ETV Bharat / state

ଖଣି ପାଇଁ ଭିଟାମାଟି ଛାଡିଲେ: ନିଯୁକ୍ତି ଦେଉନାହିଁ MCL, ଅନଶନରେ କ୍ଷତିଗ୍ରସ୍ତ ପରିବାର

ନିଯୁକ୍ତି ନ ମିଳିବାରୁ ଆମରଣ ଅନଶନରେ ଗାଁ ଲୋକେ। କୋଇଲା ଖଣି ପାଇଁ ଜମି ହରାଇ ଥିଲେ । ହେଲେ ନିଯୁକ୍ତି ନେଇ କୋଇଲା କମ୍ପାନୀ କିଛି ପଦକ୍ଷେପ ନ ନେବାରୁ ଜିଲା ପ୍ରଶାସନ ଆଗରେ ଅନଶନରେ ବସିଛନ୍ତି ଅନୁଗୋଳ ଜିଲା କଣିହାଁ ବ୍ଲକ ଛେଳିଆ ଗ୍ରାମବାସୀ (Mines displaced family) । ଅଧିକ ପଢନ୍ତୁ

MCL
MCL
author img

By

Published : Dec 28, 2021, 4:11 PM IST

ଅନୁଗୋଳ: ନିଯୁକ୍ତି ନ ମିଳିବାରୁ ଆମରଣ ଅନଶନରେ ଗାଁ ଲୋକେ। କୋଇଲା ଖଣି ପାଇଁ ଜମି ହରାଇ ଥିଲେ । ହେଲେ ନିଯୁକ୍ତି ନେଇ କୋଇଲା କମ୍ପାନୀ କିଛି ପଦକ୍ଷେପ ନ ନେବାରୁ ଜିଲା ପ୍ରଶାସନ ଆଗରେ ଅନଶନରେ ବସିଛନ୍ତି ଅନୁଗୋଳ ଜିଲା କଣିହାଁ ବ୍ଲକ ଛେଳିଆ ଗ୍ରାମବାସୀ (Mines displaced family) ।

ଖଣି ପାଇଁ ଭିଟାମାଟି ଛାଡିଲେ: ନିଯୁକ୍ତି ଦେଉନାହିଁ MCL, ଅନଶନରେ କ୍ଷତିଗ୍ରସ୍ତ ପରିବାର

ନିଯୁକ୍ତି ଦାବିରେ ଅନୁଗୋଳ ଜିଲ୍ଲା କଣିହାଁ କୋଇଲା ଖଣି କ୍ଷତିଗ୍ରସ୍ତ ଛେଳିଆ ଗ୍ରାମର ୯୩ ଟି ପରିବାରର ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି। ଆଜି (ମଙ୍ଗଳବାର) ସକାଳୁ ପ୍ରତ୍ୟେକ ପରିବାରର ମହିଳା, ପୁରୁଷ, ଯୁବକ ଓ ଯୁବତୀ ସମସ୍ତେ ଅନଶନରେ ବସି ରହିଛନ୍ତି। ନିଯୁକ୍ତି ପ୍ରତିଶୃତି ନମିଳିଲେ ଅନଶନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତିଯେ କୋଇଲା ଖଣି ଯୋଗୁ ଗାଁର ୯୩ ଟି ପରିବାର ନିଜର ଭିଟାମାଟି ହରାଇଛନ୍ତି। ବର୍ଷ ବର୍ଷ ଧରି ସେମାନଙ୍କୁ କୌଣସି ସୁବିଧା ସୁଯୋଗ ମିଳୁନାହିଁ।

ଗତ ପ୍ରାୟ ଏକ ବର୍ଷ ପୂର୍ବେ ଖଣି କର୍ତ୍ତୃପକ୍ଷ, ସାଂସଦ, ଜିଲାପାଳ ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ୪ମାସ ମଧ୍ୟରେ ନିଯୁକ୍ତି ଦେବାକୁ ସ୍ଥିର ହୋଇଥିଲା। କିନ୍ତୁ ବର୍ଷେ ବିତିଯାଇଥିଲେ ମଧ୍ୟ ନିଯୁକ୍ତି ଦେବାର ନା ଧରୁନି ଏମସିଏଲ (Mahanadi Coalfields Limited) । ତେଣୁ ବାଧ୍ୟ ହୋଇ ସେମାନେ ଆମରଣ ଅନଶନରେ ବସିଛନ୍ତି ।

ଯଦି ଆଗାମୀ ଦିନରେ ନିଯୁକ୍ତି ନେଇ କୌଣସି ପଦକ୍ଷେପ ନିଆ ନ ଯାଏ ତେବେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଧମକ ଦେଇଛନ୍ତି ଆନ୍ଦୋଳନତର ଗ୍ରାମବାସୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.