ETV Bharat / state

ଅନୁଗୋଳ ସାତକୋଶିଆ ଗଣ୍ଡରେ ଜଳସ୍ତର କମୁଛି, ହେଲେ ସୁଧୁରୁନି ବନ୍ୟା ପରିସ୍ଥିତି - ଅନୁଗୋଳ ବନ୍ୟା ଖବର

ଅନୁଗୋଳ ମହାନଦୀ ସାତକୋଶିଆ ଗଣ୍ଡରେ ଜଳସ୍ତର କମୁଛି । କିନ୍ତୁ ସୁଧୁରୁନି ବନ୍ୟା ପରିସ୍ଥିତି । ଆଜି ବି ଜିଲ୍ଲାର କେତେକ ସ୍ଥାନ ଜଳବନ୍ଦୀ ଅବସ୍ଥାରେ । ଅଧିକ ପଢନ୍ତୁ

anugul flood water level of satkoshia is receding no improvement of flood situation
ସାତକୋଶିଆ ଗଣ୍ଡରେ ଜଳସ୍ତର କମୁଛି, ହେଲେ ସୁଧୁରୁନି ବନ୍ୟା ପରିସ୍ଥିତି
author img

By

Published : Aug 19, 2022, 5:29 PM IST

ଅନୁଗୋଳ: ଅନୁଗୋଳ ମହାନଦୀ ସାତକୋଶିଆ ଗଣ୍ଡରେ ଜଳସ୍ତର କମୁଛି । କିନ୍ତୁ ସୁଧୁରୁନି ବନ୍ୟା ପରିସ୍ଥିତି । ଅନୁଗୋଳ ମହାନଦୀ ସାତକୋଶିଆ ଗଣ୍ଡରେ ଲଗାତାର ଦୁଇ ଦିନ ହେଲା ଜଳସ୍ତର କମୁଛି । କିନ୍ତୁ ବନ୍ୟା ପରିସ୍ଥିତିରେ ସେଭଳି କିଛି ସୁଧାର ଆସିନାହିଁ । ଆଜକୁ ୬ଦିନ ହେଲା ଟିକର ପଡା, ଗଇନ୍ଦି, ବେହେରାସାହି ଓ ମଝିପଡା ଆଦି ଗାଁ ଗୁଡିକ ଜଳବନ୍ଦୀ ଅବସ୍ଥାରେ ରହିଛି । ଗାଁକୁ ସଂଯୋଗ କରୁଥିବା ରାସ୍ତା ଗୁଡିକ ଉପରେ ପାଣି ଜମି ରହିଛି । ତେଣୁ ଏହିସବୁ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି ।

ସାତକୋଶିଆ ଗଣ୍ଡରେ ଜଳସ୍ତର କମୁଛି, ହେଲେ ସୁଧୁରୁନି ବନ୍ୟା ପରିସ୍ଥିତି

ସେପଟେ ଏନେଇ ଲୋକେ ପ୍ରଶାସନର ହାତ ଟେକା ଖାଦ୍ୟକୁ ଅନାଇ ବସିଛନ୍ତି । ଯଦିଓ ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ମହମବତୀ ଆଦି ଦିଆଯାଉଛି । କିନ୍ତୁ ବିଦ୍ୟୁତ ସଂଯୋଗ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କିରୋସିନି ଆଦୌ ମିଳୁ ନଥିବା ବେଳେ ହାତୀ ଓ ସରୀସୃପର ଭୟ ରହିଛି । ଏଭଳି ପରିସ୍ଥିତିରେ ଆଠମଲ୍ଲିକ ବିଧାୟକ ବିପନ୍ନ ମାନଙ୍କ ପାଖରେ ପହଞ୍ଚି କିଛି ଖାଦ୍ୟ ପଦାର୍ଥ ବଣ୍ଟନ କରିବା ସହ ଜିଲ୍ଲା ବିଜେଡି, ମରୱାଡି ସଙ୍ଘ ଓ ଅନ୍ୟାନ୍ୟ ସଂସ୍ଥା ଗୁଡିକ ପକ୍ଷରୁ ମଧ୍ୟ ରିଲିଫ ବଣ୍ଟନ କରାଯାଉଛି । ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ସମେତ ସାବୁନ, ମହମବତୀ, ମଶା ଧୂପ ଆଦି ବଣ୍ଟନ କରାଯାଉଛି । ବର୍ତ୍ତମାନ ପ୍ରବଳ ବର୍ଷା ହେଉଥିବାରୁ ବିପନ୍ନ ମାନଙ୍କ ଅବସ୍ଥା ଆହୁରି ବିଗିଡିବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.