ETV Bharat / state

ପୂରଣ ହେବ ସ୍ବପ୍ନ, ନିର୍ମାଣ ହେଉଛି ବହୁ ପ୍ରତୀକ୍ଷିତ ତାଳଚେର ସାର କାରଖାନା

ଦୀର୍ଘ 17 ବର୍ଷର ସ୍ବପ୍ନ ହେବ ପୂରଣ। ସେପ୍ଟେମ୍ବର 2023ରେ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା । ଅଧିକ ପଢନ୍ତୁ...

author img

By

Published : Feb 2, 2020, 12:06 PM IST

_fertiliser industry build in talcher
ତାଳଚେର ସାର କାରଖାନା

ଅନୁଗୋଳ: ଦୀର୍ଘ 17 ବର୍ଷର ସ୍ବପ୍ନ ହେବ ପୂରଣ । ସେପ୍ଟେମ୍ବର 2023ରେ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା । ଆଉ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବେନି ସ୍ଥାନୀୟ ଯୁବକ । ଚାଷୀ ନିଜ ଚାଷର ପାଇବ ଉଚିତ୍ ମୂଲ୍ୟ, ଚାଷୀଙ୍କୁ ମିଳିବ ବଜାର ସୁବିଧା । ଏନେଇ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି । ପ୍ରାୟ 2200 ଟନ୍ ଆମୋନିଆ ସହ 3850 ମ୍ୟାଟ୍ରିକ ଟନ୍ ୟୁରିଆ ଉତ୍ପାଦନ କରାଯିବା ସହ ପ୍ରାୟ 10 ହଜାର ଲୋକ ନିଯୁକ୍ତି ପାଇବେ। ଏନେଇ ବେଶ୍ ଖୁସି ଅଞ୍ଚଳବାସୀ । କେମିତି ଚାଲିଛି କାମ ଓ କିଭଳି ରହିଛି ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ଦେଖନ୍ତୁ ।

ତାଳଚେର ସାର କାରଖାନା

ଏକର ଜମିରେ ନିର୍ମାଣ ଚାଲିଛି କାରଖାନା । ତା' ମଧ୍ୟରେ ରାସ୍ତା, ରେଳପଥ, କାର୍ଯ୍ୟାଳୟ, ଟାଉନସିପ୍ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ। ଏଥିପାଇଁ 13, 277 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। 2019ରୁ ଏହି ପୁନଃନିର୍ମାଣ କାର୍ଯ୍ୟ ହେବା ଦିନଠୁ ପୁରୁଣା କାରଖାନାକୁ ସମ୍ପୂର୍ଣ୍ଣ ଭାଙ୍ଗିବା ସହ ସଫା କରାଯାଇଛି । ଚୀନର ଏକ ବିଶ୍ବସ୍ତରୀୟ ସଂସ୍ଥା କାରଖାନାର ନିର୍ମାଣ ଦାୟିତ୍ବ ହାତକୁ ନେଇଛି । 2002ରେ କାରଖାନା ବନ୍ଦ ହେବା ପରେ ଅନେକ ନିଜ ଚାକିରୀ ହରାଇଥିଲେ । ହେଲେ ବର୍ତ୍ତମାନ ପୁଣି ଲୋକଙ୍କ ମନରେ ଛୋଟ ଆଶାଟିଏ ଉଦଜୀବିତ କରିପାରିଛି କାରଖାନାର ପୁନଃନିର୍ମାଣ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଆସନ୍ତା 2023ରେ ତାଳଚେରସ୍ଥିତ ସାର କାରଖାନା ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ । ସେଥିପାଇଁ ସମସ୍ତେ ତତ୍ପର । ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ଦିନରାତି ଲାଗିପଡ଼ିଛନ୍ତି ଶ୍ରମିକ ଠାରୁ ନେଇ ଅଧିକାରୀଙ୍କ ପର୍ଯ୍ୟନ୍ତ । ଦୀର୍ଘ 17ବର୍ଷ ପରେ ସାରକାରଖାନାର ପୁନରୁଦ୍ଧାର କାମ ଆରମ୍ଭ କରା ଯାଇଥିବାରୁ ଆଖପାଖ ଅଞ୍ଚଳର ଲୋକେ ବେଶ ଖୁସୀ । ପୁର୍ବ ପରି ଚଳ ଚଞ୍ଚଳ ହୋଇ ଉଠିବ ସେ ଅଞ୍ଚଳ । ଲୋକଙ୍କର ଆର୍ଥିକ ଓ ସାମାଜିକ ପରିସ୍ଥିତିରେ ଆସିବ ପରିବର୍ତ୍ତନ । କେମିତି ଚାଲିଛି କାମ, କିଭଳି ସ୍ଥାନୀୟ ଅଧିବାସୀଙ୍କ ମନରେ ଅସୁମାରୀ ଆଶା ତାହା ଜାଣିବା ଓ ପରଖିବା ପାଇଁ ଆମେ ପହଞ୍ଚିଥିଲୁ ନିର୍ମାଣାଧିନ କାରଖାନା ପରିସରରେ ।Body:Vo – 1
ଆମ ଦେଶରେ ପ୍ରଥମ ଥରପାଇଁ ତାଳଚେର ଠାରେ ଭାରତ ସରକାରଙ୍କ ଦ୍ବାରା ନିର୍ମାଣ କରା ଯାଉଛି କୋଲ ଗ୍ୟାସିଫିକେସନ ପ୍ଳାଣ୍ଟ । ଯାହାକି ପରିବେଶ ଉପରେ କୈାଣସି ପ୍ରକାର ପ୍ରଦୁଷଣର କୁପ୍ରଭାବ ପଡ଼ିବ ନାହିଁ । ଏହି କାରଖାନା ମୋଟ 933ଏକର ଜମିରେ ନିର୍ମାଣ କରା ଯାଉଛି । ତା ଭିତରେ ରାସ୍ତା, ରେଳପଥ, କାର୍ଯ୍ୟାଳୟ, ଟାଉନଶିପ ସବୁ କିଛି ରହିବ । ଏଥିପାଇଁ 13,277 କୋଟି ଟଙ୍କାର ବ୍ୟୟ ଅଟକଳ କରା ଯାଇଛି । ଗତ 2019 ସେପ୍ଟମ୍ବର ମାସ 17 ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ଶେଷ କରିବାକୁ 4ବର୍ଷ ସମୟସୀମା ଦିଆ ଯାଇଛି । କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ପୁରୁଣା କାରଖାନାକୁ ସମ୍ପୁର୍ଣ୍ଣ ଭାବେ ଭାଙ୍ଗିବା, ଭିତରେ ଥିବା ଗଛ କାଟି ସଫା କରିବା, ଜମିକୁ ସମତୁଲ କରିବା, ବିଦ୍ୟୁତ ସଂଯୋଗ, କାରଖାନା ନିର୍ମାଣ ପାଇଁ ଆବଶ୍ୟକ ଜଳ ପାଇପ ଯୋଗେ ବ୍ରାହ୍ମଣୀ ନଦୀରୁ ଆଣିବା ଆଦି ସବୁ କାମ ଶେଷ ହୋଇ ଯାଇଛି । କାରଖାନା ପରିସରରେ ବିଭିନ୍ନ ରାସ୍ତା ନିର୍ମାଣ, ଟ୍ରକ ପାର୍କିଂ ପାଇଁ ଆବଶ୍ୟକ ସ୍ଥାନ, ଆଲୋକ ବ୍ୟବସ୍ଥା ଓ ଅନ୍ୟାନ୍ୟ କାମ ବେଶ ଦୃତ ଗତିରେ ଚାଲିଛି । ଚୀନର ଏକ ବିଶ୍ବସ୍ତରୀୟ ସଂସ୍ଥାକୁ କାରଖାନାର ନିର୍ମାଣ ଦାୟିତ୍ବ ଦିଆ ଯାଇଛି । ସେହି ସଂସ୍ଥା ମୃତ୍ତିକା ପରୀକ୍ଷଣ କାମ କରୁଛି । ଫେବୃଆରୀ ମାସ ଶେଷ ସୁଦ୍ଧା ସେ ସଂସ୍ଥା ନିର୍ମାଣ କାମ ଆରମ୍ଭ କରିବ । ବର୍ତ୍ତମାନ ନିର୍ମାଣାଧିନ କାରଖାନା ପରିସର ବିଭିନ୍ନ ଯନ୍ତ୍ରପାତି ଓ ଗାଡ଼ି ଶବଦରେ ଫାଟି ପଡ଼ୁଛି । ଶ୍ରମିକ ଓ ବିଭିନ୍ନ ସଂସ୍ଥାର କର୍ମଚାରୀ ମାନଙ୍କ କୋଳାହଳରେ ପୁରି ଉଠୁଛି ।
Byte – 1 ପଞ୍ଚାନନ ହାଲଦାର, ଜିଏମ, ପ୍ରୋଜେକ୍ଟ, ଟିଏଫଏଲ
Vo – 2
ଆମେ ସେ ଅଞ୍ଚଳର ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିଥିଲୁ । 2002ରୁ କାରଖାନା ବନ୍ଦ ହେବା ପରେ ଲୋକେ କିଭଳି ଦୁର୍ଦ୍ଦଶା ଭୋଗିଥିଲେ ସେ ନେଇ କହିଥିଲେ । ହଜାର ହଜାର ଲୋକ ଚାକିରୀ ହରାଇଥିଲେ । ସେଠାରେ ଯେଉଁ ମାର୍କେଟ ଥିଲା ସେଠାକୁ ଆଖପାଖର ଛୋଟମୋଟ ଚାଷିମାନେ ଆସି ପନିପରିବା ବିକ୍ରୀ କରି ପରିବାର ପୋଷୁଥିଲେ । କିଛି ବେକାର ଯୁବକ ଛୋଟ ଦୋକାନ କରି ରୋଜଗାର କରୁଥିଲେ । ସେସବୁ ବନ୍ଦ ହୋଇଗଲା । କ୍ବାର୍ଟର ଗୁଡ଼ିକ ଭୁତକୋଠି ପାଲଟିଲା । ଚାରିଆଡ଼େ ଅନ୍ଧାର ମାଡ଼ି ଯାଇଥିଲା । 933ଏକର ଜାଗା ବ୍ୟବହାର ଅନୁପଯୋଗି ହୋଇ ପଡ଼ିଲା । ହଜାର ହଜାର ଶ୍ରମିକ କାମ ଖୋଜିବାକୁ ବାହାର ରାଜ୍ୟକୁ ପଳାଇଲେ । କିନ୍ତୁ ଦୀର୍ଘ 17 ବର୍ଷ ପରେ ସରକାର ଏହି କାରଖାନାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଇଥିବାରୁ ଏବେ ସମସ୍ତେ ଖୁସୀ । ବହୁ ବେକାର ଯୁବକ ଯୁବତୀ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ କାମଧନ୍ଦା ପାଇବେ । ଚାଷିମାନେ ଲାଭବାନ ହେବେ । ସବୁଠାରୁ ଗୁରୁତ୍ବପୁର୍ଣ୍ଣ କଥା ହେଉଛି କାମଧନ୍ଦା ଅନ୍ବେଷଣରେ ଶ୍ରମିକ ମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା ସରକାର ଏଭଳି ପଦକ୍ଷେପ କେବଳ ଏ ଅଞ୍ଚଳ ନୁହେଁ ବରଂ ସାରା ଦେଶର ଅଭିବୃଦ୍ଧି ପାଇଁ ଏକ ବଳିଷ୍ଠ ପଦକ୍ଷେପ ।
Byte – 2 ରଞ୍ଜନ ନାଏକ , କାମ କରୁଥିବା ଶ୍ରମିକ
Byte – 3 ଚନ୍ଦ୍ରଶେଖର ସେନାପତି , ପରିପାର୍ଶ୍ଵିକ ଗ୍ରାମବାସୀ
Byte – 4 କ୍ଷିରୋଦ ନାଏକ, ସ୍ଥାନୀୟ ଯୁବକ
Byte – 5 ଅମିୟ ତ୍ରିପାଠୀ , ପରିପାର୍ଶ୍ଵିକ ଗ୍ରାମବାସୀ
PTC
Conclusion:ଲକ୍ଷ ମୁତାବକ ଏହି କାରଖାନା ଚାଲୁ ହେଲେ ଦୈନିକ 2200 ଟନ ଆମୋନିଆ ଓ 3850 ମେଟ୍ରିକ ଟନ ୟୁରିଆ ଉତ୍ପାଦନ ହୋଇ ପାରିବ । ଏହାଛଡ଼ା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ 10 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ । ତେଣୁ ଏହି କାରଖାନା ପାଇଁ ସମସ୍ତେ ଆଶାବାଦୀ । ଆଉ ମାତ୍ର 3ବର୍ଷର ଅପେକ୍ଷା । କିଭଳି ଯଥା ସମୟରେ ପ୍ରକଳ୍ପ ଶେଷ ହେବ ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସିଧାସଳଖ କାର୍ଯ୍ୟର ତଦାରଖ କରୁଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.