ETV Bharat / state

ଚାଷଜମିରୁ ଦନ୍ତାର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - ଦନ୍ତା ହାତୀ

ଦେବଗଡ଼ ବନଖଣ୍ଡ ପାଲଲହଡା ବନାଞ୍ଚଳର ଏକ ଚାଷଜମିରୁ ଦନ୍ତାହାତୀର ମୃତଦେହ ଉଦ୍ଧାର । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

ଧାନ ବିଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର
ଧାନ ବିଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର
author img

By

Published : Oct 23, 2021, 1:30 PM IST

ଅନୁଗୋଳ: ଦେବଗଡ଼ ବନଖଣ୍ଡ ପାଲଲହଡା ବନାଞ୍ଚଳର ଏକ ଚାଷ ଜମିରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର । ମୃତ ଦନ୍ତା ହାତୀ ଗତ 3/4 ଦିନ ହେବ ଅଞ୍ଚଳରେ ବୁଲାବୁଲି କରୁଥିବାବେଳେ ଆଜି ହାତୀର ମୃତ୍ୟୁ ହୋଇଛି । ଏନେଇ ଖବର ପାଇ ଜୋକପାଣି ଗ୍ରାମରେ ରେଞ୍ଜର ପହଞ୍ଚି ଜଙ୍ଗଲ ନିକଟ ଏକ ବିଲରୁ ହାତୀର ମୃତଦେହ ଉଦ୍ଧାର କରିଛନ୍ତି ।

ଚାଷଜମିରୁ ଦନ୍ତାର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ସୂଚନାଅନୁଯାୟୀ ଆଜି ଭୋର ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବାବେଳେ ହାତୀର ମୃତଦେହ ପଡିଥିବାର ଦେଖିଥିଲେ । ଏହାପରେ ବନବିଭାଗ ଏବଂ ପୋଲିସକୁ ଖବର ଦେଇଥିଲେ । ତେବେ କେଉଁ କାରଣରୁ ହାତୀର ମୃତ୍ୟୁ ହୋଇଛି ତାହା ଏବେ ଅସ୍ପଷ୍ଟ ରହିଥିବା ବେଳେ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ଏହା ପୂର୍ବରୁ ମଧ୍ୟ ପାଲଲହଡା ଉପଖଣ୍ଡରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.