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମା ଙ୍କର ପୂଜା ବେଶ ଧୁମଧାମ ରେ ଆରମ୍ଭ ହୋଇଛି । କେବଳ ସହର ମଧ୍ୟରେ ୫୦ ଟି ମଣ୍ଡପରେ ମା ଧନଦାତ୍ରୀଙ୍କୁ ଆବାହନ କରାଯାଇଛି । ଆଉ ଏଥିପାଇଁ ସାରା ସହର ଟା ସଜେଇ ହୋଇଛି ।Body:Vo – 1
ଆରମ୍ଭ ହୋଇଛି ଅନୁଗୋଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । କୁମାର ପୁର୍ଣିମା ଦିନ ଠାରୁ ମା ଙ୍କୁ ଆଭାହନ ବିଧି ରହିଥିବା ବେଳେ ସମସ୍ତ ମଣ୍ଡପରେ ମାଙ୍କର ବିଧି ପୂର୍ବକ ପୂଜା ହୋଇଛି । ରବିବାର ବିଳମ୍ବିତ ରାତିରେ କଳସ ଯାତ୍ରା କରି ମଣ୍ଡପ କର୍ମକର୍ତ୍ତା ମାନେ ଗଙ୍ଗା ଆବାହନ କରିବା ସହ ପୂଜକ ର ମନ୍ତ୍ର ଧୋନୀରେ ଆବାହନୀ ପୂଜା କରାଯାଇଛି । ମାଙ୍କର ପ୍ରାଣପତିଷ୍ଠା ଚକ୍ଷୁ ଦାନ ପରେ ସୋଢସହ ଉପଚାରରେ ପୂଜା ଆରମ୍ଭ ହେଉଛି । ପୂଜା ପାଇଁ ସମଗ୍ର ଅନୁଗୋଳ ସହର ରଙ୍ଗୀନ ଆଲୋକ ରେ ସଜେଇ ହୋଇଛି । ସହର ସାରା ଛାଇ ଯାଇଛି ଆଲୋକର ମାଳା ।
Byte – 1 ସୂର୍ଯ୍ୟମଣି ଶଢଙ୍ଗୀ, ପୂଜକ
Byte – 2 ସଂଜୀବ ପ୍ରଧାନ , ପୂଜାକମିଟି କର୍ମକର୍ତ୍ତା
Vo – 2
ମା ଅନୁଗୋଳ ସହରରେ ଗଜଲକ୍ଷ୍ମୀ ଭାବେ ପୂଜା ପାନ୍ତି । ମାଙ୍କ ଆବାହନ ରେ ଉତ୍ସବ ମୁଖରିତ ହୋଇ ଉଠିଛି ସାରା ଅନୁଗୋଳ । ଏଥର ପୂଜାରେ କିଏ ମୂର୍ତ୍ତି ନିର୍ମାଣଙ୍କୁ ଅଧିକ ଗୁରୁତ୍ଵ ଦେଇଛି ତ ଆଉ କିଏ ତୋରଣ ନିର୍ମାଣ ଉପରେ ଦେଇଛନ୍ତି ଗୁରୁତ୍ଵ । ରାଜ୍ୟ ତଥା ରାଜ୍ୟ ବାହାରର ଶିଳ୍ପୀ ଓ କାରିଗର ଏଥର ଅନୁଗୋଳ ରେ ମୂର୍ତି ନିର୍ମାଣ କରିଛନ୍ତି । ପୂଜା ଭିଡ କୁ ନଜର ରେ ରାଖୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି । ୱାନ ୱେ ଟ୍ରାଫିକ ବ୍ୟବସ୍ଥା ସହ ତିନିଜଣ ଅତିରିକ୍ତ ଏସପି ଙ୍କୁ ସୁରକ୍ଷା ଦଇତ୍ଵ ଦିଆଯାଇଛି । ଏହା ସହ ଏକ କମ୍ପାନୀ ପରାମିଲିଟାରୀ ଫୋର୍ସ ସହ ୨୫ ପ୍ଲାଟୁନ ଫୋର୍ସ ପୂଜା ରେ ମୁତୟନ ହୋଇଛନ୍ତି ।
Byte – 3 କିଶୋର କର ଉପ ସଭାପତି କେନ୍ଦ୍ରୀୟ ପୂଜା କମିଟି
Conclusion:ଆସନ୍ତା ୧୧ ଦିନ ଧରି ଚାଲିବ ମା ଙ୍କ ର ଏହି ପୂଜା ଉତ୍ସବ । ଏଥିପାଇଁ ସହର ଠାରୁ ଗାଁ ସବୁଠି ଲାଗି ରହିବା ପୂଜା ମାହୋଲ । କାହିଁକି ନା ଗଜଲକ୍ଷ୍ମୀ ପୂଜା ହେଉଛି ଅନୁଗୋଳ ର ଗଣପର୍ବ ।
ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.