ETV Bharat / state

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

author img

By

Published : Dec 26, 2020, 6:35 PM IST

Updated : Dec 26, 2020, 6:46 PM IST

ଅନୁଗୋଳରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

Elephant attack in Anugul; 1 dead, 1 injured
ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ଅନୁଗୋଳ: ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ମଣ୍ତୁଆ ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ବାଳକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କଣିହାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଛେଣ୍ତିପଦା ବନାଞ୍ଚଳର ମଣ୍ତୁଆ ଗାଁର ଚନ୍ଦନ ସାହୁ ଓ ଶ୍ରୀକାନ୍ତ ରାଉତ ଶୌଚ ପାଇଁ ଯାଇଥିବା ସମୟରେ ଏକ ଦନ୍ତାହାତୀ ସେମାନଙ୍କୁ ଆକ୍ରମଣ କରିଥିଲା । ଫଳରେ ୨ ଜଣ ଆହତଙ୍କୁ ପରିବାର ଲୋକ ଓ ଗ୍ରାମବାସୀଙ୍କ ସହାୟତାରେ ପ୍ରଥମେ କଣିହାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଅନୁଗୋଳ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ସେଠାରେ ଡାକ୍ତର ଶ୍ରୀକାନ୍ତ ରାଉତଙ୍କୁ ମୃତ ଘୋଷଣା କରିଥିବାବେଳେ ଚନ୍ଦନ ସାହୁଙ୍କ ଅବସ୍ଥା ଗୁରୁତର ରହିଛି । ଏବେ ମଣ୍ତୁଆ ଗ୍ରାମବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଛେଣ୍ତିପଦା ବନାଞ୍ଚଳ ଅଧିବାସୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଛେଣ୍ଡିପଦା ପୋଲିସ ଲୋକଙ୍କୁ ବୁଝାସୁଝା କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Dec 26, 2020, 6:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.