ETV Bharat / state

ଅନୁଗୋଳରେ ହାତୀ ଉପଦ୍ରବ, ଉଜାଡିଲେ ଏକର ଏକର କଦଳୀ ଚାଷ

ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ପୋକଟୁଙ୍ଗା ଗାଁରେ ହାତୀ ଉପଦ୍ରବ । ଉଜାଡିଲେ ଏକର ଏକର କଦଳୀ ଚାଷ । ଋଣ ପରିଶୋଧ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ

author img

By

Published : Feb 19, 2023, 8:53 AM IST

କଦଳୀ ଚାଷ ଉଜାଡିଲେ ଚାଷୀ
କଦଳୀ ଚାଷ ଉଜାଡିଲେ ଚାଷୀ
କଦଳୀ ଚାଷ ଉଜାଡିଲେ ଚାଷୀ

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ବେକାବୁ ହେଉଛି ହାତୀ ଉପଦ୍ରବ । ଘର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିବାରେ ଲାଗିଛନ୍ତି ହାତୀପଲ । ତେବେ ଗତକାଲି(ଶନିବାର) ହାତୀପଲ ଗୋଟିଏ ଗାଁରେ ପଶି ବ୍ୟାପକ କଦଳୀ ଚାଷ ନଷ୍ଟ କରିଦେଇଥିବାର ଦେଖିବାକୁ ମିଳିଛି । ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ପୋକଟୁଙ୍ଗା ଗାଁରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଅନ୍ୟପଟେ ବନ କର୍ମଚାରୀ ଏହି ହାତୀ ଘଉଡାଇବାରେ ଫେଲ୍ ମାରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କଦଳୀ ଚାଷ ନଷ୍ଟ ପରେ ବର୍ତ୍ତମାନ ସ୍ଥିତିରେ କିପରି ଋଣ ପରିଶୋଧ କରିବେ ସେନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।

ବହୁ ପରିଶ୍ରମ ଓ ଖର୍ଚ୍ଚ କରି ଚାଷୀ କଦଳୀ ଚାଷ କରିଥିଲେ । ଆଉ ମାତ୍ର କିଛି ଦିନ ପରେ ବିକ୍ରି କରିଥାନ୍ତା । ହେଲେ ହାତୀ ମୁହଁରେ ଗଲା ସେମାନଙ୍କର ସବୁ ଆଶା । ପୋକଟୁଙ୍ଗା ଗାଁରେ ପ୍ରାୟ ୬ ଶହରୁ ଅଧିକ ପରିବାର ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ୫ ଶହରୁ ଅଧିକ ପରିବାର କେବଳ କଦଳୀ ଚାଷ କରି ଜୀବିକା ନିର୍ବାହ କରନ୍ତି । ସାରା ରାଜ୍ୟରେ ପୋକଟୁଙ୍ଗା କଦଳୀ ଚାଷ ପାଇଁ ବେଶ୍ ଜଣାଶୁଣା । କିନ୍ତୁ ଏବେ କିଛି ବର୍ଷ ହେଲା ହାତୀ ସେମାନଙ୍କର ପ୍ରଧାନ ଶତ୍ରୁ ପାଲଟିଛି । ଗତ ୧୫ଦିନ ହେଲା ହାତୀପଲ ଗାଁ ଚାରିପଟେ ଘୁରି ବୁଲୁଛନ୍ତି । ଶୁକ୍ରବାର ରାତିରେ ହାତୀପଲ କଦଳୀ ବଗିଚାରେ ତାଣ୍ଡବ ରଚିଛନ୍ତି ।

ଶହ ଶହ ଏକର ଜମିରେ ହଜାର ହଜାର କଦଳୀ ଗଛ ଉଜାଡିବା ସହ କନ୍ଧିଗୁଡିକ ଖାଇ ନଷ୍ଟ କରି ଦେଇଛନ୍ତି । ଖାଲି ସେତିକି ନୁହେଁ ପାଣିପମ୍ପ, ପାଇପ ଏବଂ ଡ୍ରମ ସବୁ ଭାଙ୍ଗି ଦେଇଛନ୍ତି । ବଗିଚାରେ ଜଗିଥିବା ଚାଷୀମାନେ ପ୍ରାଣ ବିକଳରେ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ । ଜଣେ ଜଣେ ଚାଷୀଙ୍କର ୩ ରୁ ୪ ଲକ୍ଷ ଟଙ୍କାର କଦଳୀ ନଷ୍ଟ ହୋଇ ଯାଇଛି । ଚାଷୀମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି କଦଳୀ କରିଥିଲେ । ବହୁ ଖର୍ଚ୍ଚ କରି ପାଣି ମଡ଼ାଇବା ଠାରୁ ନେଇ ସାର ଔଷଧ ପ୍ରୟୋଗ କରିଥିଲେ । ତେବେ ବର୍ତ୍ତମାନ ସ୍ଥିତିରେ କିପରି ଋଣ ପରିଶୋଧ କରିବେ ସେନେଇ ଚାଷୀ ଚିନ୍ତାରେ ପଡିଛନ୍ତି ।

ହାତୀ ଉପଦ୍ରବ ରୋକିବା ସହ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଚାଷୀମାନେ ବନ ବିଭାଗକୁ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳକୁ ଆସୁଛନ୍ତି । ଜମିର କାଗଜପତ୍ର ନେଉଛନ୍ତି । ହେଲେ କ୍ଷତିପୂରଣ ମିଳୁନଥିବା ନେଇ ଗ୍ରାମବାସୀ କହିଛନ୍ତି ।

ଏନେଇ ଚାଷୀ କହିଛନ୍ତି," ଗୋଟିଏ ଏକର ଜମିରୁ ୨ରୁ ୩ଲକ୍ଷ ଟଙ୍କା ରୋଜଗାର ହୁଏ । କିନ୍ତୁ ବନ ବିଭାଗ ମାତ୍ର ୨ରୁ ୩ହଜାର ଟଙ୍କା ଦେଉଛି । ତାହା ପୁଣି ବହୁ ବିଳମ୍ବରେ ମିଳୁଛି । ହାତୀପଲ ଗାଁରେ ପଶିଲେ ବନ ବିଭାଗକୁ ଖବର ଦେଲେ ମଧ୍ୟ ଠିକ ସମୟରେ ପହଞ୍ଚି ପାରୁ ନାହାନ୍ତି । ଏସବୁର ସ୍ଥାୟୀ ସମାଧାନ ହେବା ଆବଶ୍ୟକ । ପୋକଟୁଙ୍ଗା ଗାଁ କଦଳୀ ଚାଷ ପାଇଁ ପ୍ରସିଦ୍ଧ । ପୁରୁଷ ପୁରୁଷ ଧରି ଏଠାରେ ବିଭିନ୍ନ କିସମର କଦଳୀ ଚାଷ ହୁଏ । କିନ୍ତୁ ବନ ବିଭାଗର ଅପାରଗତା ଯୋଗୁଁ ବାରମ୍ବାର ହାତୀପଲ ପଶ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଉଛନ୍ତି । ପ୍ରତିବର୍ଷ ଏଭଳି କ୍ଷତି ସହିଲେ ବାଧ୍ୟ ହୋଇ ଆଉ କେହି କଦଳୀ ଚାଷ କରିବେ ନାହିଁ ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.