ଅନୁଗୋଳ: ବଣୁଆ ହାତୀଙ୍କର ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି । ଚାଷ ଆରମ୍ଭରୁ କ୍ଷେତ ଉଜାଡ଼ି ଦେଉଛନ୍ତି ହାତୀପଲ । ଆଉ ଏମାନଙ୍କର ଶିକାର ହେଉଛନ୍ତି ଅନୁଗୋଳ ବନାଞ୍ଚଳରେ ଚାଷୀ । କ୍ଷେତରେ ପଶି ଏକର ଏକର ଜମିରେ କୋବି ଖାଇ ନଷ୍ଟ କରି ଦେଉଛନ୍ତି ହାତୀପଲ । ଏବେ ଚାଷୀର ଫସଲ ଲଗାଇବାର ସମୟ । ବର୍ଷା ସାମାନ୍ୟ କମିବା ପରେ ଅନେକ ଚାଷୀ ନିଜ ନିଜ ଜମିରେ ପନିପରିବା ଲଗାଇଛନ୍ତି। ହେଲେ ଚାଷ ଆରମ୍ଭରୁ ହାତୀ ପଲ ସବୁ ଆଜାଡ଼ି ଦେଲେଣି ।
ଅନୁଗୋଳ ଜିଲ୍ଲାର ଅନୁଗୋଳ ବନାଞ୍ଚଳ , ସାବଳଭଙ୍ଗା , ସୁନା ଭୁଇଁ , କାଙ୍ଗୁଲି ପାଳ ଆଦି ଗାଁ ଚାଷୀଙ୍କ କ୍ଷେତରେ ପଶି ହାତୀ ପଲ ବ୍ୟାପକ ଚାଷ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଧାର କରଜ କରି ଚାଷ କରିଥିବା ଚାଷୀ ତାକୁ ନେଇ ଏବେ ଚିନ୍ତାରେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ