ETV Bharat / state

ଜିଲ୍ଲା କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ଅନୁଗୋଳ ସଦର ମହକୁମା ବନ୍ଦ

ଅନୁଗୋଳ ଜିଲ୍ଲାର ସମସ୍ତ କୋରୋନା ସଂକ୍ରମିତ ଶିଳ୍ପସଂସ୍ଥା ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ଦାବିରେ ଆଜି ଜିଲ୍ଲା କଂଗ୍ରେସ 12ଘଣ୍ଟିଆ ଅନୁଗୋଳ ସଦର ମହକୁମା ବନ୍ଦ ଡାକରା ଦେଇଛି। ଅଧିକ ଖବର ପଢନ୍ତୁ...

author img

By

Published : Jul 22, 2020, 10:20 AM IST

ଜିଲ୍ଲା କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ଅନୁଗୋଳ ସଦର ମହକୁମା ବନ୍ଦ
ଜିଲ୍ଲା କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ଅନୁଗୋଳ ସଦର ମହକୁମା ବନ୍ଦ

ଅନୁଗୋଳ: ଜିଲ୍ଲାର ସମସ୍ତ କୋରୋନା ସଂକ୍ରମିତ ଶିଳ୍ପସଂସ୍ଥା ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ଦାବିରେ ଆଜି ଜିଲ୍ଲା କଂଗ୍ରେସ 12ଘଣ୍ଟିଆ ଅନୁଗୋଳ ସଦର ମହକୁମା ବନ୍ଦ ଡାକରା ଦେଇଛି। ଏଥିପାଇଁ ସକାଳୁ ଶତାଧିକ ଯୁବ କଂଗ୍ରେସ କର୍ମୀ ବାଇକ ଶୋଭାଯାତ୍ରା କରି ସହର ସାରା ବୁଲି ବୁଲି ପିକେଟିଂ କରୁଥିବା ଦେଖାଯାଇଛି।

ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ଦୋକାନ ଖୋଲା ରହିଛି। ସମସ୍ତ ଯାତ୍ରୀବାହୀ ଗାଡି ଚଳାଚଳ ମଧ୍ୟ ବନ୍ଦ କରାଯାଇଛି। ପୂର୍ବରୁ ଅନେକଥର ଏହି ଦାବି ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନ ନେଇଥିବାରୁ ଏହି ବନ୍ଦ ପାଳନ କରିଛି କଂଗ୍ରେସ ।

ଆଇନ ଶୃଙ୍ଖଳା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.