ETV Bharat / state

ଫ୍ଲାଏ ଓଭର ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ: ୧୭ ଅଟକ - ଫ୍ଲାଏ ଓଭର ନିର୍ମାଣ ପାଇଁ ଜବର ଦଖଲ ଉଚ୍ଛେଦ ୧୭ ଅଟକ

ଯେତେ ନେହୁରା ହୋଇ ନିବେଦନ କଲେ ବି ଶୁଣିଲା ନାହିଁ ପ୍ରଶାସନ । ଜୋର ଜବରଦସ୍ତ ଉଠାଇ ନେଇ ବୁଲଡୋଜର ଚଳାଇଲା । ଅଧିକ ପଢନ୍ତୁ

ଫ୍ଲାଏ ଓଭର ନିର୍ମାଣ ପାଇଁ ଜବର ଦଖଲ ଉଚ୍ଛେଦ : ୧୭ ଅଟକ

author img

By

Published : Jun 7, 2022, 9:45 PM IST

ଅନୁଗୋଳ : ପ୍ରଶାସନର ଚରମ ନିଷ୍ପତ୍ତି । ଶୁଣିଲାନି କାହାରି କଥା । ଶେଷରେ ଜୋର ଜବରଦସ୍ତ ଉଠାଇ ନେଇ ବୁଲଡୋଜର ଚଳାଇଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ତାଳଚେରର ଦିଘି ଗାଁରେ । ସୂଚନା ଅନୁସାରେ ଏହି ଗାଁ ଦେଇ ଏକ ଫ୍ଲାଏ ଓଭର ନିର୍ମାଣ ହେଉଛି । ଏହି ଫ୍ଲାଏ ଓଭର ନିର୍ମାଣ ପାଇଁ ଗାଁର ଜମି ଓ ଘର ପ୍ରଭାବିତ ହେବ । ତେବେ ଗ୍ରାମବାସୀଙ୍କ କହିବା କଥା ସେମାନେ ୧୯୬୦ ମସିହାରେ TTPS ପାଇଁ ବିସ୍ଥାପିତ ହୋଇଥିଲେ । ସେଠାରୁ ସଠିକ ଭରଣା ପାଇନଥିବାବେଳେ ଏବେ ପୁଣି ଫ୍ଲାଏ ଓଭର ପାଇଁ ବିସ୍ଥାପିତ କରାଯାଉଛି ।

ଫ୍ଲାଏ ଓଭର ନିର୍ମାଣ ପାଇଁ ଜବର ଦଖଲ ଉଚ୍ଛେଦ : ୧୭ ଅଟକ

ଏଥିପାଇଁ ୨୦୧୩ ରିହାବିଲଟେସନ ଏବଂ ରିସେଟଲମେଣ୍ଟ ପଲିସି ଅନୁସାରେ କ୍ଷତିପୂରଣ ପ୍ରଦାନ, ନିଯୁକ୍ତି ଓ ଥଇଥାନ କରିବା କଥା । ହେଲେ ପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ସେମାନେ ୨୦୧୭ ମସିହାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାକି ବର୍ତ୍ତମାନ ସୁଦ୍ଧା ବିଚାରାଧୀନ ରହିଛି । ଯାହାପର ଠାରୁ ଫ୍ଲାଏ ଓଭର କାମ ବନ୍ଦ ରହିଥିଲା । ତେବେ ଆଜି ହଠାତ ପୁଲିସ ସହାୟତାରେ ପ୍ରଶାସନ ପହଞ୍ଚି ବୁଲଡୋଜର ଚଳାଇଥିଲା ।

ପୂର୍ବରୁ କୌଣସି ନୋଟିସ ଦେଇନଥିବା ଏବଂ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ପ୍ରଶାସନ ଏଭଳି ବଳ ଲଗାଇ ସେମାନଙ୍କୁ ହଟାଇବାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା । ଫଳରେ ବହୁ ସମୟ ଧରି ପ୍ରଶାସନ ଓ ଜନତା ମୁହାଁମୁହିଁ ହୋଇଥିଲେ ।

ଏନେଇ ପୋଲିସ ୧୭ଜଣଙ୍କୁ ଅଟକ ରଖିଥିଲା । ଗାଁ ଲୋକ ଏହା ତାଙ୍କ ଜାଗା, ଏଠାରୁ ସେମାନେ ହଟିବେ ନାହିଁ ବୋଲି ଦାବି କରିଥିଲେ ମଧ୍ୟ ପ୍ରଶାସନ ଶୁଣିନଥିଲା । ତେବେ ପ୍ରଶାସନର କହିବା କଥା ଏହି ଫ୍ଲାଏ ଓଭର କାମ ୭ ବର୍ଷ ବିଳମ୍ବ ହେଲାଣି । ସମସ୍ତ ପରିବାର କ୍ଷତିପୂରଣ ନେଇ ସାରିଥିବା ବେଳେ କେବଳ ୪ଟି ପରିବାର ବାକି ଅଛି । କେବଳ ୪ଟି ପରିବାର ପାଇଁ ଜନହିତକର କାମ ଅଟକିବା ଉଚିତ୍ ନୁହେଁ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.