ETV Bharat / state

ଅଗ୍ନିକାଣ୍ଡରେ ତିନି ଦୋକାନ ଜଳିପୋଡି ପାଉଁଶ

ଦୁର୍ଗାପୁର ବଜାରରେ ଥିବା ତିନୋଟି ଦୋକାନରେ ନିଆଁ ଲାଗି ଦୋକାନ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ।

author img

By

Published : May 16, 2019, 2:19 PM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ସାମାନ୍ୟ ଅସାବଧାନତା ଯୋଗୁଁ ତିନୋଟି ଦୋକାନ ଘର ଜଳି ପାଉଁଶ ହୋଇଯାଇଛି । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଜରପଡା ଥାନା ଦୁର୍ଗାପୁର ବଜାରରେ । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଛି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ, ଗତ ବୁଧବାର ରାତିରେ ଜଳଖିଆ ଦୋକାନରେ ମିଠା ତିଆରି ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହାଫଳରେ ନିଆଁ ବ୍ୟାପି ତିନୋଟି ଦୋକାନରେ ଲାଗିଯାଇଥିଲା । ତେବେ ଖବର ପାଇ ଛେଣ୍ଡିପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିଆଁର ପ୍ରକୋପ ଏତେମାତ୍ରାରେ ଥିଲା ଯେ ନିଆଁ ସହଜରେ ଲିଭି ନଥିଲା ।

ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ତେଲ କଡେଇରୁ ନିଆଁ ଉଠି ଏପରି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

FGH

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.