ETV Bharat / state

ଧରାପୃଷ୍ଠରେ ଧନଦାତ୍ରୀ, ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା - ଧରାପୃଷ୍ଠରେ ଧନଦାତ୍ରୀ

ଧରାପୃଷ୍ଠକୁ ଅବତରଣ କରିଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ। । ପାରମ୍ପରିକ ନୀତି ଅନୁଯାୟୀ ଆରମ୍ଭ ହୋଇଯାଇଛି ମା'ଙ୍କ ପୂଜାର୍ଚ୍ଚନା। ଅଧିକ ଖବର ପଢନ୍ତୁ...

ଧରାପୃଷ୍ଠରେ ଧନଦାତ୍ରୀ, ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା
author img

By

Published : Oct 16, 2019, 7:42 PM IST

ଢେଙ୍କାନାଳ: ଧରାପୃଷ୍ଠରେ ଅବତରଣ କରିଛନ୍ତି ସମୃଦ୍ଧିର ପ୍ରତୀକ ଧନଦାତ୍ରୀ ମା’ ଲକ୍ଷ୍ମୀ । ରବିବାର ରାତିରୁ ସମସ୍ତ ପୂଜା ମଣ୍ଡପରେ ଅନାବରଣ ହୋଇଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି। ଏଥିପାଇଁ ଉତ୍ସବ ମୁଖରିତ ହୋଇଉଠିଛି ଢେଙ୍କାନାଳ ସହର।

ଧରାପୃଷ୍ଠରେ ଧନଦାତ୍ରୀ, ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା

ପାରମ୍ପରିକ ନୀତି ଅନୁଯାୟୀ ଆରମ୍ଭ ହୋଇଯାଇଛି ମା'ଙ୍କ ପୂଜାର୍ଚ୍ଚନା । ସମସ୍ତଙ୍କ ମନରେ ଅସରନ୍ତି ଉତ୍କଣ୍ଠା, ଉତ୍ସାହ ସାଙ୍ଗକୁ ଉଦ୍ଦୀପନା। ରଙ୍ଗ ବେରଙ୍ଗ ଆଲୋକ ସାଜସଜ୍ଜା, ସୁଉଚ୍ଚ ତୋରଣ ସାଙ୍ଗକୁ ମନଲୋଭା ପରିବେଶରେ ମୁଖରିତ ହୋଇଉଠିଛି ସମଗ୍ର ଢେଙ୍କାନାଳ ସହର ।

ଶୁଭ ମୁହୂର୍ତ୍ତ ଓ ରୀତିନୀତି ଅନୁସାରେ ଆୟୋଜିତ ପୂଜା ଦେଖିବାକୁ ପ୍ରବଳ ଭକ୍ତଙ୍କ ସମାଗମ ହେଉଛି। ସହରର ପୁରୁଣା ପୂଜା କମିଟି ଜବାହରଚୌକ ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ୍‌ ଜୁବିଲି ଏବଂ କୋରିଆଁସ୍ଥିତ ସ୍ବପ୍ନେଶ୍ବର ବଜାର ପୂଜା ଅନୁଷ୍ଠାନ ୫୦ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛନ୍ତି। ଏହାକୁ ନେଇ କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି।

ସେହିପରି ମୀନାବଜାର, ଲକ୍ଷ୍ମୀବଜାର, ଗଣେଶ ବଜାର, ମହାବୀର ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, ବାଜିଚୌକ, କାରିଗର ସାହି, ଗୁଡିଆନାଳୀ, ରାଧାକୃଷ୍ଣ ବଜାର, ପଦ୍ମବଜାର ଆଦି ପୂଜା ମଣ୍ଡପରେ ପୂଜାର ମାହୋଲ ଓ ସାଜସଜା ସମସ୍ତଙ୍କ ମନମୋହୁଛି। ଏହି ଗଣପର୍ବକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଢେଙ୍କାନାଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ସମୃଦ୍ଧିର ପ୍ରତୀକ ଧନଦାତ୍ରୀ ମା’ ଲକ୍ଷ୍ମୀ। ରବିବାର ରାତିରୁ ସମସ୍ତ ପୂଜା ମଣ୍ଡପରେ ଅନାବରଣ ହୋଇଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି।ଏଥିପାଇଁ ଉତ୍ସବ ମୁଖରିତ ହୋଇ ଉଠିଛି ଢେଙ୍କାନାଳ ସହରBody: । ପାରମ୍ପରିକ ନୀତି ଅନୁଯାୟୀ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ସମସ୍ତଙ୍କ ମନରେ ଅସରନ୍ତି ଉତ୍କଣ୍ଠା, ଉତ୍ସାହ ସାଙ୍ଗକୁ ଉଦ୍ଦୀପନା।ରଙ୍ଗ ବେରଙ୍ଗ ଆଲୋକ ସାଜସଜ୍ଜା, ସୁଉଚ୍ଚ ତୋରଣ ସାଙ୍ଗକୁ ମନଲୋଭା ପରିବେଶରେ ମୁଖରିତ ହୋଇଉଠିଛି ସମଗ୍ର ଢେଙ୍କାନାଳ ସହର। ପାରମ୍ପରିକ ନୀତିରେ ଆୟୋଜିତ ପୂଜା ଦେଖିବାକୁ ପ୍ରବଳ ଜନସମାଗମ ହେଉଛି। ସହର ର ପୁରୁଣା ପୂଜା କମିଟି ଜବାହରଚୌକ ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ୍‌ ଜୁବିଲି ଏବଂ କୋରିଅଁାସ୍ଥିତ ସ୍ବପ୍ନେଶ୍ୱର ବଜାର ପୂଜା ଅନୁଷ୍ଠାନ ୫୦ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛନ୍ତି। ଏହାକୁ ନେଇ କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି।
Conclusion:ସେହିପରି ମିନାବଜାର, ଲକ୍ଷ୍ମୀବଜାର, ଗଣେଶ ବଜାର, ମହାବୀର ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, ବାଜିଚୌକ, କାରିଗର ସାହି, ଗୁଡିଆନାଳୀ, ରାଧାକୃଷ୍ଣ ବଜାର, ପଦ୍ମବଜାର ଆଦି ପୂଜା ମଣ୍ଡପରେ ପୂଜା ର ମାହୋଲ ଓ ସାଜ ସଜା ସମସ୍ଥ ମନ ମହୁଛି । ଏହି ଗଣପର୍ବକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ୧୫ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.