ETV Bharat / state

ଅଙ୍ଗାରବନ୍ଧ ମହିମା ଧାମ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Feb 5, 2023, 4:50 PM IST

ଅନୁଗୋଳ ଜିଲ୍ଲାର ଅଙ୍ଗାରବନ୍ଧ ମହିମା ଧାମ ପରିଦର୍ଶନ କରି ମହିମା ଗୋସାଇଁଙ୍କ ଆର୍ଶୀବାଦ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଅଙ୍ଗାରବନ୍ଧ ମହିମା ଧାମ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅଙ୍ଗାରବନ୍ଧ ମହିମା ଧାମ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅଙ୍ଗାରବନ୍ଧ ମହିମା ଧାମ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲାର ଅଙ୍ଗାରବନ୍ଧ ମହିମା ଧାମରେ ଅନୁଷ୍ଠିତ ହୋଇଥିବା ମହିମା ମେଳାରେ ଯୋଗ ଦେଇଛନ୍ତି । ସେ ସକାଳ ପ୍ରାୟ ୧୧ଟା ସମୟରେ ଧାମକୁ ଆସି ଶୂନ୍ୟ ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରି ମହିମା ଗୋସାଇଁଙ୍କୁ ପ୍ରାର୍ଥନା କରିଥିଲେ । ଏହାସହିତ ସେ ମନ୍ଦିର ଓ ମେଳା ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଧର୍ମେନ୍ଦ୍ର ଦୀର୍ଘ ସମୟ ଯାଏଁ ଏହି ପବିତ୍ର ମହିମା ଧାମରେ ସମୟ ଅତିବାହିତ କରିଥିଲେ ।

ଏହାପରେ କେନ୍ଦ୍ରମନ୍ତ୍ରୀ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଫୋଟ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ସମସ୍ତ ଜନହିତକର ଯୋଜନାଗୁଡିକ ସମ୍ପର୍କରେ ଲେଖା ହୋଇଛି ଏବଂ ଫଟୋ ଲଗାଯାଇଛି । ମହିମା ମେଳା ଉପଲକ୍ଷେ ଏହାର ଆୟୋଜନ କରାଯାଇଛି । ଏଠାକୁ ଆସୁଥିବା ଲୋକେ ଫଟୋ ଦେଖିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡିକ ସମ୍ପର୍କରେ ଜାଣି ପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଏହାମଧ୍ୟ ପଢନ୍ତୁ: ଗୁରୁ ମହିମା ଅଲେଖ ଧ୍ବନିରେ କମ୍ପୁଛି ମହିମା ଧାମ ଅଙ୍ଗାରବନ୍ଧ

ଅଙ୍ଗାରବନ୍ଧ ମହିମା ଧାମ ସର୍ବ ପୁରାତନ । କାହିଁ କେଉଁ ଆବାହମାନ କାଳରୁ ଏଠାରେ ମହିମା ମେଳା ହୋଇ ଆସୁଛି । ନିଜେ ସ୍ୱୟଂ ମହିମା ଗୋସାଇଁ ଏଠାକୁ ଆସିଥିଲେ । ତେଣୁ ଏ ସ୍ଥାନଟିର ଐତିହାସିକ ପୃଷ୍ଠଭୂମି ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଥିଲେ । ସାରା ବିଶ୍ବକୁ ଏହି ମହାନ ବାର୍ତ୍ତା ଦେଉଥିବା ମହିମା ଧର୍ମୀଙ୍କ ପୀଠସ୍ଥଳୀ ଭାବେ ବିଶ୍ଵପ୍ରସିଦ୍ଧ ଯୋରନ୍ଦା ଗାଦି ପରେ ଆଉ ଏକ ମହିମା ଗାଦି ହେଉଛି ଅନୁଗୋଳ ଜିଲ୍ଲାରେ ସ୍ଥିତ ଅଙ୍ଗାରବନ୍ଧ । ଅଙ୍ଗାରବନ୍ଧ ମହିମା ଧାମ ଭାବେ ଏହି ଗାଦିର ବେଶ୍ ମାହାତ୍ମ୍ୟ ରହିଛି । ଭକ୍ତମାନଙ୍କ ଯୁକ୍ତିରେ ଏହା ହେଉଛି ମହିମା ଗୋସାଇଁଙ୍କ ଖେଳ ସ୍ଥାନ । କୁହାଯାଏ, ଯୋରନ୍ଦା ଯିବା ପୂର୍ବରୁ ପ୍ରାୟ ୧୫୬ ବର୍ଷ ତଳେ ୧୮୬୪ ମସିହାରେ ନିଜେ ମହିମା ଗୋସାଇଁ ଅଙ୍ଗାରବନ୍ଧ ଆସି ଗାଁର ୧୬ଟି ପରିବାରକୁ ସିଧାସଳଖ ଦୀକ୍ଷିତ କରିଥିଲେ । ତାଙ୍କ ନିର୍ଦ୍ଦେଶରେ ଏହି ଧାମ ତାଙ୍କର ଖେଳ ଧାମ ବା ଦ୍ଵିତୀୟ ଯୋରନ୍ଦା ଭାବେ ପ୍ରସିଦ୍ଧି ଅର୍ଜନ କରିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.