ETV Bharat / state

ଭୋଟ୍ ଦେଲେ ଉପବାଚସ୍ପତି ରଜନୀକାନ୍ତ ସିଂ - ଭୋଟ୍ ଦେଲେ ଉପବାଚସ୍ପତି

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଭୋଟ୍‌ ଦେଲେ ଓଡିଶା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂ । ଅଧିକ ପଢନ୍ତୁ

ଭୋଟ୍ ଦେଲେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ

author img

By

Published : Feb 16, 2022, 10:02 AM IST

Updated : Feb 16, 2022, 10:25 AM IST

ଅନୁଗୋଳ: ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ସକାଳୁ ସକାଳୁ ଅନୁଗୋଳର ବିଭିନ୍ନ ବୁଥରେ ମତଦାନ କରୁଛନ୍ତି ମତଦାତା । ଗଣତନ୍ତ୍ରର ଏହି ମହାପର୍ବରେ ଓଡିଶା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂ ମଧ୍ୟ ସାମିଲ ହୋଇଛନ୍ତି । ଉପବାଚସ୍ପତି ନିଜ ଗାଁ ଅନୁଗୋଳ ସ୍ଥିତ ଗୋତମରାରେ ଭୋଟ୍ ଦେଇଛନ୍ତି ।

ଭୋଟ୍ ଦେଲେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ

ଆଜି ଅନୁଗୋଳ ଜିଲ୍ଲାର ଦୁଇଟି ବ୍ଲକରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । ଉପବାଚସ୍ପତି ରାଜନୀକାନ୍ତି ସିଂ ନିଜ ଗାଁ ଗୋତମରା ସ୍କୁଲରେ ହୋଇଥିବା ୭ ନମ୍ବର ବୁଥରେ ସକାଳ ପ୍ରାୟ ସାଢ଼େ ୭ଟାରେ ନିଜ ପତ୍ନୀଙ୍କ ସହ ଯାଇ ମତସାବ୍ୟସ୍ତ କରିଥିବାର ଦେଖାଯାଇଛି । ଏହି ବୁଥରେ ପ୍ରବଳ ଭିଡ ହୋଇଥିଲା । ଲୋକେ ସକାଳୁ ସକାଳୁ ଭୋଟ ଦେବାକୁ ଲମ୍ବା ଲାଇନ ଲଗାଇଥିଲେ । ଉପବାଚସ୍ପତି ମଧ୍ୟ ନିଜେ ଲାଇନରେ ଠିଆ ହୋଇ ରହିଥିଲେ । ଗୋତମରା ସ୍କୁଲରେ ୮ଟି ବୁଥ୍ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ଚାଲିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Feb 16, 2022, 10:25 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.