ETV Bharat / state

କ୍ଷେତ ଜଗିଥିବାବେଳେ ଚାଷୀଙ୍କୁ ଦଳିଦେଲା ଦନ୍ତା - କ୍ଷେତ ଜଗିଥିବା ବେଳେ ହାତୀ ଆକ୍ରମଣ

ଅନୁଗୋଳରେ ଦନ୍ତା ଆକ୍ରମଣ । କ୍ଷେତ ଜଗିଥିବା ବେଳେ ଚାଷୀଙ୍କୁ ଦଳିଚକଟି ମାରିଦେଇଥିବା ସୂଚନା । ଅଧିକ ପଢନ୍ତୁ...

କ୍ଷେତ ଜଗିଥିବା ବେଳେ ଦଳିଦେଲା ଦନ୍ତା, ଚାଷୀ ମୃତ

author img

By

Published : Oct 15, 2021, 3:18 PM IST

ଅନୁଗୋଳ: ବନାଞ୍ଚଳର କୁଲସର ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ସେ କ୍ଷେତ ଜଗିଥିବା ବେଳେ ତାଙ୍କୁ ଦନ୍ତା ହାତୀ ଦଳିଦେବାରୁ ତାଙ୍କର ମୃତ୍ୟୁ ଘଟିଛି । ସେପଟେ ସରକାରୀ ନିୟମ ଅନୁସାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

କ୍ଷେତ ଜଗିଥିବା ବେଳେ ଦଳିଦେଲା ଦନ୍ତା, ଚାଷୀ ମୃତ

ମୃତ ଚାଷୀ ଜଣକ ହେଲେ ପ୍ରକାଶ ସାହୁ । ସେ ଅନ୍ୟ ୨ ଜଣଙ୍କ ସହ ଗତକାଲି(ଗୁରୁବାର) ରାତିରେ ଧାନ ଜଗିବାକୁ ଯାଇ ମଞ୍ଚାରେ ଶୋଇ ଥିଲେ । ହଠାତ ଏକ ଦନ୍ତା ହାତୀ ଆସି ମଞ୍ଚା ଭାଙ୍ଗିଦେବା ସହ ସମସ୍ତଙ୍କୁ ଆକ୍ରମଣ କରିଥିଲା । ତେବେ ଅନ୍ୟ ୨ ଜଣ କୌଶଳକ୍ରମେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ ।

କିନ୍ତୁ ଅଶୋକ ସେଠାରେ ଖସି ପଡ଼ିଥିଲେ । ଫଳରେ ହାତୀ ତାଙ୍କୁ ଦଳି ଚକଟି ମାରି ଦେଇଥିଲା । ଖବର ପାଇ ଅନୁଗୋଳ ରେଞ୍ଜର ଏବଂ ପୁରୁଣାକୋଟ ଥାନା ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ସରକାରୀ ନିୟମ ଅନୁସାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ଅଧିକାରୀ ପରିବାରକୁ ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.