ETV Bharat / state

ଅନୁଗୋଳରେ 20 ଟିକିଆ ହାତୀ ପଲଙ୍କ ଉପଦ୍ରବ, ଲୋକେ ଭୟଭୀତ

author img

By

Published : Dec 28, 2021, 9:25 PM IST

ଅନୁଗୋଳରେ ଥମୁନି ହାତୀ ଉପଦ୍ରବ । ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ୨୦ ଟିକିଆ ହାତୀପଲ, ଅସ୍ତବ୍ୟସ୍ତ ଅଞ୍ଚଳବାସୀ । ଅଧିକ ପଢନ୍ତୁ

ଅନୁଗୋଳରେ 20 ଟିକିଆ ହାତୀ ପଲଙ୍କ ଉପଦ୍ରବ, ଲୋକେ ଭୟଭୀତ
ଅନୁଗୋଳରେ 20 ଟିକିଆ ହାତୀ ପଲଙ୍କ ଉପଦ୍ରବ, ଲୋକେ ଭୟଭୀତ

ଅନୁଗୋଳ: ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ଗତକାଲି(ସୋମବାର) ବିଳମ୍ବିତ ରାତିରେ ଖମାର ଥାନା ରଜଡଙ୍ଗ ଗାଁରେ ହାତୀ ଘରେ ପଶି ଜଣକ ଜୀବନ ନେଇଥିବାବେଳେ ଆଜି(ମଙ୍ଗଳବାର) ଜିଲ୍ଲାର ବଅଁରପାଳ ଅଞ୍ଚଳରେ ହାତୀ ପଲ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।

ବଅଁରପାଳ ବ୍ଲକର ଗଡସନ୍ତ୍ରୀ ରାଇସ ମିଲ ପାଖରେ ଜଙ୍ଗଲୀ ହାତୀ ପଲ ଉପଦ୍ରବ ମଚାଇଛନ୍ତି । ଦୀର୍ଘ ଦିନ ହେଲା ଅଞ୍ଚଳରେ ହାତୀ ଉପଦ୍ରବ ଦେଖା ଦେଇଛି । ଏହି ହାତୀ ପଲରେ 20ରୁ ଅଧିକ ହାତୀ ଥିବା ଜଣାପଡ଼ିଛି । ହାତୀ ପଲ ଦେଖି ପାଖାପାଖି ଗାଁ ଲୋକେ ଭୟଭୀତ ଅଛନ୍ତି । ସେପଟେ ହାତୀ ପଲ ମଧ୍ୟ ପାଖ ବୋଉଳିଗଡ ପଞ୍ଚାୟତର ପୁରିକିଆ ଗାଁରେ ଫସଲ ଖାଇବା ସହ ଗ୍ରାମର ଟିକନ ଦାସଙ୍କ ଆଜବେଷ୍ଟ ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି । ଲୋକଙ୍କ ବାଡ଼ି ବଗିଚାରେ ପଶି ବିଭିନ୍ନ ଫସଲ ମଧ୍ୟ ନଷ୍ଟ କରିଛନ୍ତି । ତେବେ ଏହି ହାତୀ ପଲକୁ ଘଉଡାଇବା ପାଇଁ ବନ ବିଭାଗ ବାରମ୍ବାର ଉଦ୍ୟମ କରି ସୁଦ୍ଧା ବିଫଳ ହୋଇଛି । ଯାହା ଏବେ ଲୋକଙ୍କ ପାଇଁ କାଳ ହେଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.