ଅନୁଗୋଳ: ଜିଲାରେ ଚିନ୍ତା ବଢାଇଛି ଫାଇଲେରିଆ । ତେବେ ଆସନ୍ତାକାଲି ଠାରୁ ଜିଲ୍ଲାରେ ଆରମ୍ଭ ହେବ ସାର୍ବଜନୀନ ବାତଜ୍ବର ଔଷଧ ସେବନ କର୍ଯ୍ୟକ୍ରମ । ଏନେଇ ଜିଲା ସ୍ବାସ୍ଥ୍ୟ ବଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଚଳିତବର୍ଷ ଜିଲ୍ଲାରେ 13 ଲକ୍ଷ 97 ହଜାର ରୁ ଅଧିକ ଲୋକଙ୍କୁ ଙ୍କୁ ଏହି ସେବନ କରାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ ରଖିଛି । ଏଥିପାଇଁ ସତନ୍ତ୍ର ଭାବେ ତାଲିମ ନେଇଥିବା ସ୍ବାସ୍ଥ୍ୟ ବିଭାଗରେ କର୍ମଚାରୀଙ୍କ ସମେତ ଅଙ୍ଗନୱାଡ଼ି , ଆଶାକର୍ମୀଙ୍କ ପରି 2550 କର୍ମଚାରୀଙ୍କ ପାଖରେ ଔଷଧ ପହଞ୍ଚାଇବା ସହ ସେମାନଙ୍କୁ ସେବନ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏଥର ଜିଲ୍ଲା ପାଇଁ 12 ଲକ୍ଷ 57 ହଜାର ଆଲବେଣ୍ଡେଜଲ ଯୋଗା ଯାଇଥିବା ବେଳେ 31 ଲକ୍ଷ 43 ହଜାରରୁ ଅଧିକ DEC ବଟିକା ମଧ୍ୟ ଯୋଗାଇ ଦିଆଯାଇଛି। ସମସ୍ତେ ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାବାସୀଙ୍କୁ ଅନୁରୋଧ । ଏହି ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା 25 ତାରିଖ ରୁ ଆରମ୍ଭ ହୋଇ ମାର୍ଚ୍ଚ 6 ତାରିଖ ପର୍ଯ୍ୟନ୍ତ ଚାଲିବ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ