ETV Bharat / state

ବଢୁଛି ଦନ୍ତା ଉପଦ୍ରବ, ଲୋକେ ଭୟଭୀତ

author img

By

Published : Feb 23, 2020, 4:41 AM IST

ଗାଁରେ ପଶି ଉତ୍ପାତ କରୁଛି ଦନ୍ତା ହାତୀ । ଭୟରେ ଛାନିଆ ହେଲେଣି ଗାଁ ଲୋକେ । ସନ୍ଧ୍ୟାରୁ ରାତି ଯାଏଁ ଦନ୍ତା ମଚାଉଛି ଉତ୍ପାତ ।

elephant in angul, angul latest news, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌, ଅନୁଗୋଳରେ ହାତୀ ଉପଦ୍ରବ
ବଢୁଛି ଦନ୍ତା ଉପଦ୍ରବ, ନଷ୍ଟ ହେଉଛି ଫସଲ

ଅନୁଗୋଳ: ଗାଁରେ ପଶି ଉତ୍ପାତ କରୁଛି ଦନ୍ତା ହାତୀ । ଭୟରେ ଛାନିଆ ହେଲେଣି ଗାଁ ଲୋକେ । ସନ୍ଧ୍ୟାରୁ ରାତି ଯାଏଁ ଦନ୍ତା ମଚାଉଛି ଉତ୍ପାତ ।

ବଢୁଛି ଦନ୍ତା ଉପଦ୍ରବ, ନଷ୍ଟ ହେଉଛି ଫସଲ

ଅନୁଗୋଳ ଜିଲ୍ଲା କଣିହାଁ ରେଞ୍ଜ ବଜ୍ରକୋଟ ସୁବର୍ଣପୁର ନୂଆ ସାହିରେ ପଶିଛି ଦନ୍ତା। ଗାଁରେ ଲୋକଙ୍କୁ ଆକ୍ରମଣ କରିବା ସହ ଦନ୍ତା ଗାଁ ଭିତରେ ପଶି ଉପଦ୍ରବ ଚଳାଇଛି। ବାଡି ବଗିଚାରେ ପସି ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଛି। ତେବେ ଗାଁ ପୋଖରୀରେ ପଶି ଗାଧୋଇବା ପରେ ଗାଁ ଭିତରେ ହାତୀ ପଶିଥିବା ଜଣା ପଡିଛି ।

ଯାହାକୁ ଦେଖି ଲୋକେ ଭୟଭୀତ ହୋଇ ଇଆଡେ ସିଆଡେ ଦୌଡିଥିବା ଦେଖିବାକୁ ମିଳିଛି । ସେପଟେ ବନ ବିଭାଗ ଘଟଣାସ୍ଥଳରେ ନ ପହଁଚିବାରୁ ଗାଁ ଲୋକେ ହାତୀକୁ ଘଉଡାଇବାକୁ ଉଦ୍ୟମ ଚଳାଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.