ETV Bharat / state

ଅନୁଗୋଳରେ ବର୍ଷା ବିତ୍ପାତ, ବାସହରା ହେଲେ ଶତାଧିକ ଲୋକ

author img

By

Published : Aug 16, 2020, 7:28 PM IST

ଦୁଇ ଦିନ ହେଲା ଅନୁଗୋଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଖିଣ୍ଡ, ଝରାବେରେନି ଓ ରେଙ୍ଗାଲି ଶ୍ରମିକ ବସ୍ତିର ଶତାଧିକ ଲୋକ ପାଲର ଆଶ୍ରୟ ନେଇଛନ୍ତି ।

ଅନୁଗୋଳରେ ବର୍ଷାର ବିତ୍ପାତ
ଅନୁଗୋଳରେ ବର୍ଷାର ବିତ୍ପାତ

ଅନୁଗୋଳ: ଜିଲ୍ଲାର କଣିହାଁ ବ୍ଲକରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ଗତ କାଲି ଠାରୁ ବର୍ଷା କମି ଯାଇଥିଲେ ମଧ୍ୟ ଦୁର୍ଦ୍ଦଶା ବଢିଥିବା ଦେଖିବାକୁ ମିଳିଛି । ଅନେକ ମାଟି ଘର ଭାଙ୍ଗି ଯାଇଥିବାବେଳେ ରାସ୍ତା ଧୋଇ ହୋଇ ଯାଇଛି । କେତେକ ଲୋକେ ଭୋକ ଉପାସରେ ପାଲ ତଳେ ରାତି ବିତାଇଛନ୍ତି । ତେବେ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚିନଥିବା ଅଭିଯୋଗ କରିଛନ୍ତି ଲୋକେ।

ଅନୁଗୋଳରେ ବର୍ଷାର ବିତ୍ପାତ, ବାସହରା ହେଲେ ଶତାଧିକ ଲୋକ

ଦୁଇ ଦିନ ହେଲା ଅନୁଗୋଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବିଶେଷ କରି କଣିହାଁ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗତକାଲି ସକାଳ ୮ଟା ସୁଦ୍ଧା କଣିହାଁ ବ୍ଲକରେ ୬୪ମିମି ବର୍ଷା ରେକର୍ଡ ହୋଇଥିଲା । ତେବେ ଆଜି ସକାଳ ୮ଟା ସୁଦ୍ଧା ୨୦ ମିମିରୁ କମ ବର୍ଷା ହୋଇଛି। ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢି ଯାଇଛି । ରେଙ୍ଗାଲି, ବଜ୍ରକୋଟ, କୁଳୁମା ଆଦି ପଞ୍ଚାୟତରେ ବିଶେଷ କ୍ଷୟକ୍ଷତି ହୋଇଛି । ଅନେକ ସ୍ଥାନରେ ରାସ୍ତା ଧୋଇ ହୋଇ ଯାଇଥିବାବେଳେ ଧାନ କ୍ଷେତରେ ପାଣି ମାଡ଼ି ଯାଇଛି। ବହୁ ମାଟି ଘର ଭାଙ୍ଗି ଯାଇଛି । ଫଳରେ ଖିଣ୍ଡ, ଝରାବେରେନି ଓ ରେଙ୍ଗାଲି ଶ୍ରମିକ ବସ୍ତିର ଶତାଧିକ ଲୋକ ପାଲର ଆଶ୍ରୟ ନେଇଛନ୍ତି । ତେବେ ଆଜି ସକାଳୁ ସେମାନେ ନିଜ ନିଜ ଘରକୁ ଆସି ଭାଙ୍ଗି ଯାଇଥିବା ଘରକୁ ସଜାଡ଼ିବାକୁ ଚେଷ୍ଟା କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.