ETV Bharat / state

ନିର୍ବାଚନ: ତାଳଚେରରେ ଏଥର ମୁଖ୍ୟ ପ୍ରସଙ୍ଗ ବିସ୍ଥାପିତଙ୍କ ସମସ୍ୟା - MCL

ମେଡିକାଲ କଲେଜ, ସାର କାରଖାନା ଏବଂ ବିସ୍ଥାପନ । ଏହି ତିନୋଟି ସମସ୍ୟା ସାଜିବାକୁ ତାଳଚେରବାସୀଙ୍କ ନିର୍ବାଚନୀ ପ୍ରସଙ୍ଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Mar 26, 2019, 9:20 PM IST

ଅନୁଗୋଳ: ଜିଲ୍ଲାର ତାଳଚେର ନିର୍ବାଚନ ମଣ୍ଡଳୀ । ଅଞ୍ଚଳଟିକୁ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବନାହିଁ । କାହିଁକି ନାଁ ସମ୍ପୂର୍ଣ୍ଣ କ୍ଷେତ୍ରଟି କୋଇଲା ଖଣି ଉପରେ ଛିଡ଼ା ହୋଇଛି । ଯାହାକି ରାଜ୍ୟ ରାଜକୋଷକୁ ସବୁଠୁ ଅଧିକା ରାଜସ୍ବ ପ୍ରଦାନ କରିଥାଏ । ତେବେ ନିର୍ବାଚନ ପୂର୍ବରୁ ଏଠିକାର ରାଜନୈତିକ ମାହୋଲ ବେଶ ସରଗରମ ହୋଇଉଠିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ତାଳଚେର ବ୍ଲକର 21ଟି, କଣିହାଁ ବ୍ଲକର 8ଟି ପଞ୍ଚାୟତ ସମେତ ତାଳଚେର ପୌରପାଳିକାକୁ ନେଇ ଗଠିନ ଏହି ବିଧାନସଭା କ୍ଷେତ୍ର । ଭୋଟରଙ୍କ ସଂଖ୍ୟା ଲକ୍ଷେ 75 ହଜାରରୁ ଉର୍ଦ୍ଧ୍ବ । ଏଠିକାର ମୂଳ ସମସ୍ୟାକହିଲେ ମୁଖ୍ୟତଃ ବିସ୍ଥାପନ । କୋଇଲା ଖଣି ପାଇଁ ଜମି ହରାଇଛନ୍ତି ସ୍ଥାନୀୟ ଲୋକେ । କିନ୍ତୁ ଥଇଥାନ ଲାଗି କୌଣସି ବ୍ୟବସ୍ଥା ହୋଇନି । ଏପରିକି ନିଯୁକ୍ତି ଦେବା ନାଁରେ ଠକି ଚାଲିଛି କୋଇଲା କମ୍ପାନୀ MCL । ରାଜ୍ୟ ସରକାରଙ୍କ ୨୦୦୬ ଜମି ଅଧିଗ୍ରହଣ ଆଇନକୁ ମଧ୍ୟ କାର୍ଯ୍ୟକାରୀ କରୁନାହିଁ । କାରଣ MCL ହେଉଛି କେନ୍ଦ୍ର ସରକାରଙ୍କ କମ୍ପାନୀ । ଏଠାରେ ବିଜେଡି କ୍ଷମତାରେ ଥିବାରୁ ଲୋକଙ୍କୁ ହଇରାଣ କରାଯାଊଥିବା ଅଭିଯୋଗ ଉଠିଛି । ଯାହାକି ଚଳିତ ନିର୍ବାଚନରେ ମୁଖ୍ୟପ୍ରସଙ୍ଗ ହେବ ବୋଲି ବିଧାୟକ ବ୍ରଜକିଶୋର ପ୍ରଧାନ ଜଣାଇଛନ୍ତି ।

ଚଳିତ ନିର୍ବାଚନ ଲାଗି ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି । ତେବେ ଆଶାୟୀ ତାଲିକାରେ ବ୍ରଜ ପ୍ରଧାନ ସବୁଠୁ ଆଗରେ ରହିଛନ୍ତି । ଅନ୍ୟପଟେ ଗତ ଦୁଇଟି ନିର୍ବାଚନ ହାରିଥିବା ବରିଷ୍ଠ ନେତା କାଳନ୍ଦୀ ସାମଲଙ୍କ ଉପରେ ଚଳିତ ଥର ମଧ୍ୟ ଆସ୍ଥା ପ୍ରକଟ କରିଛି ବିଜେପି । ସେପଟେ କଂଗ୍ରେସ ନୂଆମୁହଁକୁ ସୁଯୋଗ ଦେଇଛି । ସୁରେଶ ବେହେରାଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ବିସ୍ଥାପିତ ସମସ୍ୟା, ମେଡିକାଲ କଲେଜ ଏବଂ ବନ୍ଦ ପଡ଼ିଥିବା ସାର କାରଖାନା ଇତ୍ୟାଦିକୁ ପ୍ରସଙ୍ଗ କରି ସେ ମୈଦାନକୁ ଓହ୍ଲାଇବେ ବୋଲି ଜଣାଇଛନ୍ତି ।

ପୂର୍ବରୁ ତାଳଚେର ବିଜେପି ଗଡ଼ ଭାବେ ପରିଚିତ ଥିଲା । 1995ରୁ ଲଗାତାର ତିନୋଟି ନିର୍ବାଚନରେ ଏଠାରେ ଜିତିଥିଲେ ବିଜେପି ପ୍ରାର୍ଥୀ ମହେଶ ସାହୁ । ୨୦୦୯ ରେ ମହେଶ ସାହୁ ବିଜେଡି ଟିକେଟରେ ଲଢ଼ିଥିଲେ ହେଁ ତାଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ବ୍ରଜକିଶୋର ପ୍ରଧାନ ପରାସ୍ତ କରିଥିଲେ । ତେବେ ୨୦୧୪ରେ ମହେଶ ସାହୁଙ୍କୁ ପାଲଲହଡ଼ାରୁ ଟିକେଟ ଦେଇ ବ୍ରଜ ପ୍ରଧାନଙ୍କୁ ବିଜେଡି ତାଳଚେରରୁ ଟିକେଟ ଦେଇଥିଲା । ଗତ ନିର୍ବାଚନରେ ବ୍ରଜଙ୍କୁ ୫୬,୪୬୫ ଖଣ୍ତ ଭୋଟ ମିଳିଥିଲା ବେଳେ ବିଜେପିର କାଳନ୍ଦୀ ସାମଲ ୪୨,୧୪୩ ଖଣ୍ଡ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ସେହିଭଳି ୧୪,୩୯୬ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହୋଇଥିଲେ ସେତେବେଳର କଂଗ୍ରେସ ପ୍ରାର୍ଥୀ ସସ୍ମିତା ବେହେରା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.