ETV Bharat / state

ଭରତପୁର କୋଇଲା ଖଣି ବିବାଦ, ଦାବି ପୂରଣ ନ ହେଲେ ଧାରଣା ଧମକ - 2 village fight for coal mine

ତାଳଚେର MCLର ଭରତପୁର କୋଇଲା ଖଣି ବନ୍ଦ ନେଇ 2 ଗାଁ ଭିତରେ ତେଜିଛି ବିବାଦ । ଖଣି ଚଲାଇବା ପାଇଁ ଉଭୟ ପକ୍ଷରୁ ଚାଲିଛି ଟଣାଓଟରା । ଦାବି ପୂରଣ ନ ହେଲେ ପ୍ରଥମେ ଧାରଣା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ନେଇ ଧମକ ।

ଭରତପୁର କୋଇଲା ଖଣି ବିବାଦ
author img

By

Published : Oct 25, 2019, 3:04 PM IST

ଅନୁଗୋଳ: ତାଳଚେର MCL ର ଭରତପୁର କୋଇଲା ଖଣି ବନ୍ଦ ନେଇ ତେଜିଛି ବିବାଦ । କିଏ ଖଣି ଚଲାଇବ ? ତାକୁ ନେଇ ସୋଲଡା ଓ ଡଅଁରା ଗାଁ ଭିତରେ ଟଣାଓଟରା । 2ପକ୍ଷରୁ ଚାଲିଛି ଆରୋପ ଓ ପ୍ରତ୍ୟାରୋପ । ଏହି ତୁ ତୁ ମେ ମେ ଭିତରେ ଖଣି କାର୍ଯ୍ୟକାରୀ କରିବାକୁ ଲୋଡାଯାଇଛି ପ୍ରଶାସନର ହସ୍ତକ୍ଷେପ ।

ଭରତପୁର କୋଇଲା ଖଣି ବିବାଦ

ପ୍ରକାଶ ଯେ, ଗତ ୧୨ ତାରିଖ ଠାରୁ ବନ୍ଦ ରହିଛି MCL ର ଭରତପୁର କୋଇଲା ଖଣି । ଏନେଇ ସୋଲଡା ଗ୍ରାମବାସୀ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ, କେତେକ ରାଜନୈତିକ ବ୍ୟକ୍ତିଙ୍କୁ ହାତକରି ଡଅଁରା ଗାଁର କିଛି ଯୁବକ ଏକଚାଟିଆ ଭାବେ ଖଣିକୁ ବନ୍ଦ କରି ରଖିଛନ୍ତି । ଯେଉଁଠାରେ ଖଣି ଖୋଳା ଯାଉଛି ସେମାନେ ସେଠାରେ ନିଜର ଟ୍ରକ ଲଗାଇ ଲୋଡିଙ୍ଗ କରୁଛନ୍ତି । ଏ ବାବଦରେ ପ୍ରତିବାଦ କଲେ ଖଣି ବନ୍ଦ କରି ଅନ୍ୟମାନଙ୍କୁ ହଇରାଣ କରୁଛନ୍ତି ।

ଏଭଳି ବିଭିନ୍ନ ସମସ୍ୟା ଯୋଗୁଁ ଖଣି ଉପରେ ନିର୍ଭର କରୁଥିବା ଶ୍ରମିକ , ଡ୍ରାଇଭର ନିଜର ଜୀବିକା ହରାଉଛନ୍ତି । ଏଣୁ ଖଣି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବା ପାଇଁ ସୋଲଡ଼ା ଗାଁ ସମେତ ସତ୍ୟବାଦୀପୁର, ନାଥଗାଁ, ତେଲିପୁର ଓ ଖୁରିଙ୍ଗାର ଗ୍ରାମବାସୀ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ମୁତାବକ ଖଣି ବନ୍ଦ ଯୋଗୁଁ MCL କୋଟି କୋଟି ତାଙ୍କ କ୍ଷତି ସହୁଥିବା ବେଳେ ସରକାର ମଧ୍ୟ ରାଜସ୍ବ ହରାଉଛନ୍ତି ।

ଯଦି ଏନେଇ ତୁରନ୍ତ ଦାବି ପୂରଣ ନ ହୁଏ ତେବେ ୨୬ ତାରିଖରେ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେବେ । ଏହା ପରେ ବି କେହି ନ ଶୁଣିଲେ ପୁଣି ୨୮ରେ ବୁର୍ଲ୍ଲା MCL ମୁଖ୍ୟ କାର୍ଯ୍ୟାଳୟ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ବୋଲି ଅଭିଯୋଗକାରୀ ଧମକ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

Intro:କୋଇଲା ଖଣି ବନ୍ଦ କୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ । ଗତ ୧୨ ତାରିଖ ଠାରୁ ବନ୍ଦ ରହିଛି ଅନୁଗୋଳ ଜିଲ୍ଲା ତାଳଚେର ରେ ଥିବା MCL ର ଭରତ ପୁର କୋଇଲା ଖଣି । ଯେଉଁ ଖଣିକୁ ଚଲାଇବା ପାଇଁ ଦାବି କରିଛନ୍ତି ସୋଲଡା ଗ୍ରାମବାସୀBody: । ସୋଲଡା ଗ୍ରାମବସି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି କିଛି ରାଜନୈତିକ ବ୍ୟକ୍ତିଙ୍କୁ ହାତକରି ଡଅଁରା ଗାଁର କିଛି ଯୁବକ ଏକଚାଟିଆ ଭାବେ ଖଣିକୁ ବନ୍ଦ କରି ରଖିଛନ୍ତି । ଯେଉଁଠାରେ ଖଣି ଖୋଳା ଯାଉଛି ସେମାନେ ସେଠାରେ ସେମାନଙ୍କ ଟ୍ରକ ଲଗାଇ ଲୋଡିଙ୍ଗ କରୁଛନ୍ତି । ଏବଂ ସେମାନଙ୍କ ଟ୍ରକ କୁ ଲୋଡିଙ୍ଗ କରିବାକୁ ଦିଆଯାଉ ନାହିଁ । ପ୍ରତିବାଦ କଲେ ଖଣି ବନ୍ଦ କରି ଅନ୍ୟମାନଙ୍କୁ ହଇରାଣ କରାଉଛନ୍ତି । ଖାଲି ସେତିକି ନୁହେଁ ଖଣି ବନ୍ଦ ଯୋଗୁଁ ଖଣି ଉପରେ ନିର୍ଭର କରୁଥିବା ଶ୍ରମିକ , ଡ୍ରାଇଭର ନିଜର ଜୀବିକା ହରାଉଛନ୍ତି । ତେଣୁ ଖଣି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବା ପାଇଁ ସୋଲଡ଼ା ଗାଁ ସମେତ ସତ୍ୟବାଦୀପୁର, ନାଥଗାଁ, ତେଲିପୁର ଓ ଖୁରିଙ୍ଗାର ଗ୍ରାମବାସୀ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ମୁତାବକ ଖଣି ବନ୍ଦ ଯୋଗୁଁ MCL କୋଟି କୋଟି ତାଙ୍କ କ୍ଷତି ସାହୁଥିବା ବେଳେ ସରକାର ମଧ୍ୟ ରାଜସ୍ୱ ହରାଉଛନ୍ତି ।
Byte – 1 ଫିରୋଜ ସାହୁ , ସୋଲଡା ଗ୍ରାମବାସୀ
Byte – 2 ଖୋରୀଦ ସାହୁ , ସୋଲଡା ଗ୍ରାମବାସୀ
Byte – 3 ସୁଶାନ୍ତ କୁମାର ବେହେରା , ଅଭିଯୋଗକାରୀConclusion:ତୁତରନ୍ତ ସେମାନଙ୍କ ଦାବି ପୁଅରଣ ନହେଲେ ସେମାନେ ୨୬ ତାରିଖରେ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ରେ ଧାରଣା ଦେବେ ସେଠାରେ ଦାବି ପୂରଣ ନହେଲେ ୨୮ ତାରିଖରେ ବୁର୍ଲ୍ଲା MCL ମୁଖ୍ୟ କାର୍ଯ୍ୟାଲଯ ଓ ପରେ ମୁଖ୍ୟମନ୍ତ୍ରୀ ଙ୍କ ବାସ ଭବନ ଘେରାଉ କାକରିବେ ବୋଲି ଧମକ ଦେଇଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.