ETV Bharat / state

ଦୀପାବଳିରେ ଅନେକ ଆଶା, ଫ୍ୟାନ୍ସି ଦୀପ ବଜାରରେ ମାଟି ଦୀପ ବିକିବାକୁ ସଂଘର୍ଷ କରୁଛି କୁମ୍ଭକାର

author img

By ETV Bharat Odisha Team

Published : Nov 10, 2023, 2:00 PM IST

ଦିନକୁ ଦିନ କମିବାକୁ ଲାଗିଲାଣି ମାଟି ଦୀପର ଚାହିଦା । ଫଳରେ ଅଭାବୀ ବିକ୍ରିର ଶିକାର ହେବା ସହ କୌଳିକ ବୃତ୍ତିରୁ ମହଁ ଫେରାଇଲେଣି ମାଟି କାରିଗର । ଏପରି ପରିସ୍ଥିତିରେ କୁମ୍ଭକାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି । ଅଧିକ ପଢନ୍ତୁ,

ବଢୁଛି ଫ୍ୟାନ୍ସି ଦୀପର ଚାହିଦା; ଚିନ୍ତାରେ ମାଟି କାରଗର, ସରକାରୀ ସହାୟତା ଦାବି

ଅନୁଗୁଳ: ଆଉ ଗୋଟିଏ ଦିନ ପରେ ଦୀପାବଳି । ଏଣୁ ବିଭିନ୍ନ ସ୍ଥାନରେ କୁମ୍ଭକାରମାନେ ମାଟିରେ ଦୀପ, କଳସ, ହାଣ୍ଡି ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରୁଛନ୍ତି । କିନ୍ତୁ ଅନୁଗୁଳ ଜିଲ୍ଲାର ଛେଳିଆପଡା ଗାଁଟି ହେଉଛି ଏଥିପାଇଁ ସ୍ୱତନ୍ତ୍ର । ପ୍ରତ୍ୟେକ କୁମ୍ଭକାର ପରିବାରର ପିଲା ଠାରୁ ବୟସ୍କ ଓ ମହିଳା ସମସ୍ତେ ମାଟି ଦୀପ ଓ କଳସ ତିଆରି କାମରେ ଲାଗିପଡନ୍ତି । ହେଲେ ବର୍ତ୍ତମାନ ମାଟି ଚାହିଦା କମୁଥିବା ବେଳେ ବଜାର ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମାଟି କାରିଗର । ଫଳରେ ସରକାରୀ ସହାୟତା ଯୋଗାଇ ଦେବା ସହ ଅତ୍ୟାଧୁନିକ ଉପାୟରେ ଆକର୍ଷଣୀୟ ମାଟି ସାମଗ୍ରୀ ତିଆରି ପାଇଁ ତାଲିମ ଦିଆଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଦୀପାବଳି ପାଇଁ ଚଳଚଞ୍ଚଳ ହୋଇଉଠୁଛି ଛେଳିଆପଡା ଗାଁ । ଗାଁରେ ପ୍ରାୟ ୩ଶହରୁ ଅଧିକ କୁମ୍ଭକାର ପରିବାର ବସବାସ କରୁଥିବା ବେଳେ ଘରେ ଘରେ ତିଆରି ହୁଏ ମାଟି ସାମଗ୍ରୀ । ଦିପାବଳୀ ଆସିବାର ପ୍ରାୟ ଦୁଇ ମାସ ପୂର୍ବରୁ ସେମାନେ ମାଟି ଓ କାଠ ସଂଗ୍ରହ କରନ୍ତି । ନିଜର ଭାଟି ପ୍ରସ୍ତୁତ କରନ୍ତି । ଗୋଟିଏ ଗୋଟିଏ ପରିବାର ପ୍ରତି ବର୍ଷ ୩୦ରୁ ୫୦ ହଜାର ପର୍ଯ୍ୟନ୍ତ ମାଟି ଦୀପ ତିଆରି କରନ୍ତି ।

ପୁରୁଣା କାରିଗରମାନେ ଆରପାରିକୁ ଚାଲିଯିବା ପରେ ଏବେକାର ଯୁବକ ମାନେ ଆଉ ଆଗ୍ରହ ପ୍ରକାଶ କରୁ ନଥିବାରୁ ଏହି କାମ କରୁଥିବା ପରିବାର ସଂଖ୍ୟା ଏବେ କମି ଗଲାଣି । ତେବେ ବର୍ତ୍ତମାନ ସମୟରେ ଉପଯୁକ୍ତ ମାଟି ମିଳୁନଥିବା ବେଳେ କାଠର ଅଭାବ ସେମାନଙ୍କ ବୃତ୍ତିରେ ବାଧକ ସାଜିଛି । ତେଣୁ ପୂର୍ବ ବର୍ଷ ମାନଙ୍କ ଭଳି ଅଧିକ ସାମଗ୍ରୀ ତିଆରି ହୋଇ ପାରୁନାହିଁ । ଲାଭ ମଧ୍ୟ ଆଗ ଭଳି ହେଉ ନାହିଁ । ତଥାପି ଏମାନେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାର ପ୍ରୟାସ ଜାରି ରଖିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ଏହି କୁମ୍ଭାରମାନଙ୍କ ପାଇଁ ବଜାର ସୁବିଧା ନାହିଁ । ନିଜେ ତିଆରି କରୁଥିବା ଜିନିଷକୁ ନିଜେ ନିକଟସ୍ଥ ହାଟ ବଜାରକୁ ନେଇ ବିକ୍ରି କରୁଛନ୍ତି । କିଛି କାରିଗର ସାଇକେଲ ଯୋଗେ ଗାଁ ଗାଁ ବୁଲି ବିକ୍ରି କରିବାକୁ ପଡୁଛି । ଫଳରେ ବାଧ୍ୟ ହୋଇ ସେମାନଙ୍କୁ କମ ଦାମରେ ବିକ୍ରି କରିବାକୁ ପଡୁଛି । ମାଟି ଓ କାଠର ଅଭାବ ଯୋଗୁଁ ତିଆରି କରିବାକୁ ଯେତିକି ପରିଶ୍ରମ ଓ ଖର୍ଚ୍ଚ ହେଉଛି ସେହି ଅନୁପାତରେ ଲାଭ ହେଉ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଆସୁଛି ଦିପାବଳୀ: କମୁଛି ମାଟି ଦୀପର ଚାହିଦା, ଦି' ପଇସା ରୋଜଗାର ଆଶାରେ କୁମ୍ଭକାର

ଅନ୍ୟ ପକ୍ଷରେ ଏହି କୁମ୍ଭକାର ପରିବାର ଗୁଡିକ ସେହି ଚିରାଚରିତ ପଦ୍ଧତିରେ ସାମଗ୍ରୀ ତିଆରି କରୁଛନ୍ତି । ତେଣୁ ବିଶେଷ ଆକର୍ଷଣୀୟ ହୋଇପାରୁନାହିଁ । ଆଜିକାଲି ବଜାରରେ ବାହାର ରାଜ୍ୟର ରଙ୍ଗ ବେରଙ୍ଗ ମାଟି ଦୀପ ଓ ଅନ୍ୟାନ୍ୟ ସାମଗ୍ରୀ ଲୋକଙ୍କୁ ଆକର୍ଷିତ କରୁଛି । ତେଣୁ ଏହି କୁମ୍ଭକାର ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଆଦର କମିବାରେ ଲାଗିଛି । ଏତେ ଅସୁବିଧା ପରେ ମଧ୍ୟ ଦୁଇ ପଇସା ଲାଭ ପାଇ ପରିବାର ପ୍ରତି ପୋଷଣ ଆଶାରେ ଲାଗି ପଡ଼ିଛନ୍ତି ।

ଇଟିଭି ଭାରତ, ଅନୁଗୁଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.