ETV Bharat / state

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁଗୋଳ-ଢେଙ୍କାନାଳ ଗସ୍ତ, ରେଳ ଭିତ୍ତିଭୂମିର କଲେ ସମୀକ୍ଷା - ରେଳ ଭିତ୍ତିଭୂମିର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ରବିବାର ଅନୁଗୋଳ ଓ ଢେଙ୍କାନାଳ ଗସ୍ତରେ ଆସି ରେଳ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan Reviews Railway Project) । ଅଧିକ ପଢନ୍ତୁ

ରେଳ ଭିତ୍ତିଭୂମିର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

author img

By

Published : Sep 25, 2022, 1:58 PM IST

ଅନୁଗୋଳ: ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ରେଳ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan Reviews Railway Project) । ରେଳ ଯୋଗେ ଉଭୟ ଜିଲ୍ଲାରେ ବିଭିନ୍ନ ରେଳ ଷ୍ଟେସନରେ ଭିତ୍ତିଭୂମି ଉନ୍ନତି ପାଇଁ ଚାଲିଥିବା କାର୍ଯ୍ୟର ତଦାରଖ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସମ୍ବଲପୁରରୁ ଅନୁଗୋଳ ଦେଇ କଲିକତାକୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ହେବା ନେଇ ସୂଚନା ଦେଇଛନ୍ତି ।

ରେଳ ଭିତ୍ତିଭୂମିର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ: ମହାଳୟ ପାଇଁ ବିନ୍ଦୁସାଗରରେ ଭିଡ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ରବିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ରେଳ ପ୍ରକଳ୍ପ ବୁଲି ଦେଖିବା ସହ କିଭଳି ସେହି ସବୁ ପ୍ରକଳ୍ପ ଖୁବ ଶୀଘ୍ର ଶେଷ ହେବ ସେଥିପାଇଁ ବିଭାଗୀୟ ଉଚ୍ଚ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ସକାଳ ୧୦ଟାରେ ସେ ଏକ ସ୍ୱତନ୍ତ୍ର ରେଳ ଯୋଗେ ଆସି ଅନୁଗୋଳ ରେଳ ଷ୍ଟେସନରେ ପହଞ୍ଚି ଥିଲେ । ସେଠାରୁ ରେଳ ବିଭାଗ ଅଧିକାରୀମାନଙ୍କ ସହ ନିର୍ମାଣାଧୀନ ଅନୁଗୋଳ-ବଳରାମ ରେଳ ଲାଇନ ଯିବାସହ ସୁପରଭିଜନ କାର୍ଟରେ ଅଧିକାରୀ ମାନଙ୍କ ସହ ବୁଲି ଦେଖିଥିଲେ । ଏହା ପରେ ରେଳ ବିଭାଗ ମିଟିଂ ହଲରେ ବସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ ଦେଖିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ," ଅନୁଗୋଳ, ତାଳଚେର ଓ ଢେଙ୍କାନାଳରେ କୋଟି କୋଟି ଟଙ୍କାର ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଅନୁଦାନ ଦେଇଛନ୍ତି । ବିଶେଷ କରି କୋଇଲା ପରିବହନ ସୁବିଧା ପାଇଁ ତାଳଚେର ଓ ଅନୁଗୋଳ ମଧ୍ୟରେ ୩ଟି ନୂଆ ରେଳ ପଥ ନିର୍ମାଣ ହେବ । ବର୍ତ୍ତମାନ ଗୋଟିଏର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତାଳଚେର ଠାରୁ ଅନୁଗୋଳ ପର୍ଯ୍ୟନ୍ତ ଏଫସିଆଇ ଓ ନାଲକୋ ଦେଇ ଏକ ନୂଆ ରେଲପଥ ନିର୍ମାଣ କରାଯିବ । ସେଥିପାଇଁ ପ୍ରଧାନମନ୍ତ୍ରୀ ୫୦୦କୋଟି ଟଙ୍କା ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଅନୁଗୁଳରୁ ତାଳଚେର ଓ ଢେଙ୍କାନାଳ ଦେଇ କଲିକତା ପର୍ଯ୍ୟନ୍ତ ଏକ ନୂଆ ଯାତ୍ରୀବାହୀ ଟ୍ରେନ ଚାଲିବ । ସେଥିପାଇଁ ରେଳ ମନ୍ତ୍ରୀ ଅନୁମୋଦନ କରି ସାରିଛନ୍ତି । ତେଣୁ ଏ ସମସ୍ତ କାର୍ଯ୍ୟର ସମୀକ୍ଷା କରିବାକୁ ଉଭୟ ଜିଲ୍ଲା ଗସ୍ତ କରୁଛି।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.