ETV Bharat / state

ଅନୁଗୋଳ ମାଟିରେ ଥାଇଲାଣ୍ଡ ବରକୋଳି; ବାର୍ଷିକ ଲକ୍ଷ ଲକ୍ଷ ଲାଭ, ଚାରା ଥରେ ଲାଗିଲେ ୮ବର୍ଷ ଫଳିବ - Angul fruits farming

Foreign fruits farming : ଅନୁଗୋଳ ମାଟିରେ ଫଳୁଛି ଥାଇଲାଣ୍ଡ ବରକୋଳି । ଏହି କୋଳି ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ସେମିତି ସୁସ୍ୱାଦୁ । ଆଗକୁ ପଢ଼ନ୍ତୁ,

ଅନୁଗୋଳ ମାଟିରେ ଥାଇଲାଣ୍ଡ ବରକୋଳି
ଅନୁଗୋଳ ମାଟିରେ ଥାଇଲାଣ୍ଡ ବରକୋଳି
author img

By ETV Bharat Odisha Team

Published : Dec 27, 2023, 10:41 PM IST

ଅନୁଗୋଳ ମାଟିରେ ଥାଇଲାଣ୍ଡ ବରକୋଳି

ଅନୁଗୋଳ: ପେନ୍ଥା ପେନ୍ଥା ହୋଇ ଝୁଲିଛି ନାଲିଆ ସବୁଜ କୋଳି । ଅନୁଗୋଳ ମାଟିରେ ଫଳୁଛି ଥାଇଲାଣ୍ଡ ବରକୋଳି । ଏହି କୋଳି ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ସେମିତି ସୁସ୍ୱାଦୁ । ଆମ ରାଜ୍ୟର ଜଳବାୟୁରେ ସବୁ କିଛି ସମ୍ଭବ ବୋଲି ପ୍ରମାଣିତ କରି ପାରିଛନ୍ତି ଅନୁଗୋଳ ବନ୍ଦାଣପଶି ଗାଁର କିଛି ଚାଷୀ । ଏହି କୋଳିର ଚାହିଦା ଅଧିକ ଥିବାରୁ ବୋଶ ଲାଭବାନ ହେଉଛନ୍ତି ଚାଷୀ । ନିଜସ୍ୱ ଉଦ୍ୟମରେ ଏଭଳି ଏକ ଲାଭ ଦାୟକ ଫସଲ କରି ଅନ୍ୟ ଚାଷୀ ମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି ଏହି ଚାଷୀ ।

୧୦୦ଟି ଗଛରୁ ୨୦ କୁଇଣ୍ଟାଲ ଅମଳ-

ଅନୁଗୋଳ ଜିଲ୍ଲାର ବନ୍ଦାଣପଶି ଗାଁରେ ଦେଖିବାକୁ ମିଳୁଛି ଏଭଳି ମନଲୋଭା ଦୃଶ୍ୟ । ବଗିଚାରେ ଝୁଲୁଛି ପେନ୍ଥା ପେନ୍ଥା ବରକୋଳି । ବନ୍ଦାଣପଶି ଗାଁର ପ୍ରଶାନ୍ତ କୁମାର ସାହୁ ନାମକ ଜଣେ ଚାଷୀ ପ୍ରଥମେ ଏହି କୋଳି ସମ୍ପର୍କରେ ଇଣ୍ଟରନେଟରୁ ଜାଣିଥିଲେ । ଏହାପରେ କଲିକତାର ଏକ ନର୍ସରି ସହ ଯୋଗାଯୋଗ କରି ଚାରା ମଗାଇ ଥିଲେ । ତେବେ ଗତ ବର୍ଷ ମାତ୍ର ୧୦୦ଟି ଗଛ ଲଗାଇ ୨୦ କୁଇଣ୍ଟାଲରୁ ଅଧିକ କୋଳି ଅମଳ କରିଥିଲେ ପ୍ରଶାନ୍ତ । ଏହି ଚାରା ଥରେ ଲଗାଇଲେ ପ୍ରାୟ ୭ରୁ ୮ବର୍ଷ ପର୍ଯ୍ୟନ୍ତ ରହିଥାଏ । ତେଣୁ ଏବର୍ଷ ମଧ୍ୟ ଆଉ ଗଛ ଆଣିବା ସହ ଗତ ବର୍ଷର ଗଛ ଗୁଡ଼ିକର ଡାଳ ଗୁଡିକ କାଟି ଲଗାଯାଇଛି । ଏହି ଚାଷ ପାଇଁ ପାଣି କିମ୍ବା ବିଶେଷ ସାର ଔଷଧର ଆବଶ୍ୟକତା ପଡିନଥାଏ । ଗୋଟିଏ ଗଛରେ ୪୦ ରୁ ୫୦ କେଜି ପର୍ଯ୍ୟନ୍ତ ଫଳ ହୋଇଥାଏ । କେଜି ପ୍ରତି ଅତି କମରେ ୫୦ଟଙ୍କା ଦରରେ ବିକ୍ରି ହେଉଥିବାରୁ ପ୍ରଚୁର ଲାଭ ମଧ୍ୟ ହୋଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ.... କନ୍ଧମାଳରେ ୫୬ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ

ଚଢେଇ ହେଉଛି ଶତ୍ରୁ-

ପ୍ରଶାନ୍ତଙ୍କ ଠାରୁ ଦେଖି ଆଉ ୩ ଜଣ ଚାଷୀ ମଧ୍ୟ ହଜାର ହଜାର ସଂଖ୍ୟାରେ ଗଛ ଲଗାଇଛନ୍ତି । ଏହି ଚାଷରେ ଖର୍ଚ୍ଚ କମ ଏବଂ ଅମଳ ଅଧିକ ହୁଏ । କିନ୍ତୁ ଫଳ ଧରିବା ସମୟରେ ଚଢେଇ ହେଉଛି ଏକମାତ୍ର ଶତ୍ରୁ । ଚଢେଇ ଆସି ଫଳ ଖାଇବା ସହ ଫଳକୁ ନଷ୍ଟ କରିଦିଅନ୍ତି । ତେଣୁ ଚାଷୀମାନେ ମଞ୍ଚା ଉପରେ ରହି ଟିଣ ବଜାଇ ଚଢେଇ ଘଉଡାନ୍ତି । ତେବେ ଚଢେଇ ମାନଙ୍କ ଠାରୁ ଫଳକୁ ସୁରକ୍ଷିତ ରଖିବା ପାଇଁ ଉପରେ ଜାଲ ଲଗାଇ ହେବ । କିନ୍ତୁ ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ରହିଛି । ଚାଷୀମାନେ ନୂଆ କରି ଏହି ଚାଷ କରୁଥିବାରୁ ଅଧିକ ଅର୍ଥ ବିନିଯୋଗ କରିପାରୁ ନାହାନ୍ତି । ଉଦ୍ୟାନ ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଅନୁଗୋଳ ଜିଲ୍ଲା ବ୍ୟତିତ ରାଜ୍ୟରେ ଏହି କୋଳି ଉତ୍ପାଦନ ବୃଦ୍ଧି ପାଇ ପାରିବ ।

ତେବେ ପ୍ରଶାନ୍ତ କୁମାର ସାହୁ କହିଛନ୍ତି, " ଗୋଟିଏ ଗୋଟିଏ ଗଛରେ ୪୦ ରୁ ୫୦ କେଜି ପର୍ଯ୍ୟନ୍ତ ଫଳ ହୁଏ। କେଜି ପ୍ରତି ଅତି କମରେ ୫୦ଟଙ୍କା ବିକ୍ରି ହୁଏ। "

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.