ETV Bharat / state

ଅସୁରକ୍ଷିତ ଗଜରାଜ: ଅନୁଗୋଳରେ ଆଖି ବୁଜିଲା ଦନ୍ତା - ଦନ୍ତା ହାତୀର ମୃତ୍ୟୁ

ବନ୍ତଳା ରେଞ୍ଜ ନୁଖୁରିପଦା ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

ଅସୁରକ୍ଷିତ ଗଜରାଜ  : ଅନୁଗୋଳରେ ପୁଣି ଦନ୍ତା ହାତୀର ମୃତ୍ୟୁ

author img

By

Published : Sep 25, 2021, 12:07 PM IST

ଅନୁଗୋଳ: ଅସୁରକ୍ଷିତ ଗଜରାଜ । ବନଖଣ୍ଡ ବନ୍ତଳା ରେଞ୍ଜ ନୁଖୁରିପଦା ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ହାତୀର ମୃତ୍ୟୁ ହୋଇଥିଲା । ହାତୀ ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ତେବେ ଦୁଇ ଦିନ ହେଲା ହାତୀଟି ଅସୁସ୍ଥ ହୋଇ ଗାଁ ନିକଟରେ ବୁଲୁଥିଲା ।

ଅସୁରକ୍ଷିତ ଗଜରାଜ : ଅନୁଗୋଳରେ ପୁଣି ଦନ୍ତା ହାତୀର ମୃତ୍ୟୁ

ଲୋକଙ୍କୁ ଦେଖିଲେ ମଧ୍ୟ ଆକ୍ରମଣ କରୁନଥିବା ସ୍ଥାନୀୟ ଲୋକେ କହିଛନ୍ତି । ହଠାତ ତାର ମୃତ୍ୟୁ ହୋଇଥିଲା । ତେଣୁ ଚିକିତ୍ସା ଅଭାବରୁ ହାତୀର ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସକାଳୁ ଘଟଣାସ୍ଥଳକୁ ରେଞ୍ଜର ଓ ଅନ୍ୟ କର୍ମଚାରୀମାନେ ପହଞ୍ଚିଛନ୍ତି। ବ୍ୟବଚ୍ଛେଦ ପରେ ହାତୀକୁ ପୋତିବା ପାଇଁ ବ୍ୟବସ୍ଥା କରାଯାଉଛି। ଚଳିତ ମାସରେ ମଧ୍ୟ ଜିଲ୍ଲାରେ ବିଦ୍ୟୁତ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.