ETV Bharat / state

ଅନୁଗୋଳରେ ମାଈ ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

author img

By

Published : Jun 15, 2021, 10:19 PM IST

ଅନୁଗୋଳ ଜିଲ୍ଲାରେ ଜୀବନ ହରିଲା ମାଈ ହାତୀ । ଜିଲ୍ଲାର ପୁରୁଣାଗଡ଼ ରେଞ୍ଜ ଜଗନ୍ନାଥପୁର ଗାଁ ପାଖ ବୃର୍ତ୍ତି ଆମ୍ବ ତୋଟାରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

elephant-death-in-anugul district
ଅନୁଗୋଳରେ ମାଈ ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ଅନୁଗୋଳ: ଜିଲ୍ଲାରେ ଜୀବନ ହରିଲା ମାଈ ହାତୀ । ପୁରୁଣାଗଡ଼ ରେଞ୍ଜ ଜଗନ୍ନାଥପୁର ଗାଁ ପାଖ ବୃର୍ତ୍ତି ଆମ୍ବ ତୋଟାରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି ।

ମୃତ ହାତୀର ବୟସ ୧୫ ବର୍ଷ ବୋଲି କୁହାଯାଉଛି । ଗାଁର କିଛି ଲୋକ ମୃତ ହାତୀକୁ ଦେଖି ବନବିଭାଗକୁ ଖବର ଦେଇଥିଲେ ।

ତେବେ ଗତ ଦୁଇ ଦିନ ହେବ ଆମ୍ବ ଓ ପଣସ ଖାଇବାକୁ ହାତୀ ପଲ ଗାଁ ପାଖ ଜଙ୍ଗଲକୁ ଆସିଥିଲେ । ତେବେ ଏହି ମାଈ ହାତୀଟିର କିଭଳି ମୃତ୍ୟୁ ହେଲା ତାହା ଜଣାପଡିନାହିଁ ।
ହାତୀ ମୃତ୍ୟୁ ନେଇ ସୂଚନା ମିଳିବା ପରେ ଡ଼ି ଏଫ ପ୍ରସନ୍ନ କୁମାର ବେହେରା ଏସିସିଏଫ ରଞ୍ଜନ ପଟନାୟକ ପ୍ରମୁଖ ପହଁଞ୍ଚି ହାତୀ ମୃତ୍ୟୁଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇଛନ୍ତି । ତେବେ ହାତୀ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.