ETV Bharat / state

ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ, ଜଣେ ଆହତ - ଗୁଳିକାଣ୍ଡ

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ଗୁଳିକାଣ୍ଡ । ଜଣେ ଆହତ । ଅଧିକ ପଢନ୍ତୁ...

ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ , ଜଣେ ଆହତ
ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ , ଜଣେ ଆହତ
author img

By

Published : Jul 1, 2021, 8:47 AM IST

ଅନୁଗୋଳ: ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକ ଜଣଙ୍କ ହେଉଛନ୍ତି ଅଖିଳ ବେହେରା । ପ୍ରଥମେ ଆହତଙ୍କୁ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ , ଜଣେ ଆହତ

ସୂଚନା ଅନୁସାରେ ଗାଁର ଅଖିଳ ବେହେରା ଓ ଶିଶିର ସାହୁଙ୍କ ମଧ୍ୟରେ କୌଣସି କାରଣ ପାଇଁ ଶତ୍ରୁତା ଥିଲା । ଗୁଳିକାଣ୍ଡ ପୂର୍ବରୁ ଉଭୟଙ୍କ ମଧ୍ୟରେ ମଧ୍ୟ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ବେଳେ ଉତ୍ତ୍ୟକ୍ତ ହୋଇ ଶିଶିର ଏକ ବନ୍ଧୁକରେ ଅଖିଳଙ୍କ ଉପରକୁ ଗୁଳି ଚଳାଇ ଥିଲେ । ଗୁଳିଟି ଆସି ଅଖିଳଙ୍କ ବାମ ହାତ କହୁଣିରେ ବାଜିଥିଲା । ଗାଁ ଲୋକ ତାଙ୍କୁ ଘଟଣା ସ୍ଥଳରୁ ଉଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏନେଇ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡ ଭିଆଇବା ପରେ ଶଶୀ ଫେରାର ଥିବା ଜଣାପଡିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.