ETV Bharat / state

ଅନୁଗୋଳରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ, ସଙ୍କଟରେ ୩୦୦ ମତ୍ସ୍ୟଜୀବୀଙ୍କ ରୋଜଗାର - Crocodile conservation

ଅନୁଗୋଳ ସାତକୋଶିଆ ଗଣ୍ଡରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ପାଇଁ ବଳି ପଡିବେ ୩୦୦ରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀ ପରିବାର। କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହେବାକୁ ଥିବାରୁ ବନ ବିଭାଗ ପକ୍ଷରୁ ଗଣ୍ଡରେ ମାଛ ମାରିବାକୁ କଟକଣା ଜାରି କରା ଯାଇଛି। ଅଧିକ ପଢ଼ନ୍ତୁ...

ଅନୁଗୋଳରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ, ସଙ୍କଟରେ ୩୦୦ ମତ୍ସ୍ୟଜୀବୀଙ୍କ ରୋଜଗାର

author img

By

Published : Dec 1, 2020, 10:49 PM IST

ଅନୁଗୋଳ: ସାତକୋଶିଆ ଗଣ୍ଡରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ପାଇଁ ବଳି ପଡିବେ ୩୦୦ରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀ ପରିବାର। କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହେବାକୁ ଥିବାରୁ ବନ ବିଭାଗ ପକ୍ଷରୁ ଗଣ୍ଡରେ ମାଛ ମାରିବାକୁ କଟକଣା ଜାରି କରା ଯାଇଛି। ଫଳରେ ର୍ଷ ବର୍ଷ ଧରି ମାଛ ମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀ ପରିବାର ଏବେ ହାତ ବାନ୍ଧି ବସିଛନ୍ତି। ମାଛ ମାରି ବଞ୍ଚିବା ଛଡା ସେମାନଙ୍କ ପାଖରେ ଅନ୍ୟ କୌଣସି କାମ ନଥିବାରୁ ମତ୍ସ୍ୟଜୀବିଙ୍କ ଘରେ ଚୁଲି ଜଳିବା କଷ୍ଟକର ହୋଇ ପଡ଼ିଛି।

ଅନୁଗୋଳରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ, ସଙ୍କଟରେ ୩୦୦ ମତ୍ସ୍ୟଜୀବୀଙ୍କ ରୋଜଗାର

ଅନୁଗୋଳର ସାତକୋଶିଆ ଗଣ୍ଡରେ ଯେଉଁ ୧୧ କିଲୋମିଟର ଅଞ୍ଚଳରେ ମାଛ ମରାଯାଏ ସେଇ ଅଞ୍ଚଳକୁ ନୋ ଫିସିଙ୍ଗ ଜୋନ ଘୋଷଣା କରିଛି ବନ ବିଭାବ। ସାତକୋଶିଆ ଗଣ୍ଡ ଅବାବାହିକରେ ବସବାସ କରୁଥିବା ୩୦୦ରୁ ଅଧିକ ମତ୍ସ୍ୟଜୀବୀ ପରିବାର ଏବେ କେମିତି ବଞ୍ଚିବେ ଆଉ ନିଜ ପରିବାର ଚଳାଇବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି।

ନଦୀ ଅବବାହିକରେ ରୁହନ୍ତି ଘାଟ ସାହି, କେଉଟ ସାହି, ନୂଆସାହି, ଗଇନ୍ଦି, ରାମିମୁଣ୍ଡା, ବେହେରା ସାହି ଓ ମଝିପଡା ଆଦି ଗାଁର ମତ୍ସ୍ୟଜୀବୀ ପରିବାର । ପୁରୁଷ ପୁରୁଷ ଧରି କେବଳ ନଦୀରୁ ମାଛ ମାରି ପରିବାର ପେଟ ଆସୁଛନ୍ତି। ଏହି ମତ୍ସ୍ୟଜୀବୀମାନେ ଗଣ୍ଡରେ ପ୍ରାୟତଃ ସୁନାଖଣି ଠାରୁ ରାମଗାଁ ନାଳ ପର୍ଯ୍ୟନ୍ତ ମାଛ ମାରନ୍ତି। କାରଣ ଏହି ୧୧କି.ମି ଦୈର୍ଘ୍ୟ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ମାଛ ମିଳିଥାଏ।

ସାତକୋଶିଆ ଗଣ୍ଡରେ ସୁରକ୍ଷା ପାଇଁ ଓ ଆଗକୁ ଅଧିକ କୁମ୍ଭୀର ଛାଡିବାର ଯୋଜନା ରଖିଛି ବନ ବଭିଗ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଏହି ଏହି 11 କିମି ପରିଧିରେ ମାଛ ମାରିବା ଉପରେ କଟକଣା ଜାରି କରାଯାଇଛି। ଏହି କଟକଣା ଏବେ ମତ୍ସ୍ୟଜୀବୀ ଙ୍କ ଜୀବନ ଜୀବିକା ଉପରେ ପ୍ରଶ୍ନ ବାଚି ଛିଡା କରିଛି। ଏନେଇ ସାତକୋଶିଆ ଡିଏଫଓଙ୍କୁ ପଚାରିବାରୁ ପରୀକ୍ଷା ମୂଳକ ଭାବେ ଏଭଳି କଟକଣା ଲଗା ଯାଇଥିବା କଥା କହିଛନ୍ତି। ପରବର୍ତ୍ତୀ ସମୟରେ ଏହି ମତ୍ସ୍ୟଜୀବୀଙ୍କୁ ରୋଜଗାରର ଅନ୍ୟ ପନ୍ଥା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଡିଏଫଓ।

ସାତକୋଶିଆ କର୍ତ୍ତୃପକ୍ଷ ଅଞ୍ଚଳର ଅଧିବାସୀ ଙ୍କ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଜାରି କରୁଛନ୍ତି । ଯାହାକୁ ନେଇ ବନବିଭାଗ ବିରୁଦ୍ଧରେ ଅସନ୍ତୋଷ ଦାନା ବାନ୍ଧିବାକୁ ଲାଗିଛି। ଏହି ସମସ୍ୟାର ସମାଧାନ ନହେଲେ ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି କହିଛନ୍ତି ମତ୍ସ୍ୟଜୀବୀ। ମାଛ ମାରିବା ବନ୍ଦ କରିବା ପରେ ପରିବାର କଥା କିଏ ବୁଝିବ ବୋଲି ପ୍ରଶ୍ନ କରିଛନ୍ତି ମତ୍ସ୍ୟଜୀବୀ। ତେବେ ଦେଖିବାକୁ ବାକି ରହିଲା ଏନେଇ ବନବିଭାଗର କଣ ଆଭିମୁଖ୍ୟ ରହୁଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.