ETV Bharat / state

ଅନୁଗୋଳ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କଲା ବିଭାଗ

author img

By

Published : May 17, 2022, 4:59 PM IST

ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗ ସଜାଗ ହୋଇଛି । ଅନୁଗୋଳ ଜିଲ୍ଲାରେ ଆଜି ବିଭାଗ ଜିଲ୍ଲା ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି । ଅଧିକ ପଢନ୍ତୁ

ଅନୁଗୋଳ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କଲା ବିଭାଗ
ଅନୁଗୋଳ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କଲା ବିଭାଗ

ଅନୁଗୋଳ: ଅଗ୍ନିକାଣ୍ଡ ଭଳି ଘଟଣାକୁ ଏଡ଼ାଇବା ପାଇଁ ତତ୍ପର ହୋଇଛି ଅଗ୍ନିଶମ ବିଭାଗ । ଏଥିଲାଗି ପୂର୍ବରୁ ବିଭିନ୍ନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ସ୍ଥିତି କିପରି ରହିଛି ତାହାକୁ ଅନୁଧ୍ୟାନ କରିଛି ଅଗ୍ନିଶମ ବିଭାଗ । ବିଭାଗର ଟିମ ହସ୍ପିଟାଲର ପ୍ରତିଟି ୱାର୍ଡ ବୁଲି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି ।

ବିଭାଗର ଏକ ଟିମ ପ୍ରଥମେ ମାତୃ ଶିଶୁ କେୟାର ୟୁନିଟରେ କିଭଳି ଅଛି ଅଗ୍ନି ନିର୍ବାପକ ବ୍ୟବସ୍ଥା ତାର ଯାଞ୍ଚ କରିଛନ୍ତି । ଖାଲି ଲାଗିଥିବା ଯନ୍ତ୍ର କାମ କରୁଛି କି ନାହିଁ, ତାର ତଦାରଖ କରିଛନ୍ତି ଟିମର ସଦସ୍ୟମାନେ। ଏତଦ୍‌ ବ୍ୟତୀତ କୌଣସି ଅଘଟଣ ଘଟିଲେ କିଭଳି ରେସ୍କ୍ୟୁ କରିହେବ ତାର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି ଟିମ ସଦସ୍ଯମାନେ । ଲାଗିଥିବା ରେସ୍କ୍ୟୁ ସିଷ୍ଟମ କାମରେ ଆସିଛି କି ନାହିଁ ତାର ମଧ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଏହା ବ୍ୟତୀତ ଗତ ଦୁଇଦିନ ଧରି ବିଭିନ୍ନ ସପିଂ ମଲରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.