ETV Bharat / state

ଆମ୍ବ ଗୋଟାଇବା ହେଲା କାଳ ! ହାତୀ ନେଲା ଜଣକ ଜୀବନ - Elephant attack

ପୁଣି ଗାଁ ମୁହାଁ ଗଜରାଜ। ନୀରିହ ଲୋକଙ୍କୁ ନିମିଷକେ ଦଳିଚକଟି ନେଇଯାଉଛି ପ୍ରାଣ। ଶୁକ୍ରବାର ଏଭଳି ଏକ ଅଭାବନୀୟ ଘଟଣା ଅନୁଗୋଳ ବନ ଖଣ୍ଡର ବନ୍ତଳା ରେଞ୍ଜ ବାରଗୌଣିଆ ଗାଁରେ ଘଟିଛି। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଆମ୍ଭ ଗୋଟାଇବା ହେଲା କାଳ ! ହାତୀ ନେଲା ଜଣକ ଜୀବନ

author img

By

Published : Jun 19, 2020, 11:15 AM IST

ଅନୁଗୋଳ: ଜିଲ୍ଲାର ବନ ଖଣ୍ଡର ବନ୍ତଳା ରେଞ୍ଜ ବାରଗୌଣିଆ ଗାଁରେ ଗଜରାଜଙ୍କ ଉତ୍ପାତ। ହାତୀ ଆକ୍ରମଣରେ ଜଣେ ମୃତ। ମୃତକ ଜଣକ ସେହି ଗାଁର ସୁଦାମ ସାହୁ। ସେ ଆମ୍ବ ଗୋଟାଇବାକୁ ଜଙ୍ଗଲ ଆଡକୁ ଯାଇଥିଲେ। ସେଠାରେ ଆମ୍ବ ଖାଇବାକୁ ଆସିଥିବା ଦୁଇଟି ହାତୀ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ହିଁ ସୁଦାମର ମୃତ୍ୟୁ ହୋଇଥିଲା।

ତେବେ ସେହି ରାସ୍ତା ଦେଇ ଆଉ ଜଣେ ବ୍ୟକ୍ତି ମୁଢି ବିକ୍ରି କରିବାକୁ ଗାଁକୁ ଆସୁଥିଲେ। ହାତୀ ମାନେ ତାକୁ ଦେଖି ଆକ୍ରମଣ କରିବାକୁ ଗୋଡ଼ାଇ ଥିଲେ। ଫଳରେ ସେ ତାଙ୍କ ମୋପେଡ ଛାଡ଼ିଦେଇ ଜୀବନ ବିକଳରେ ଦୌଡି ପଳାଇ ଆସିଥିଲେ।

ହାତୀ ମାନେ ମୋପେଡକୁ ଦଳି ଚକଟି ଭାଙ୍ଗି ଦେଇଥଲେ। ସେ ଆସି ଗାଁରେ ଖବର ଦେବା ପରେ ଗ୍ରାମବାସୀ ଘଟଣାସ୍ଥଳକୁ ଆସି ଥିଲେ। ଗାଁ ନିକଟରେ ହାତୀ ପଲ ବହୁ ସମୟରେ ରହୁ ଥିଲେ ମଧ୍ୟ ବନ ବିଭାଗ ସେମାନଙ୍କୁ ଘଉଡାଇବାକୁ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସେଠାରେ ଚାପା ଉତେଜନା ଦେଖା ଦେଇଥିଲା।

ପରେ ବନ ବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ। ସରକାରୀ ନିୟମ ଅନୁସାରେ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା ଥମିଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.