ଅନୁଗୋଳ: ଆଜି ବି ବଞ୍ଚିଛି ଗୀତିନାଟ୍ୟ । ଅନୁଗୋଳ ସଭାଘରଠାରେ ମଞ୍ଚସ୍ଥ ହୋଇଛି ଗୀତିନାଟ୍ୟ ସମର ତରଙ୍ଗ । ଢେଙ୍କାନାଳର ନାଟ୍ୟ ସଂସ୍ଥା କଳାପରିଷଦର କଳାକାର ଏଥିରେ ବେଶ ନିଖୁଣତାର ସହ ଅଭିନୟ କରିଥିବା ଦେଖିବାକୁ ମିଳିଛି । ବ୍ରଜନାଥ ବଡ଼ଜେନାଙ୍କ କାବ୍ୟ ସମର ତରଙ୍ଗକୁ ଗୀତନାଟ୍ୟର ରୂପ ଦିଆଯାଇଥିଲା । ତେବେ ଗୀତିନାଟ୍ୟକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ଏହି ନାଟ୍ୟ ପରିବେଷଣ ହୋଇଥିଲା ।
ସପ୍ତଦଶ ଶତାବ୍ଦୀରେ ୩ୟ ଦଶକର ଗ୍ରନ୍ଥାକାର କବି ବ୍ରଜନାଥ ବଡ଼ଜେନାଙ୍କ ରଚୟିତ କାବ୍ୟ ସମର ତରଙ୍ଗଙ୍କୁ ଗୀତିନାଟ୍ୟରେ ରୂପ ଦେଇ ମଞ୍ଚସ୍ଥ କରିଥିଲେ ଢେଙ୍କାନାଳର ନାଟ୍ୟ ସଂସ୍ଥାର କଳାକାର । ୧୭୫୧ ମସିହା ଯେତେବେଳେ ମରହଟ୍ଟାମାନେ ସମଗ୍ର ଓଡ଼ିଶା ପ୍ରଦେଶକୁ ନିଜ ଆୟତ୍ତକୁ ନେଇ କଟକଠାରେ ନିଜର ରାଜଧାନୀ କରିଥିଲେ ସେତେବେଳେ ଗଡଜାତ ରାଜାମାନଙ୍କଠାରୁ ଜୋର ଜବରଦସ୍ତ କର ଆଦାୟ ଆରମ୍ଭ କରିଥିଲେ । ଯାହାକୁ ସେତେବେଳେ ବିରୋଧ କରିଥିଲେ ଢେଙ୍କାନାଳ ରାଜା ଜୟ ନାରାୟଣ । ପର୍ବତୀ ସମୟରେ ମରହଟ୍ଟାମାନେ ରାଜା ତ୍ରିଲୋଚନ ଦେବଙ୍କଠାରୁ ପରାସ୍ତ ହୋଇଥିଲେ । ଯାହାକୁ ସମର ତରଙ୍ଗ କାବ୍ୟରେ ରୂପ ଦିଆଯାଇଥିଲା । ଯାହା ଉପରେ ଆଧାରିତ ହୋଇଥିଲା ଏହି ଗୀତିନାଟ୍ୟ ସମର ତରଙ୍ଗ ।
ଏହା ବି ପଢନ୍ତୁ- ଆରମ୍ଭ ହେଲା ଗୀତିନାଟ୍ୟ ଉତ୍ସବ: ପ୍ରଥମ ଦିନରେ ମହୀରାବଣ ବଧ
ଏଥିରେ ବେଶ ନିଖୁଣ ଅଭିନୟ କରିଥିଲେ ଢେଙ୍କାନାଳର ନାଟ୍ୟ ସଂସ୍ଥା କଳାପରିଷଦର କଳାକାର । ଗୀତିନାଟ୍ୟକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ଢେଙ୍କାନାଳ କଳା ପରିଷଦ ନାଟ୍ୟ ସଂସ୍ଥା ଚତୁର୍ଥ ମଞ୍ଚ ଭାବେ ଭାବେ ଏହି ନାଟକକୁ ଅନୁଗୋଳ ସଭାଘରଠାରେ ମଞ୍ଚସ୍ଥ କରିଥିଲେ । ନାଟ୍ୟକାର ଅବନୀ ମିଶ୍ରଙ୍କ ରଚନାକୁ ନିର୍ଦ୍ଦେଶନାରେ ସଜାଇଥିଲେ ନିର୍ଦ୍ଦେଶକ ଶତ୍ରୁଘ୍ନ ମାଟି । ଆଉ ସଙ୍ଗୀତର ରୂପ ଦେଇଥିଲେ ପୁଣ୍ଟୁ ଭାଇ । ଦିଲ୍ଲୀସ୍ବର ମହାରଣା ସରତ ମାଝୀଙ୍କ ସଂଳାପ ଓ ଦିଗଦର୍ଶନରେ କଳାପରିଷଦର କଳାକାର ନିଖୁଣ ଅଭିନୟ ସମସ୍ତ ନାଟ୍ୟପ୍ରେମୀଙ୍କୁ ଅନୁଗୋଳ ସଭାଘର ଅଡିଟୋରିୟମରେ ବାନ୍ଧି ରଖିଥିଲା ।
ଏହା ବି ପଢନ୍ତୁ-‘ଜଳନ୍ଧର ବଦ୍ଧ’ ସହ ଶେଷ ହେଲା ଗୀତିନାଟ୍ୟ ଉତ୍ସବ
ଲୋକେ ଇତିହାସକୁ ମନେ ପକାଇବା ସହ ଗୀତିନାଟ୍ୟର ପୁନରୁଥାନ ପାଇଁ ହୋଇଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ । ବୁଡି ଯାଇଥିବା ଗୀତିନାଟ୍ୟକୁ ପୁଣିଥରେ ପୁନର୍ଜୀବିତ କରିବାର ପ୍ରୟାସକୁ ସ୍ବାଗତ କରିଛନ୍ତି ସମସ୍ତେ । ଏଭଳି ପ୍ରୟାସ ପାଇଁ ସମସ୍ତଙ୍କ ସହାୟତାର ଆବଶ୍ୟକ । ଯଦି ଅନ୍ୟ ନାଟ୍ୟ ଦଳମାନେ ଏଥିପାଇଁ ଆଗେଇ ଆସିବେ ତେବେ ଗୀତିନାଟ୍ୟ ପୁଣି ବଞ୍ଚିବ ନିଶ୍ଚିତ।
ଇଟିଭି ଭାରତ, ଅନୁଗୋଳ