ETV Bharat / state

ଚାଷୀ ଆନ୍ଦୋଳନ ସମର୍ଥନରେ ଅନୁଗୋଳରେ ପ୍ରତିବାଦ - ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଙ୍ଘ

ଚାଷୀ ଆନ୍ଦୋଳନକୁ ବିରୋଧ କରି ଅନୁଗୋଳ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ଆଗରେ ଗଣଧାରଣା । ଅଧିକ ପଢନ୍ତୁ...

ଚାଷୀ ଆନ୍ଦୋଳନ ସମର୍ଥନରେ ଅନୁଗୋଳରେ ପ୍ରତିବାଦ
ଚାଷୀ ଆନ୍ଦୋଳନ ସମର୍ଥନରେ ଅନୁଗୋଳରେ ପ୍ରତିବାଦ
author img

By

Published : Dec 15, 2020, 7:26 AM IST

ଅନୁଗୋଳ: ସାରା ଦେଶରେ ତେଜିଛି ଚାଷୀ ଆନ୍ଦୋଳନ । ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଚାଷୀ । ଦିଲ୍ଲୀର ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଅନୁଗୋଳରେ ବି ଧାରଣା ଦିଆହୋଇଛି ।

ଚାଷୀ ଆନ୍ଦୋଳନ ସମର୍ଥନରେ ଅନୁଗୋଳରେ ପ୍ରତିବାଦ

ନୂତନ କୃଷି ଆଇନ ବିରୁଦ୍ଧରେ ପ୍ରତିବାଦ ତୀବ୍ର ହେଉଥିବା ବେଳେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଖିଳ ଭାରତୀୟ କୃଷକ ସଙ୍ଗଠନ ପକ୍ଷରୁ ଗଣଧାରଣା ଦିଆହୋଇଛି । ସରାକାରଙ୍କର ନୂତନ କୃଷି ଆଇନ କୃଷକଙ୍କୁ ମାରଣା ନୀତି କହି ସରକାରଙ୍କ ଉପରେ ବର୍ଷିଛନ୍ତି ଶତାଧିକ କୃଷକ । ଚାଷୀ ବଞ୍ଚାଅ ଏ ଦେଶ ବଞ୍ଚାଅ କହି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି ଚାଷୀ ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନ ବାତିଲ,ଚୁ୍କ୍ତି ଚାଷ ଆଇନ ବାତିଲ, ଘରୋଇ ମଣ୍ଡି ଆଇନ ବାତିଲ,ବିଦ୍ୟୁତ ଆଇନ 2020 ବାତିଲ କରିବାକୁ ଦାବି କରିଛି ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଙ୍ଘ । ସାରା ଦେଶରେ ପ୍ରତ୍ୟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୁଡିକ ଆଗରେ କୃଷକ ସଙ୍ଗଠନ ଗୁଡିକ ଆନ୍ଦୋଳନ କରୁଛନ୍ତି। ଅନୁଗୋଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖା ଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.