ETV Bharat / state

ହାତୀ ଉଜାଡୁଛି ଫସଲ, ଚିନ୍ତାରେ ଚାଷୀ

ଅନୁଗୋଳରେ ଥମୁନି ହାତୀ ଉପଦ୍ରବ । ଗୋଟିଏ ରାତିରେ ଉଜାଡୁଛନ୍ତି ଏକର ଏକର ଜମିର ଫସଲ । ଯାହାକୁ ନେଇ ଚିନ୍ତାରେ ଚାଷୀ । ଅଧିକ ଖବର ପଢନ୍ତୁ...

ହାତୀ ଉଜାଡୁଛି ଫସଲ, ଚିନ୍ତାରେ ଚାଷୀ
ହାତୀ ଉଜାଡୁଛି ଫସଲ, ଚିନ୍ତାରେ ଚାଷୀ
author img

By

Published : Aug 26, 2020, 9:20 PM IST

ଅନୁଗୋଳ: ଥମୁନି ହାତୀ ଉପଦ୍ରବ । ଗୋଟିଏ ରାତିରେ ଉଜାଡୁଛନ୍ତି ଏକର ଏକର ଜମିର ଫସଲ । ଯାହାକୁ ନେଇ ଚିନ୍ତାରେ ଚାଷୀ । ଅନୁଗୋଳ ବନଖଣ୍ଡ ଜରପଡା ରେଞ୍ଜ ଅନ୍ତର୍ଗତ ରାଉତାଳ ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ବଣୁଆ ହାତୀ ପଲ ଗାଁ ଭିତରେ ପଶି ବ୍ୟାପକ ଫସଲ ନଷ୍ଟ କରି ଦେଇଛନ୍ତି।

ହାତୀ ଉଜାଡୁଛି ଫସଲ, ଚିନ୍ତାରେ ଚାଷୀ
ହାତୀ ଉଜାଡୁଛି ଫସଲ, ଚିନ୍ତାରେ ଚାଷୀ

ଏକର ଏକର ଜମିରେ ଧାନ, ବାଦାମ, କଦଳୀ ଓ ବିଭିନ୍ନ ପନିପରିବା ଫସଲ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ଚାଷୀ ମାନେ ବିପୁଳ କ୍ଷତି ସହିଛନ୍ତି । ବହୁ କଷ୍ଟ କରି ସାର ଔଷଧ ପାଇଁ ଖର୍ଚ୍ଚ କରି ଫସଲ କରିଥିଲେ । ହେଲେ ହାତୀ ପଲ ସବୁ ଉଜାଡ଼ି ଦେଲେ ।

ହାତୀ ଉଜାଡୁଛି ଫସଲ, ଚିନ୍ତାରେ ଚାଷୀ
ହାତୀ ଉଜାଡୁଛି ଫସଲ, ଚିନ୍ତାରେ ଚାଷୀ

ବନ ବିଭାଗକୁ ଖବର ଦେଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଚାଷୀମାନେ। ତେଣୁ ତୁରନ୍ତ ହାତୀପଲକୁ ଘଉଡାଇବା ବ୍ୟବସ୍ଥା କରିବା ସହ କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ହାତୀ ଉଜାଡୁଛି ଫସଲ, ଚିନ୍ତାରେ ଚାଷୀ

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.