ETV Bharat / state

ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଗୋଟିଏ ପଟେ କୋରୋନାର ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଭୁରି ଭୁରି ପ୍ରଶଂସା ମିଳୁଥିବା ବେଳେ ଅନ୍ୟପଟେ ଅନୁଗୋଳରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ହୋଇଛି ମାଡ଼ । ଡାକ୍ତରଖାନାରେ ରୋଗୀ ଦେଖୁଥିବା ବେଳେ ଜଣେ ବରିଷ୍ଠ ଡାକ୍ତରଙ୍କୁ 3-4 ଜଣ ମିଶି ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି ।

author img

By

Published : Apr 3, 2020, 8:20 PM IST

doctor beaten up in angul, angul latest news, doctor beaten up in hospital, video of doctor beaten up recorded in cctv, ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ, କ୍ୟାମେରାରେ କଏଦ ହେଲା ଡାକ୍ତରଙ୍କୁ ମାଡ, ଅନୁଗୋଳରେ ଡାକ୍ତରଙ୍କୁ ମାଡ, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌
ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଅନୁଗୋଳ: ଗୋଟିଏ ପଟେ କୋରୋନାର ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଭୁରି ଭୁରି ପ୍ରଶଂସା ମିଳୁଥିବା ବେଳେ ଅନ୍ୟପଟେ ଅନୁଗୋଳରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ମାଡ଼ ମରାଯାଇଛି । ଡାକ୍ତରଖାନାରେ ରୋଗୀ ଦେଖୁଥିବା ବେଳେ ଜଣେ ବରିଷ୍ଠ ଡାକ୍ତରଙ୍କୁ 3-4 ଜଣ ମିଶି ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିଛି ଅନୁଗୋଳ ତାଳଚେର ମଣ୍ଡାପାଳଠାରେ ଥିବା ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ।

ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡର ପୁରା ଚିତ୍ର ଡାକ୍ତରଖାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମିଳିଥିବା ସୂଚନା ଅନୁସାରେ ତାଳଚେରର ଜଣେ ବ୍ୟକ୍ତି ତାଙ୍କ ମା’ଙ୍କୁ ନେଇ ଡାକ୍ତରଖାନାକୁ ଆସିଥିଲେ । ମା’ଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ଡ୍ୟୁଟିରେ ଥିବା ଡାକ୍ତର ଏଲ.ଏନ. ପ୍ରସାଦଙ୍କୁ ଦେଖାଇଥିଲେ । ଡାକ୍ତର ତାଙ୍କୁ ଡାକ୍ତରଖାନା ଟିକେଟ ଆଣିବାକୁ କହିଥିଲେ । ବ୍ୟକ୍ତି ଜଣଙ୍କ ଯାଇ ଟିକେଟ ନେଇ ଆସିବା ବେଳକୁ ତାଙ୍କ ମା’ଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହାକୁ ନେଇ ବ୍ୟକ୍ତି ଜଣଙ୍କ ଉତ୍ତ୍ୟକ୍ତ ହୋଇ ଡାକ୍ତରଙ୍କୁ ମାଡ଼ ମାରିଥିଲେ ।

ତାଙ୍କ ସହ ଥିବା ଅନ୍ୟ ୨-୩ ଜଣ ମଧ୍ୟ ତାକ୍ତରଙ୍କ ତଣ୍ଟି ଚିପି ଦେବା ସହ ପ୍ରବଳ ମାଡ଼ ମାରିଥିବା ବେଳେ ଡାକ୍ତରଖାନାର ଅନ୍ୟ କର୍ମଚାରୀମାନେ ଦୌଡ଼ି ଆସି ଡାକ୍ତରଙ୍କୁ ସେମାନଙ୍କ କବଳରୁ ମୁକୁଳାଇଥିଲେ । ଏନେଇ ତାଳଚେର ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.