ETV Bharat / state

ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା - କ୍ଷତିପୂରଣ ଦାବିକରି ମେଡିକାଲରେ ଧାରଣା

ଅନୁଗୋଳରେ ହାତୀ ଆକ୍ରମଣରେ ବନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିକରି ମେଡିକାଲରେ ଧାରଣାରେ ବସିଛନ୍ତି ପରିବାରଲୋକେ । ଅଧିକ ପଢନ୍ତୁ

ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କ ମୃତ୍ୟୁ
ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କ ମୃତ୍ୟୁ
author img

By

Published : Nov 5, 2022, 9:44 AM IST

ଅନୁଗୋଳ: ଥମୁନି ହାତୀ ଆକ୍ରମଣ । ଦିନକୁ ଦିନ ତୀବ୍ରତର ରୂପ ନେଉଛି ହାତୀ ମଣିଷ ଲଢେଇ । ହାତୀ ଆକ୍ରମଣରେ ବନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଜଗୁଆଳିଙ୍କ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦାବିକରି ମେଡିକାଲରେ ଧାରଣାରେ ବସିଛନ୍ତି ପରିବାରଲୋକେ । ନାଲକୋନଗର ଥାନା କୁଲାଡ ବ୍ରାହ୍ମଣୀ ଦେଇ ଆଶ୍ରମ ନିକଟରେ ହାତୀ ଆକ୍ରମଣରେ ଗୁରୁବାର ରାତିରେ ଶରତଙ୍କ ପ୍ରାଣହାନି ଘଟିଥିଲା ।

ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କ ମୃତ୍ୟୁ

ଏହା ମଧ୍ୟ ପଢନ୍ତୁ: ନୀରବି ଗଲେ ନିମାଁଇ, ଓଡ଼ିଆ ସଙ୍ଗୀତ ଜଗତର ଅପୂରଣୀୟ କ୍ଷତି

ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁକୁ କେନ୍ଦ୍ରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ପରିବାର ଲୋକ ଧାରଣାରେ ବସି ରହିଛନ୍ତି । ମୃତ କର୍ମଚାରୀ ଶରତ ଘଡେଇଙ୍କ ପରିବାର ଲୋକଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାୟୀ ଚାକିରୀ ଓ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି । ମେଡିକାଲରେ ପୋଲିସ ଓ ବନ ବିଭାଗର ଅଧିକାରୀମାନେ ବୁଝାସୁଝା ଜାରି ରଖିଛନ୍ତି । ସେପଟେ ଲୋକେ ଡ଼ିଏଫୋ ଅଫିସ ଆଗାରେ ମଧ୍ୟ ଧରାଣା ଦେଇଛନ୍ତି । ଶରତଙ୍କ ମୃତଦେହ କାଜୁଆଲିଟିରେ ପଡିରହିଛି ।

ନାଲକୋନଗର ଥାନା କୁଲାଡ ବ୍ରାହ୍ମଣୀ ଦେଇ ଆଶ୍ରମ ନିକଟରେ ହାତୀ ଆକ୍ରମଣରେ ଗୁରୁବାର ରାତିରେ ଶରତଙ୍କ ପ୍ରାଣହାନି ଘଟିଥିଲା । ଗୁରୁବାର ରାତିରେ ପ୍ରାୟ ୪୦ହାତୀ କୁଲାଡ ଜନବସତି ଆଡ଼କୁ ମାଡ଼ି ଆସିଥିଲେ । ହାତୀ ଗତିବିଧି ଉପରେ ଶରତ ନଜର ରଖିଥିଲେ । ପ୍ରାୟ ସାଢେ ୧୦ଟା ବେଳେ ବ୍ରାହ୍ମଣୀ ଦେଇ ମଠ ପାଖ ପଡ଼ିଆରେ ତାଙ୍କର ଟର୍ଚ୍ଚ ଲାଇଟ୍ ପଡ଼ିଥିବାବେଳେ ତାଙ୍କର ପତ୍ତା ନଥିଲା । ସହକର୍ମୀ ଡାକ ପକାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ସେଇ ଇଲାକାରେ ଖୋଜାଖୋଜି କରିବାରୁ ଶରତଙ୍କ ମୃତଦେହ ଠାବ ହୋଇଥଲା ।

ଏହା ମଧ୍ୟ ପଢନ୍ତୁ: Jio download speed: ଏହି ସହରରେ ଏୟାରଟେଲ୍ ଅପେକ୍ଷା Jio 5G ସ୍ପିଡ୍‌ ଅଧିକ

ଏନେଇ ଆନ୍ଦୋଳନକାରୀ କହିଛନ୍ତି, "ସବୁଦିନ ହାତୀ ମଣିଷ ଲଢେଇ ହେଉଛି । ଶରତ ବନବିଭାଗରେ ଚାକିରି କରୁଥିଲେ । ଗୁରୁବାର ହାତୀ ଘଉଡାଇବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ଜଙ୍ଗଲ ବିଭାଗରେ ସେ ୧୫ ବର୍ଷ ହେଲା ଚାକିରି କରୁଛନ୍ତି । ଏହି ଘଟଣାରେ ଆମକୁ ଚାକିରି ସହ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ । ଶରତଙ୍କ ମୃତ୍ୟୁ ପରେ ସେମାନେ ପରିବାରଲେକଙ୍କୁ ନଜଣାଇ ହସ୍ପିଟାଲରେ ଆଣି ଥୋଇଦେଇଛନ୍ତି । ସରକାରଙ୍କ ଭୁଲ ନୀତି ଯୋଗୁଁ ଆଜି ହାତୀ ମଣିଷ ଲଢେଇ ହେଉଛି । କ୍ଷତି ପୂରଣ ଦାବିରେ ଆମେ ଧାରଣାରେ ବସିଛୁ ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.