ETV Bharat / state

ଗଡଜାତ ଗାଁ ଲୋକେ ପାଳିବେନି ଦଶହରା !

କୋଭିଡ କଟକଣାକୁ ମାନି ସଂକ୍ରମଣକୁ ରୋକିବା ଦିଗରେ ଗୋଟିଏ ପାଦ ଆଗକୁ ଯାଇ ଏଥର ଦେବୀ ଦୁର୍ଗାଙ୍କ ଦଶହରା ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗଡ଼ତରାସ ଗ୍ରାମବାସୀ ।

author img

By

Published : Oct 21, 2020, 11:10 AM IST

Gadjat villagers are not celebrating Dashahara this year
ଗଡ଼ଜାତ ଗାଁ ଲୋକେ ଏଥର ପାଳିବେନି ଦଶହରା

ଅନୁଗୋଳ: ରାଜାରାଜୁଡା ସମୟରୁ ଦେବୀ ଦୁର୍ଗାଙ୍କୁ ଆରାଧନା କରିଆସୁଥିବା ଗଡ଼ତରାସ ଗ୍ରାମବାସୀ ଏଥର ପାଳିବେ ନାହିଁ ଦଶହରା । କୋଭିଡ କଟକଣାକୁ ମାନି ସଂକ୍ରମଣକୁ ରୋକିବା ଦିଗରେ ଗୋଟିଏ ପାଦ ଆଗକୁ ଯାଇ ଏଥର ମା’ ଙ୍କ ପୂଜା ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଅନୁଗୋଳ ଜିଲ୍ଲାର ଗଡ଼ତରାସ ଗାଁ ରେ ଆଠଟି ମଣ୍ଡପରେ ମା ଦୁର୍ଗାଙ୍କ ଆରାଧନା କରାଯାଏ । ମା’ଙ୍କ ସ୍ବତନ୍ତ୍ର ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରି ଲୋକେ ପୂଜା କରନ୍ତି ।

ଗଡ଼ଜାତ ଗାଁ ଲୋକେ ଏଥର ପାଳିବେନି ଦଶହରା

ଏହା ଛଡା ଅଷ୍ଟମୀ ଠାରୁ ଦଶମୀ ପର୍ଯ୍ୟନ୍ତ ଗାଁ ରେ ଥିବା ପିଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଏ । କିନ୍ତୁ ଏଥର ଆଡମ୍ବରର ସହ ପାଳନ ନ କରିବାକୁ ଗାଁ ଲୋକେ ନିଷ୍ପତ୍ତି ନେଇଛନ୍ତି । କେବଳ ବିଧୁ ରଖିବାକୁ 5 ରୁ 7 ଜଣକ ମଧ୍ୟରେ ମାଁଙ୍କ ଛୋଟ ମାଟିର ମୂର୍ତ୍ତି କିଣି ପୂଜା କରିବେ ଏହି ଗାଁ ଲୋକେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.