ETV Bharat / state

ଟଳିଛି ବନ୍ୟା ପରିସ୍ଥିତି, ସରିନି ବନ୍ୟା ବିପନ୍ନଙ୍କ ଦୁଃଖ - ବନ୍ୟା

ଗତ 14 ତାରିଖ ରାତିରେ ମହାନଦୀର ସାତକୋଶିଆ ଗଣ୍ଡରେ ହଠାତ ମାଡି ଆସିଥିଲା ବନ୍ୟା ଜଳ । ଯେଉଁଥିରେ ଜଳମଗ୍ନ ହୋଇଥିଲା ଅନେକ ଅଞ୍ଚଳ । ଭୟରେ ଉଚ୍ଚ ଜାଗାକୁ ଚାଲି ଯାଇଥିଲେ ଲୋକେ । ଏବେ ବନ୍ୟା ବିପଦ ଟଳିଛି ସତ ହେଲେ ସରିନି ବନ୍ୟା ବିପନ୍ନଙ୍କ ଦୁଃଖ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 17, 2019, 10:40 PM IST

ଅନୁଗୋଳ: ଟଳିଛି ବନ୍ୟା ଭୟ । ବିପଦ ସଙ୍କେତ ତଳକୁ ଖସିଛି ପ୍ରମୁଖ ନଦୀର ଜଳସ୍ତର । ହେଲେ ଟଳିନି ନଦୀ କୂଳିଆ ଲୋକଙ୍କ ଦୁଃଖ । ଏ ହେଉଛି ମହାନଦୀ ସାତକୋଶିଆ ଗଣ୍ଡରେ ବସବାସ କରୁଥିବା ନଦୀ କୂଳିଆବାସୀଙ୍କ କଥା । ଗଣ୍ଡରେ ଛାଡି ଯାଇଛି ବନ୍ୟା ଜଳ । କିନ୍ତୁ ଭସାଇ ନେଇଛି ଏମାନଙ୍କ ବାସସ୍ଥାନ ଓ ଜୀବିକା । ଫଳରେ ପିଲାଛୁଆଙ୍କୁ ନେଇ ଖୋଲା ଆକାଶ ତଳେ ରହିବା ସହ ପ୍ରଶାସନର ସହାୟତାକୁ ଚାତକ ପରି ଅନାଇ ବସିଛନ୍ତି ବନ୍ୟା ବିପନ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଗତ 14 ତାରିଖ ରାତିରେ ମହାନଦୀର ସାତକୋଶିଆ ଗଣ୍ଡରେ ହଠାତ ମାଡି ଆସିଥିଲା ବନ୍ୟା ଜଳ । ଯେଉଁଥିରେ ଅନୁଗୋଳ ବ୍ଲକର ଟିକରପଡା, ବେହେରାସାହି, ଗଇନ୍ଦି, ମଝିପଡା ଓ ଘାଟସାହି ଜଳମଗ୍ନ ହୋଇଥିଲା । ଏଥିସହ ଆଠମଲ୍ଲିକ ବ୍ଲକର କିଆକଟା, ବିନିକେଇ ଆଦି ଅଞ୍ଚଳ ମଧ୍ୟ ବନ୍ୟା ଜଳରେ ଉବୁଟୁବୁ ହୋଇଥିଲା । ଫଳରେ ଏବେବେ ରାସ୍ତାଘାଟ ଓ ଚାଷ ଜମି, ସବୁଆଡେ କେବଳ ପାଣି ହିଁ ପାଣି ।

ନଦୀ କୂଳିଆ ରହୁଥିବା ପ୍ରାୟ 100ରୁ ଅଧିକ ମତ୍ସ୍ୟଜୀବୀଙ୍କ ଘର ଭସାଇ ନେଇଗଲା ବନ୍ୟା ପାଣି । ଅନେକଙ୍କ ଘର ଭିତରେ ଥିବା ଆସବାବପତ୍ର ମଧ୍ୟ ବୋହିଗଲା ବନ୍ୟାରେ । ଏମାନଙ୍କ ଜୀବିକା କୁହାଯାଇଥିବା ମାଛ ଧରା ଜାଲ ମଧ୍ୟ ବୋହିଗଲା । ପ୍ରାଣ ବିକଳରେ ଡଙ୍ଗାରେ ରାତାରାତି ଉଚ୍ଚ ଜାଗାକୁ ପଳାଇ ଆସିଥିଲେ ସଭିଏଁ । କିଏ ସ୍କୁଲ ବାରଣ୍ଡାରେ ତ ଆଉ କିଏ ପାହାଡ ଉପରେ ଆଶ୍ରୟ ନେଇ ଜୀବନ ବଞ୍ଚାଇଥିଲେ ।

ହେଲେ ବନ୍ୟା ଜଳ ପଶିବାର ପ୍ରଥମ ଦିନରେ ପ୍ରଶାସନ ପକ୍ଷରୁ କିଛି ଚୂଡା ଓ ଚିନି ବଣ୍ଟା ଯାଇଥିବା ବେଳେ ମାତ୍ର ଥରେ ବଣ୍ଟା ଯାଇଛି ରନ୍ଧା ଖାଦ୍ୟ । ଏହାପରେ ଯେମିତି ଏମାନଙ୍କ ଠିକଣା ଭୁଲିଯାଇଛି ପ୍ରଶାସନ । ଆଉ ଦେଖା ମିଳୁନି ପ୍ରଶାସନର କି ବନ୍ୟା ବିପନ୍ନଙ୍କୁ ମିଳୁନି ଭୋକ ମାରିବାକୁ ଗଣ୍ଡେ ଦାନା । ତେଣେ ବନ୍ୟା ବିପନ୍ନଙ୍କ ପାଖରେ ନା ଅଛି ବିଦ୍ୟୁତ ସେବା, ନା ଅଛି ପ୍ରାଥମିକ ଆବଶ୍ୟକ ସାମଗ୍ରୀ । କୁନି କୁନି ପିଲାଙ୍କ ପାଇଁ ମଧ୍ୟ ମିଳୁ ନାହିଁ କ୍ଷୀର । ଫଳରେ ଭୋକରେ ଆଉଟୁ ପାଉଟୁ ହୋଇ ଦିନ କାଟୁଛନ୍ତି ଲୋକେ ।

ସେପଟେ ଘର ଭସାଇ ନେଇଥିବାରୁ ସ୍କୁଲ ଘରେ ଆଶ୍ରୟ ନେଉଥିବା ନଦୀ କୂଳିଆଙ୍କୁ ତୁରନ୍ତ ଜାଗା ଖାଲି କରିବାକୁ ଦିଆଯାଇଛି ଧମକ । ପିଲାଙ୍କ ପାଠପଢା ବ୍ୟାହତ ହେଉଥିବାରୁ ତଡା ଖାଉଛନ୍ତି ବନ୍ୟା ବିପନ୍ନ । ଆଠମଲ୍ଲିକ ବିଧାୟକ ରମେଶ ସାଏ ମଧ୍ୟ ବନ୍ୟା ଅଞ୍ଚଳ ବୁଲି ଦେଖିଥିଲେ । ଆଉ ଶୀଘ୍ର ସମାଧାନର ଦେଇଥିଲେ ପ୍ରତିଶୃତି । ହେଲେ ପ୍ରତିଶୃତି ପୂରଣ ପର୍ଯ୍ୟନ୍ତ କେଉଁଠି ରହିବେ ଏମାନେ ଓ କ’ଣ ଖାଇବେ, ତାହା ଏବେ ନଦୀ କୂଳିଆଙ୍କ ପାଇଁ ପାଲଟିଛି ମୁଖ୍ୟ ଚିନ୍ତା ।

ଏଠାରେ ମୁଖ୍ୟ ପ୍ରସଙ୍ଗ ହେଉଛି କି ମହାନଦୀରେ ବାରମ୍ବାର ବନ୍ୟା ଆସୁଛି । କିନ୍ତୁ ବନ୍ୟା ହେଲେ ଆଶ୍ରୟ ନେବା ପାଇଁ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ହେଉ ନାହିଁ । ଫଳରେ ବିପନ୍ନମାନେ ପ୍ରାୟ ପ୍ରତିବର୍ଷ ଏଭଳି ଅସୁବିଧା ଭୋଗୁଛନ୍ତି । ତେଣୁ ଏନେଇ ଶୀଘ୍ର ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି ଆଠମଲ୍ଲିକ ବିଧାୟକ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ମହାନଦୀ ସାତକୋଶିଆ ଗଣ୍ଡରେ ଛାଡ଼ି ଯାଇଛି ବନ୍ୟା ଜଳ । କିନ୍ତୁ ଭଷାଇ ନେଇଛି ନଦୀ କୁଳିଆ ଲୋକଙ୍କ ବାସ ଓ ଜୀବନ ଜିବୀକା ସବୁ କିଛି । 3ଦିନ ହେଲା 100ରୁ ଅଧିକ ପରିବାର ଖୋଲା ଆକାଶ ତଳେ ପିଲାଛୁଆଙ୍କୁ ନେଇ ରହିଛନ୍ତି । ପ୍ରଶାସନର ହାତଟେକା ଖାଦ୍ୟକୁ ଚାତକ ପରି ଚାହିଁ ବସିଛନ୍ତି । ବହୁ ଜମିରେ ବନ୍ୟାପାଣି ମାଡ଼ିଯିବାରୁ ଆଠମଲ୍ଲିକ ଓ ଅନୁଗୁଳ ବ୍ଳକର ବହୁ ଅଞ୍ଚଳରେ ଚାଷ ଉଜୁଡ଼ି ଯାଇଛି । ବିପନ୍ନ ମାନେ କେବଳ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ।Body:ଗତ 14 ତାରିଖ ରାତିରେ ମହାନଦୀର ସାତକୋଶିଆ ଗଣ୍ଡରେ ହଠାତ ମାଡ଼ି ଆସିଥିଲା ବନ୍ୟାଜଳ । ଅନୁଗୁଳ ବ୍ଳକର ଟିକରପଡ଼ା, ବେହେରାସାହି, ଗଇନ୍ଦି, ମଝିପଡ଼ା ଓ ଘାଟସାହି ଏବଂ ଆଠମଲ୍ଲିକ ବ୍ଳକର କିଆକଟା, ବିନିକେଇ ଆଦି ଜଳମଗ୍ନ ହୋଇଗଲା । ରାସ୍ତାଘାଟ, ଚାଷଜମି ସବୁଆଡ଼େ ପାଣି ହିଁ ପାଣି । ଦୁଇ ଦିନ ପାଇଁ ଏହି ସବୁ ଅଞ୍ଚଳ ବାହ୍ୟ ଜଗତରୁ ବିଛନ୍ନ ହୋଇଗଲା । ଦୁଇ ଦିନ ପରେ ପାଣି ଛାଡ଼ିଲା କିନ୍ତୁ ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଲା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଲେ ଘାଟସାହି ଲୋକେ । ନଦୀରୁ ମାଛମାରି ଜୀବିକା ନିର୍ବାହ କରୁଥିବା ପ୍ରାୟ 100ରୁ ଅଧିକ ମତ୍ସ୍ୟଜୀବି ପରିବାରର ଘର ଭଷାଇ ନେଲା । ଘର ଭିତର ଥିବା ଜିନିଷପତ୍ର ମଧ୍ୟ ଭଷାଇ ନେଲା । ମାଛ ଧରିବା ପାଇଁ ଥିବା ଜାଲ ମଧ୍ୟ ଭଷାଇ ନେଲା । ପ୍ରାଣ ବିକଳରେ ଡ଼ଙ୍ଗାରେ ରାତାରାତି ଉଚ୍ଚା ଜାଗାକୁ ପଳାଇ ଆସିଲେ । କିଏ ସ୍କୁଲ ବାରଣ୍ଡାରେ ତ ଆଉ କିଏ ପାହାଡ଼ ଉପରେ ଆଶ୍ରୟ ନେଲେ । 3ଦିନ ହେଲା ସେମାନେ ସେଭଳି ଅବସ୍ଥାରେ ପଡ଼ି ରହିଛନ୍ତି । ପ୍ରଥମ ଦିନରେ ପ୍ରଶାସନ ତରଫରୁ କିଛି କିଛି ଚୁଡ଼ା ଓ ଚିନି ଦିଆ ଯାଇଥିଲା । ତାପରେ ଦୁଇ ଦିନ ହେଲା ଥରୁଟିଏ ରନ୍ଧା ଖାଦ୍ୟ ଦିଆ ଯାଉଛି । ରାତିରେ ବିପନ୍ନ ମାନେ ଉପାସରେ ରହୁଛନ୍ତି । ବିପନ୍ନ ମାନଙ୍କ ମଧ୍ୟରେ ବହୁ ଛୋଟ ଛୁଆ ଓ ନବଜାତ ଶିଶୁ ଅଛନ୍ତି । ସେମାନଙ୍କୁ ଟୋପାଏ ଖିର ମିଳୁନି । ନଦୀରେ ବଢି ପାଣି ଥିବାରୁ ମାଛ ମାରି ପାରୁ ନାହାନ୍ତି । ପାଖରେ ପଇଶା ନଥିବାରୁ କିଛି କିଣି ପାରୁ ନାହାନ୍ତି । ବନ୍ୟା ଛାଡ଼ିଥିବାରୁ ବିଷାକ୍ତ ସରୀସୃପ ଦେଖା ଯାଉଛନ୍ତି । ହେଲେ ବିଦ୍ୟୁତ ନାହିଁ କି ସେମାନଙ୍କ ପାଖରେ ପର୍ଯ୍ୟାପ୍ତ କିରୋସିନୀ ନାହିଁ । ଅନ୍ଧାରରେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଦିନକ ପରେ ଆଉ ପ୍ରଶାସନର ଦେଖା ମିଳୁନି । ସେପଟେ ଘର ଭଷାଇ ନେଇଥିବା ବେଳେ ଆଶ୍ରୟ ନେଇଥିବା ସ୍କୁଲରୁ ବାହାରି ଯିବା ପାଇଁ ତାଗିଦ କରା ଯାଉଛି । କାରଣ ପିଲାମାନେ ପାଠ ପଢି ପାରୁ ନାହାନ୍ତି । ଏଭଳି ଦୁଖ ଦୁର୍ଦ୍ଦଶାରେ ରହିଛନ୍ତି ବନ୍ୟା ବିପନ୍ନ ।
Byte – 1 ନବଣୀ ସାହୁ , ବନ୍ୟାବିପନ୍ନ
Byte – 2 କ୍ଷୀର ବେହେରା, ବନ୍ୟାବିପନ୍ନ
Byte – 3 ବାବୁ ମିର୍ଧା , ବନ୍ୟାବିପନ୍ନ
Vo – 2
ଜରି ପାଲ ଖଣ୍ଡେ ମିଳିନି । ସେମାନେ ରହୁଥିବା ଘରକୁ ସଜାଡ଼ିବାକୁ ସମର୍ଥ ନୁହନ୍ତି । ପ୍ରଶାସନ ସେମାନଙ୍କ ଆଶ୍ରୟ କଥା ନାଁ ଧରୁନି । ଏଭଳି ପରିସ୍ଥିତିରେ ସେମାନେ କୁଆଡ଼େ ଯିବେ । କେଉଁଠି ରହିବେ । ଏମିତି ଅନେକ ଚିନ୍ତା । ଆଠମଲ୍ଲିକ ବିଧାୟକ ବନ୍ୟା ଅଞ୍ଚଳ ବୁଲି ଦେଖିଥିଲେ । ବିପନ୍ନ ମାନଙ୍କ ଦୁଖ ଦୁର୍ଦ୍ଦଶା ପଚାରି ବୁଝିଥିଲେ । ପ୍ରଶାସନ ସହ ଆଲୋଚନା କରି ଯାହା କିଛି କରାଯାଇ ପାରିବ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ହେଲେ ସେ ପର୍ଯ୍ୟନ୍ତ ବିପନ୍ନମାନେ କରିବେ କଣ । ରହିବେ କେଉଁଠି ଓ ଖାଇବେ କଣ ।
Byte – 4 ସୁରେଶ ମିର୍ଧା, ବନ୍ୟାବିପନ୍ନ
Byte – 5 ରମେଶ ସାଏ , ବିଧାୟକ ଆଠମଲ୍ଲିକ
Conclusion:ମହାନଦୀରେ ବାରମ୍ବାର ବନ୍ୟା ଆସୁଛି । କିନ୍ତୁ ବନ୍ୟା ହେଲେ ଆଶ୍ରୟ ନେବା ପାଇଁ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ହେଉ ନାହିଁ । ଫଳରେ ବିପନ୍ନମାନେ ମଧ୍ୟ ଏଭଳି ଅସୁବିଧା ଭୋଗୁଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.