ETV Bharat / state

ଦୋଛକିରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ, ଦୁର୍ଦ୍ଦିନରେ ପରିବାର

author img

By

Published : Oct 18, 2020, 5:45 PM IST

ବନ୍ଦ ରହିଛି ସାତକୋଶିଆ ବ୍ୟାଘ୍ରପ୍ରକଳ୍ପ । ପ୍ରକଳ୍ପ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିବା ଅସ୍ଥାୟୀ କର୍ମଚାରୀ ମାନଙ୍କୁ ଛଟେଇ କରିଛି ବନ ବିଭାଗ। ଭୋକରେ କର୍ମଚାରୀଙ୍କ ପରିବାର। ଅଧିକ ପଢନ୍ତୁ...

ଦୁର୍ଦ୍ଦିନରେ ପରିବାର, ଅସ୍ଥାୟୀ କର୍ମଚାରୀଙ୍କ ହାତ ଛାଡିଲା ବନ ବିଭାଗ

ଅନୁଗୋଳ: କୋରନା କାଳରେ ଛଟେଇ। ଏହି ଛଟେଇ କରିଛି ବନ ବିଭାଗ। ବିଭାଗକୁ ଅନୁଦାନ କମା ଯିବାପରେ ତଳିଆ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଚାକିରୀରୁ ଛଟେଇ ହୋଇଥିବା ଅନ୍ୟ କର୍ମଚାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭୟାରଣ୍ୟ ଅଧିନସ୍ଥ ପୁରୁଣାକୋଟ ଗାଁର ବିଶ୍ଵମ୍ବର ମାଝୀ। ଦୀର୍ଘ ୩ ବର୍ଷ ହେବ ବନ ବିଭାଗରେ ଅସ୍ଥାୟୀ ବନ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଦିନ ରାତି ନିଜ ସହଯୋଗୀ ମାନଙ୍କ ସହ ମିଶି ଜଙ୍ଗଲ ବିଭାଗ ପାଇଁ ସମସ୍ତ କାର୍ଯ୍ୟ କରୁଥିଲେ । ହେଲେ ଗତ ଏକ ମାସରୁ ଅଧିକ ଦିନ ହେବ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି। କେବଳ ବିଶ୍ଵମ୍ବର ନୁହନ୍ତି ତାଙ୍କ ଭଳି ୧୦୦ ରୁ ଅଧିକ ଅସ୍ଥାୟୀ ବନ କର୍ମଚାରୀଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରିଛି ବିଭାଗ। ଏହାଦ୍ବାରା ବହୁ ଗରିବ ପରିବାର ଭୋକ ଉପାସରେ ରହୁଛନ୍ତି।

ଏମାନଙ୍କ ଚାକିରି ଯିବା ପଛରେ ରହିଛି ବନ ବିଭାଗର ଅପାରଗତା। କାରଣ ଏଠାରେ ବାଘ ବଂଶ ବୃଦ୍ଧି ପାଇଁ 2018 ଜୁନ ମାସରେ ମଧ୍ୟପ୍ରଦେଶର ବାନ୍ଧବଗଡରୁ ବାଘୁଣୀ ଓ କାହ୍ନାରୁ ବାଘ ଅଣାଯାଇ ଜଙ୍ଗଲରେ ଛଡା ଯାଇଥିଲା। କିନ୍ତୁ ଶିକାରୀ ଫାସରେ ପଡି ବାଘର ମୃତ୍ୟୁ ଓ ବାଘୁଣୀ ମଣିଷ ମାରିବା ପରେ ତାକୁ ଧରି ପୁଣି ଏନକ୍ଲୋଜରରେ ଛଡାଯିବା ପରେ ଏହି ବ୍ୟାଘ୍ର ପ୍ରକଳ୍ପକୁ ସ୍ଥଗିତ ରଖିଛି NTCA। ଫଳରେ ବ୍ୟାଘ୍ର ପ୍ରକଳ୍ପ ପାଇଁ NTCA ଯେଉଁ ଅନୁଦାନ ଦେଉଥିଲା ତାହା ବନ୍ଦ କରିଦେଇଛି । ସୂଚନା ଅନୁସାରେ ଗତ ଆର୍ଥିକ ବର୍ଷରେ ପ୍ରାୟ 15କୋଟି ଟଙ୍କା ଦେଇଥିବା ବେଳେ ଚଳିତ ବର୍ଷ ପାଇଁ ଦେଇଛି ମାତ୍ର ତିନିକୋଟି । ଫଳରେ ଉପାୟ ନପାଇ ବିଭାଗ ୱାଚର ମାନଙ୍କୁ ଚାକିରି ରୁ ବହିଷ୍କାର କରିଛି। କାରଣ ଅଧିକ କର୍ମଚାରୀ ରହିଲେ ସେମାନଙ୍କୁ ଦରମା ଦେବା ଅସମ୍ଭବ । ତେଣୁ ଏନଟିସିଏର ଏଭଳି ନିଷ୍ପତ୍ତି ଯୋଗୁଁ ନା ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁଛି ନା ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବନବାସୀ ରୋଜଗାର କ୍ଷମ ହୋଇପାରୁଛନ୍ତି ।

କେବଳ ପରିଚାଳନାଗତ ତୃଟି ଯୋଗୁଁ ଆଜି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଦୋଛକିରେ । ପ୍ରକଳ୍ପର ଶତାଧିକ ଅସ୍ଥାୟୀ କର୍ମଚାରୀ ଜୀବିକା ହରାଇଛନ୍ତି। କର୍ମଚାରୀ ନଥିବାରୁ ବନ୍ୟଜନ୍ତୁ ସୁରକ୍ଷା ମଧ୍ୟ ଅଟକି ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.