ETV Bharat / state

GST ଫାଙ୍କିବା ଅଭିଯୋଗରେ ଗହଣା ଦୋକାନରେ ଅର୍ଥ ବିଭାଗର ଚଢ଼ାଉ - Vanita Jewellers

ସହରର ପ୍ରତିଷ୍ଠିତ ସୁନା ବ୍ୟବସାୟୀ ବନିତା ଜୁଏଲର୍ସ ଉପରେ ଅର୍ଥ ବିଭାଗ ଓ ଓଜନ ମାପ ବିଭାଗ ଚଢାଉ କରିଛି । ଅଧିକ ପଢ଼ନ୍ତୁ...

GST ଫାଙ୍କିବା ଅଭିଯୋଗରେ ଗହଣା ଦୋକାନରେ ଅର୍ଥ ବିଭାଗର ଚଢ଼ାଉ

author img

By

Published : Oct 4, 2021, 10:37 PM IST

ଅନୁଗୋଳ: ସୁନା ଦୋକାନର ଟିକସ ଫାଙ୍କିବା ସହ ବିଭିନ୍ନ ଅର୍ଥ କାରବାରରେ ଅନିୟମିତତା ନେଇ ହୋଇଛି ଅଭିଯୋଗ । ଏନେଇ ଆଜି (ସୋମବାର) ଅନୁଗୋଳ ଜିଲ୍ଲାରେ GST, ଅର୍ଥ ବିଭାଗ ଓ ଓଜନ ମାପ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି ।

GST ଫାଙ୍କିବା ଅଭିଯୋଗରେ ଗହଣା ଦୋକାନରେ ଅର୍ଥ ବିଭାଗର ଚଢ଼ାଉ

ତେବେ ସହରରେ ଥିବା ଏକ ସୁନା ଦୋକାନ ସମେତ ଶାନ୍ତି ବଜାର ଓ ହରିମୋଉରୀ ଛକ ନିକଟ ରାସ୍ତା ପାର୍ଶ୍ବରେ ଥିବା ବନିତା ଜୁଏଲାରୀ ଦୋକାନରେ ଛାନଭିନ୍ କରିଛି ଅର୍ଥ ବିଭାଗ ।

ସେପଟେ ଗ୍ରାହକଙ୍କ ଠାରୁ ଓଜନ ମାପରେ ଠକୁଥିବା ନେଇ ପୂର୍ବରୁ ବହୁବାର ଅଭିଯୋଗ ହୋଇ ଆସୁଥିଲା । ଆଉ ଏହି ଘଟଣାକୁ ନେଇ ବିଭାଗ ଅଧିକାରୀ ମାନେ ରେଡ଼ ଜାରି ରଖିଛନ୍ତି । ତେବେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ମୁତୟନ ହୋଇଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.