ETV Bharat / state

ନୂଆ ମୋଟର ଯାନ ଆଇନକୁ ଡିୱାଇଓର ବିରୋଧ - ଡେମୋକ୍ରାଟିକ ୟୁଥ୍ ଅର୍ଗାନାଇଜେସନ

ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନକୁ ଅନୁଗୋଳରେ ବିରୋଧ। ଏହି ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଡେମୋକ୍ରାଟିକ ୟୁଥ୍ ଅର୍ଗାନାଇଜେସ(ଡିୱାଇଓ)।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ
author img

By

Published : Sep 24, 2019, 2:58 PM IST

ଅନୁଗୋଳ: ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନକୁ ବିରୋଧ । ଏହି ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଡେମୋକ୍ରାଟିକ ୟୁଥ୍ ଅର୍ଗାନାଇଜେସନ (ଡିୱାଇଓ) । ଏହି ସଙ୍ଗଠନ ଦାବି କରିଛି ଯେ, ଯେଉଁଠି ଗାଡି ଚଳାଇବା ପାଇଁ ଭଲ ରାସ୍ତାଟିଏ ନାହିଁ ସେଠି ମୋଟର ଯାନ ଆଇନ ଲଗାଇ ସାଧାରଣ ଜନତାଙ୍କୁ ଶୋଷଣ କରାଯାଉଛି । ଯାହାକୁ ବିରୋଧ କରିବା ସହିତ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଡିୱାଇଓ ।

ସଙ୍ଗଠନ ଅଭିଯୋଗ କରିଛି ଯେ, ଦେଶରେ ଆଇନ ଲାଗୁ ହେବା ପରେ ଅନେକ ରାଜ୍ୟ ଏହାକୁ ସମର୍ଥନ କରିନାହାଁନ୍ତି । ହେଲେ ରାଜ୍ୟ ସରକାର ଆଇନକୁ ସମର୍ଥନ କରି ରାଜ୍ୟବାସୀଙ୍କୁ କେବଳ ଲୁଟୁଛନ୍ତି । ଏନେଇ 8 ଦଫା ସମ୍ବଳିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କୁ ପ୍ରଦାନ କରାଯାଇଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଜିଲ୍ଲାରେ ବିଭିନ୍ନ କମ୍ପାନୀ ଓ ଖଣି ଖାଦାନ ଥିଲେ ବି ଏଠାକାର ଯୁବକ ଯୁବତୀ ଚାକିରି ନପାଇ ବେକାର । ଏବେବି ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ଓ କର୍ମଚାରୀ ନଥିବାରୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏହା ସହିତ ସମସ୍ତ ବେକାରୀଙ୍କୁ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ସେମାନଙ୍କୁ ବେକାରୀ ଭତ୍ତା ପ୍ରଦାନ ସହିତ ଚାକିରି ଓ ଅବଶ୍ୟକୀୟ ଡାକ୍ତର ଜିଲ୍ଲାକୁ ଯୋଗାଇ ଦେବାକୁ ଦାବି କରାଯାଇଛି।

ଯଦି ସରକାର ଲାଗୁ କରିଥିବା ଆଇନକୁ ସଂଶୋଧନ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ସଙ୍ଗଠନ ଚେତାବନୀ ଦେଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଲାଗୁ ହୋଇଥିବା ନୂଆ ମୋଟର ଜାନ ଆଇନକୁ ବିରୋଧ । ଆଇନ ବିରୁଦ୍ଧରେ ଆନ୍ଦୋଳନ କୁ ଓହ୍ଲାଇଛି ଅଲ ଇଣ୍ଡିଆ DYO ।Body: ସଂଗଠନ ଦାବି କରିଛି। ଯେଉଁଠି ଗାଡି ଚଳାଇବା ପାଇଁ ଭଲ ରାସ୍ତା ଟିଏ ନାହିଁ ସେଠି ମୋଟର ଜାନ ଆଇନ ଲଗାଇ ସାଧାରଣ ଜନତା ଙ୍କୁ ଶୋଷଣ କରାଯାଉଛି। ଯାହାକୁ ସଂଗଠନ ବିରୋଧ କରିବା ସହିତ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ଭିକ୍ଷୋବ ପ୍ରଦର୍ଶନ ମଧ୍ୟ କରିଛି । ଏହା ଛଡା ସଂଗଠନ ଅଭିଯୋଗ କରିଛି ଦେଶ ରେ ଆଇନ ଲାଗୁହେବା ପରେ ଅନେକ ରାଜ୍ୟ ଏଗକୁ ସମର୍ଥନ କରି ନାହାଁନ୍ତି । ହେଲେ ରାଜ୍ୟ ସରକାର ଆଇନ କୁ ସମର୍ଥନ କରି ରାଜ୍ୟବାସୀ ଙ୍କୁ କେବଳ ଲୁଟୁଛନ୍ତି । ଏନେଇ ସଂଗଠନ ପକ୍ଷରୁ 8 ଦଫା ସମ୍ବଳିତ ଏକ ଦାବି ପତ୍ର ମଧ୍ୟ ମୁଖ୍ୟ ମନ୍ତ୍ରୀଙ୍କ ଇଦେଶ୍ୟ ରେ ଜିଲ୍ଳାପାଳ ଙ୍କୁ ପ୍ରଦାନ କରିଛନ୍ତି । ଗଙ୍ଗଠନ ଅଭିଯୋଗ କରିଛି ଜିଲ୍ଲା ରେ ବିଭିନ୍ନ କମ୍ପାନୀ ଓ ଖଣି ଖଦାନ ଥିଲେ ବି ଏଠି ଯୁବକ ଯୁବତୀ ଚାକିରୀ ନପାଇ ବେକାର । ଏବେବି ଜିଲ୍ଲାର ସମସ୍ତ ଡାକ୍ତର ଖାନା ରେ ଅବଶ୍ୟକୀ ଡାକ୍ତର ଓ କର୍ମଚାରୀ ନଥିବାରୁ ରୋଗୀ ସେବା ବିପର୍ଯ୍ୟସ୍ତ। ଏହା ସହିତ ସମସ୍ତ ବେକାରଙ୍କୁ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ସେମାନଙ୍କୁ ବେକାରୀ ଭତ୍ତା ପ୍ରଦାନ ସହିତ ଚାକିରୀ ଓ ଅବଶ୍ୟକୀ ଡାକ୍ତର ଜିଲ୍ଲାକୁ ଯୋଗାଇ ଦେବାକୁ ଦାବି କରାଯାଇଛି।
Byte 1 ମାନସ ପାଳ, ଆନ୍ଦୋଳନ କାରୀ
Byte 2 ବିଷ୍ଣୁ ଚରଣ ସାହୁ, ଆନ୍ଦୋଳନ କାରୀConclusion:ଯଦି ସରକାର ଲାଗୁ କରାଇଥିବା ଆଇନ କୁ ସଂଶୋଧନ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବବୋଲି ସଂଗଠନ ଚେତାବନୀ ଦେଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.