ETV Bharat / state

ପୁଣି ଅନୁଗୋଳରୁ ହାତୀ କଙ୍କାଳ ଉଦ୍ଧାର, ତଦନ୍ତ ଆରମ୍ଭ

author img

By

Published : Sep 30, 2022, 2:44 PM IST

ଅନୁଗୋଳ ଜିଲ୍ଲାରେ ପୁଣି ହାତୀର କଙ୍କାଳ ଉଦ୍ଧାର । ପୋକୁଣ୍ଡା ସେକ୍ସନ କୃଷ୍ଣଚକ୍ର ଗଡ଼ ଜଙ୍ଗଲରୁ ଏକ ହାତୀର କଙ୍କାଳ ଉଦ୍ଧାର ହୋଇଛି । ପ୍ରାୟ ଏକ ବର୍ଷ ପୂର୍ବେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଅଧିକ ପଢ଼ନ୍ତୁ

death elephant skeleton found in angul
ପୁଣି ଅନୁଗୋଳରୁ ହାତୀ କଙ୍କାଳ ଉଦ୍ଧାର, ତଦନ୍ତ ଆରମ୍ଭ

ଅନୁଗୋଳ: ଜିଲ୍ଲାରେ ଥମୁନି ହାତୀ ମୃତ୍ୟୁ । ଅନୁଗୋଳ ବନଖଣ୍ଡର ପୋକୁଣ୍ଡା ସେକ୍ସନ କୃଷ୍ଣଚକ୍ର ଗଡ଼ ଜଙ୍ଗଲରୁ ଏକ ହାତୀର କଙ୍କାଳ ଉଦ୍ଧାର । ବନ କର୍ମଚାରୀମାନେ ଜଙ୍ଗଲ ଭିତରେ ବୁଲୁଥିବାବେଳେ, ହାତୀର କଙ୍କାଳ ଦେଖିବାକୁ ପାଇଥିଲେ । ଖବର ପାଇ ଅନୁଗୁଳ ଡିଏଫଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।

ହାତୀଟି ଏକ ମାଈ ହାତୀ ଏବଂ ଏହାର ଆନୁମାନିକ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି । ଅଧିକ ସନ୍ଧାନ ପାଇଁ ହାତୀର ନମୁନା ପରୀକ୍ଷା ପାଇଁ ପଠାଯାଇଛି । ତେବେ ପ୍ରାୟ ଏକ ବର୍ଷରୁ ଅଧିକ ହେଲା ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଅନୁଗୁଳ ଡିଏଫଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ତଦନ୍ତ ଶେଷ ହେବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ହାତୀର ମୃତ୍ୟୁ ଘଟିଥିବା ସମୟରେ ଦାୟିତ୍ବରେ ଥିବା ବନାଞ୍ଚଳ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ଜାଣିଶୁଣି ଘଟଣାକୁ ଚାପି ଦେଇଥିଲେ ବୋଲି ସ୍ଥାନୀୟ ପରିବେଶବିତ୍ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, ଦଶହରାରେ ଭିଜିବ ଓଡ଼ିଶା

ସୂଚନା ଥାଉକି ଗତ କିଛି ମାସ ପୂର୍ବେ ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ନିକଟରୁ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର କରିଥିଲା ବନ ବିଭାଗ । ପ୍ରାଥମିକ ତଦନ୍ତରୁ ହାତୀଟି ପ୍ରାୟ ବର୍ଷେ ପୂର୍ବରୁ ପୋତା ଯାଇଥିବା ଅନୁମାନ କରାଯାଉଥିଲା । ହାତୀଟିର ଚମଡା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ହାଡ଼ ମଧ୍ୟ କେତେକାଂଶରେ ନଷ୍ଟ ହୋଇଯାଇଥିଲା । ହାତୀର ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ସୂଚନା ମିଳିଥିଲା ।

ସାତକୋଶିଆ ଡିଏଫଓ, ଏସିଏଫ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଖୋଳାଖୋଳି କରିବା ପରେ କଙ୍କାଳ ମିଳିଥିଲା । ଜିଲିଣ୍ଡା ରେଞ୍ଜ ଅଫିସର ଘଟଣା ସମ୍ପର୍କରେ ସବୁ ଜାଣି ଚପାଇ ଦେବାକୁ ଉଦ୍ୟମ କରିଥିଲେ । ସେ ସବୁ ଜାଣି ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ କିଛି ନ ଜଣାଇ ଚୁପ୍‌ ରହିଥିଲେ ବୋଲି ଅଭିଯୋଗ ହୋଇଥିଲା । ଡିଏଫଓ ନିଜେ ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଗିରଫ ଅଭିଯୁକ୍ତମାନେ ସମସ୍ତେ ସେହି ରେଞ୍ଜ ଅଧୀନରେ ଜଗୁଆଳୀ ଭାବେ କାମ କରୁଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.