ETV Bharat / state

ହାତୀ ଉଜାଡିଲା ଫସଲ, ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁଲୋକେ

author img

By

Published : Mar 30, 2022, 10:01 AM IST

ଅନୁଗୋଳ ବନାଞ୍ଚଳ ଧୋକୁଟା ଗାଁରେ ବଣୁଆ ହାତୀ ଉପଦ୍ରବ । ହାତୀଙ୍କ ଉପଦ୍ରବରେ ଶହଶହ ଏକର ଜମିରେ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଯାଇଛି । ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନା । ଅଧିକ ପଢ଼ନ୍ତୁ

ଧୋକୁଟା ଗାଁରେ ହାତୀ ଉପଦ୍ରବ
ଧୋକୁଟା ଗାଁରେ ହାତୀ ଉପଦ୍ରବ

ଅନୁଗୋଳ: ଅନୁଗୋଳ ବନାଞ୍ଚଳ ଧୋକୁଟା ଗାଁରେ ବଣୁଆ ହାତୀ ଉପଦ୍ରବ । ହାତୀଙ୍କ ଉପଦ୍ରବରେ ଶହଶହ ଏକର ଜମିରେ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଯାଇଛି । ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଉତେଜନା ଦେଖାଦେବା ସହ ତଦନ୍ତ ପାଇଁ ଆସିଥିବା ୮ଜଣ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିଥିଲେ । ହେଲେ କୌଣସି ସମାଧାନ ହୋଇପାରିନାହିଁ ।

ଧୋକୁଟା ଗାଁରେ ହାତୀ ଉପଦ୍ରବ

ଗତକାଲି ରାତିରେ ପ୍ରାୟ ୨୦ରୁ ଅଧିକ ହାତୀ ଆସି ବ୍ୟାପକ ପନିପରିବା ଫସକ ଖାଇ ନଷ୍ଟ କରି ଦେଇଛନ୍ତି । ଦଳି ଚକଟି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ପ୍ରାୟ ୨ଶହ ଏକର ଜମିରେ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି । କଦଳୀ ଗଛ ଖାଇବା ସହ ନଷ୍ଟ କରିଛନ୍ତି । କଖାରୁ, ଟମାଟୋ ଏବଂ କୋବି ବଗିଚାକୁ ଦଳି ଦେଇଛନ୍ତି । ଯାହାଫଳରେ ଲକ୍ଷାଧିକ ଟଙ୍କାର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ସେହିପରି ଫସଲ ଜଗିବାକୁ କରାଯାଇଥିବା କୁଡ଼ିଆ, ଜଳ ସେଚନ ପାଇଁ ବ୍ୟବହାର ହେଉଥିବା ପାଣି ପାଇପକୁ ମଧ୍ୟ ଭାଙ୍ଗିରୁଜି ଦେଇଛନ୍ତି । ଯେଉଁଠି ଚାରିଆଡେ ସବୁଜ ସୁନ୍ଦର ଦେଖା ଯାଉଥିଲା ଗୋଟିଏ ରାତିରେ ସବୁ କିଛି ଧ୍ବଂସ ହୋଇ ଯାଇଛି । ଏହି ଦୃଶ୍ୟ ଦେଖି ଚାଷୀଙ୍କ ଆଖିରେ ଲୁହ ଭରି ଯାଇଛି । ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ ।

ସୂଚନାନୁସାରେ ଉକ୍ତ ଗାଁରେ ପ୍ରାୟ ୩ଶହରୁ ଅଧିକ ପରିବାର ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଶତକଡ଼ା ପ୍ରାୟ ୯୦ ଭାଗ ଲୋକ କେବଳ ଚାଷବାସ ଉପରେ ନିର୍ଭର କରନ୍ତି । ବିଶେଷ କରି ବାଇଗଣ, କଦଳୀ, ଟମାଟୋ, କୋବି, ଜହ୍ନି, ଝୁଡ଼ଙ୍ଗ, କଖାରୁ ସମେତ ବିଭିନ୍ନ ଜାତିର ପନିପରିବା ଚାଷ କରନ୍ତି । ସକାଳୁ ସଞ୍ଜ ଯାଏଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଉପୁଜାନ୍ତି । କିନ୍ତୁ ହାତୀ ପଲ ସେମାନଙ୍କ ଫସଲ ଭିତରେ ପଶି ସେମାନଙ୍କ ଜୀବିକା ଉଜାଡ଼ି ଦେଉଛି ।

ବର୍ଷ ବର୍ଷ ଧରି ହାତୀ ପଲ ଏଭଳି ନଷ୍ଟ କରି ଚାଷୀଙ୍କ ମେରୁଦଣ୍ଡ ବଙ୍କା କରି ଦେଉଛି । ଏନେଇ ଏଲିଫାଣ୍ଟ ସ୍କ୍ବାର୍ଡର ୬ଜଣ କର୍ମଚାରୀ, ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ଘଟଣାସ୍ଥଳକୁ କ୍ଷୟକ୍ଷତି ଆକଳନ ପାଇଁ ଆସିଥିଲେ। କିନ୍ତୁ ଉତ୍ୟକ୍ତ ଚାଷୀ ସେମାନଙ୍କୁ ଅଟକ ରଖିଥିଲେ । ତୁରନ୍ତ କ୍ଷତିପୂରଣ ପ୍ରଦାନ ନକଲେ ବନକର୍ମଚାରୀଙ୍କୁ ଛାଡ଼ିବୁ ନାହିଁ ବୋଲି ଜିଦ ଧରି ବସି ଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। କିନ୍ତୁ ଘଟଣା ସ୍ଥଳକୁ ରେଞ୍ଜର କିମ୍ବା ଡିଏଫଓ ନଆସିଲେ ଅଟକ ବନ କର୍ମଚାରୀଙ୍କୁ ଛାଡ଼ିବୁ ନାହିଁ ବୋଲି ଜିଦ୍ ଧରି ବସିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.