ETV Bharat / state

ଚିନ୍ତାରେ ଚାଷୀ; ଧାନ କ୍ଷେତରେ ମରୁଡି଼, ବାଇଗଣ ଚାଷର ଅଭାବୀ ବିକ୍ରି

ଚଳିତ ବର୍ଷ ଆବଶ୍ୟକଠାରୁ କମ ପରିମାଣରେ ବର୍ଷା ହୋଇଥିବାରୁ ହତାଶ ହୋଇପଡ଼ିଛି ଚାଷୀକୂଳ । ଧାନ କ୍ଷେତରେ ମରୁଡ଼ି ପଡ଼ିଥିବା ବେଳେ ବାଇଗଣର ଅଭାବୀ ବିକ୍ରି ଯୋଗୁଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଋଣ କରି ଚାଷ କରିଥିବା ବେଳେ ଏବେ ଋଣ କିପରି ସୁଝିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳର ଚାଷୀ । ଦେଖନ୍ତୁ ଏହି ରିପୋର୍ଟ...

author img

By

Published : Aug 30, 2021, 1:16 PM IST

ହତାଶ ଚାଷୀ; ଧାନ କ୍ଷେତରେ ମରୁଡି଼, ବାଇଗଣ ଚାଷର ଅଭାବୀ ବିକ୍ରି

ଅନୁଗୋଳ: ଜିଲ୍ଲାରେ ବାଇଗଣର ଅଭାବୀ ବିକ୍ରିକୁ ନେଇ ଶତାଧିକ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବର୍ଷା ଅଭାବରୁ ଧାନ ଚାଷ ହୋଇ ପାରିନାହିଁ। ବାଇଗଣ ଓ ଅନ୍ୟାନ୍ୟ ପରିବା ଖୁବ ଭଲ ହୋଇଥିଲେ ମଧ୍ୟ ବିକ୍ରି ହୋଇ ପାରୁ ନାହିଁ । ତେଣୁ ବହୁ ପରିଶ୍ରମ କରି ଚାଷ କରିବା ସହିତ ସାର ଔଷଧ ପାଇଁ ଖର୍ଚ୍ଚ କରିଥିଲେ ମଧ୍ୟ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ଏହାକୁ ନେଇ ଚାଷୀଙ୍କର ଚିନ୍ତା ବଢିବାରେ ଲାଗିଛି । ବାଇଗଣ ଚାଷୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ସହିତ ସେମାନଙ୍କ ବଜାର ବ୍ୟବସ୍ଥା କରିବାପାଇଁ ଚାଷୀମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଜିଲ୍ଲାର ଅନୁଗୋଳ, ଛେଣ୍ଡିପଡା ଓ ଆଠମଲ୍ଲିକ ବ୍ଲକରେ ପ୍ରାୟ ୫ହଜାର ଏକରରୁ ଅଧିକ ଜମିରେ ବାଇଗଣ ଚାଷ କରାଯାଉଛି । ପ୍ରତିବର୍ଷ ଏହି ସବୁ ଅଞ୍ଚଳରୁ ଜୁଲାଇ ମାସରୁ ବାଇଗଣ ଉତ୍ପାଦନ ଆରମ୍ଭ ହୋଇଥାଏ । ଦୈନିକ ହଜାର ହଜାର କୁଇଣ୍ଟାଲ ବାଇଗଣ ଉତ୍ପାଦନ ହୁଏ । ଚଳିତ ବର୍ଷ ଆବଶ୍ୟକ ବର୍ଷା ହୋଇ ନଥିବାରୁ ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। କିନ୍ତୁ ଅନୁକୂଳ ପରିସ୍ଥିତି ଯୋଗୁଁ ଆଶା ଠାରୁ ଅଧିକ ବାଇଗଣ ଫଳିଛି । ଏହା ଦେଖି ଚାଷୀକୁଳ ସନ୍ତୋଷ ପ୍ରକାଶ କରିଥିଲେ । ଧାନ ଚାଷର କ୍ଷତି ଭରଣ କରିବାର ଆଶା ରଖିଥିଲେ, କିନ୍ତୁ ସେମାନଙ୍କୁ ଆଶା ମଉଳି ଯାଇଛି ।

କାରଣ କିଛି ଦିନ ହେଲା ବାଇଗଣ ସଠିକ ଦରରେ ବିକ୍ରି ହେଉନାହିଁ । ବାହାର ବେପାରୀ ମାନେ ଆସି କେଜି ପ୍ରତି ୩ରୁ ୫ ଟଙ୍କାରେ କିଣି ନେଉଛନ୍ତି । ଚାଷୀ ମାନେ କୌଣସି ଉପାୟ ନପାଇ ବାଧ୍ୟ ହୋଇ ଏତେ କମ ଦାମରେ ବିକ୍ରି କରୁଛନ୍ତି। ଫଳରେ ସେମାନଙ୍କ ସାର ଔଷଧର ମୂଲ୍ୟ ମଧ୍ୟ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଏତେ ପରିଶ୍ରମରେ ବାଡ଼ିରେ ଫଳାଇଥିବା କୁଇଣ୍ଟାଲ କୁଇଣ୍ଟାଲ ବାଇଗଣ ଏବେ ନଷ୍ଟ ହେଉଛି । ବାଇଗଣ ତୋଳିବାକୁ ଶ୍ରମିକ ମଜୁରୀ ଯାହା ଦେବାକୁ ପଡୁଛି ବିକ୍ରି କଲେ ସେତିକି ମୂଲ୍ୟ ମିଳୁନାହିଁ ବୋଲି ଚାଷୀମାନେ କହିଛନ୍ତି ।

ଜିଲ୍ଲାରୁ ଜୁଲାଇ ମାସରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ବହୁ ପରିମାଣର ବାଇଗଣ, ବିକ୍ରି ହେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଏ । ଏଠାରୁ କଟକ, ଭୁବନେଶ୍ବର, କେନ୍ଦ୍ରାପଡା, ପୁରୀ ଓ ଯାଜପୁର ସମେତ ବହୁ ସ୍ଥାନରୁ ବେପାରୀ ଆସି ବାଇଗଣ ନିଅନ୍ତି । ଏହାଛଡା ଜିଲ୍ଲାର ବିଭିନ୍ନ ଦୈନିକ ବଜାର, ହାଟ ଓ ସହରାଞ୍ଚଳକୁ ମଧ୍ୟ ବିକ୍ରି ପାଇଁ ଯାଏ। ବାଇଗଣ ଚାଷ ହଜାର ହଜାର ଚାଷୀଙ୍କର ଆର୍ଥିକ ଅବସ୍ଥା ନିୟନ୍ତ୍ରଣ କରେ । କାରଣ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଚାଷୀଙ୍କୁ ଉଭୟ ଆଡୁ କ୍ଷତି ସହିବାକୁ ପଡିଛି ।

ମରୁଡ଼ି ଯୋଗୁଁ ଧାନ ଚାଷ ହୋଇପାରିନାହିଁ । ଏବେ ବାଇଗଣର ଅଭାବୀ ବିକ୍ରି ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏ ବର୍ଷ କଣ ଖାଇବେ, କେମିତି ଋଣ ପରିଶୋଧ କରିବେ ସେନେଇ ଚିନ୍ତାରେ ଚାଷୀକୂଳ । ବାଇଗଣ ବିକ୍ରି ହେଉନଥିବାରୁ ଗଛରେ ବାଇଗଣ ଫଳି ନଷ୍ଟ ହେଉଛି । ଚାଷୀମାନେ ଆଉ ବାଇଗଣ ତୋଳୁନଥିବା ମଧ୍ୟ କହିଛନ୍ତି । ସରକାରଙ୍କ ତରଫରୁ ବାଇଗଣ ଚାଷୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ସହ ସେମାନଙ୍କ ପାଇଁ ବଜାର ବ୍ୟବସ୍ଥା କରିବା ଏବଂ ସହାୟତା ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.