ଅନୁଗୋଳ: ଭାରତୀୟ ଭାଷା ଆନ୍ଦୋଳନର ଏକ ସଚେତନତା ସଭା ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଆନ୍ଦୋଳନରେ ଓଡିଶା ପ୍ରାନ୍ତ କାର୍ଯ୍ୟକାରିଣୀ ମୁଖ୍ୟ ଅର୍ଜୁନ କୁମାର ମୁଦୁଲିଙ୍କ ଆହ୍ବାନରେ ଅନୁଷ୍ଠିତ ଏହି ସଭାରେ ଆନ୍ଦୋଳନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନବୀନ କୌଶିକ ଏବଂ ରାଷ୍ଟ୍ରୀୟ ମନ୍ତ୍ରୀ ବିଶାଳ ଯୋଶୀ ଓ ଅଜୟ ଶର୍ମା ଯୋଗ ଦେଇଥିଲେ।
ସମସ୍ତ ନ୍ୟାୟାଳୟର ଭାଷା ମାତୃଭାଷା କରିବା, ଜନତାଙ୍କୁ ନ୍ୟାୟ ଜନତାଙ୍କ ଭାଷାରେ ମିଳିବା ଦାବିରେ ଭାରତର ସମସ୍ତ ରାଜ୍ୟ ପରିଭ୍ରମଣ କରି ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ସହ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଉଥିବା ସେମାନେ ପ୍ରକାଶ କରିଥିଲେ। ଦେଶବ୍ୟାପୀ ଏଭଳି ସଚେତନତା କରିବାକୁ ଲକ୍ଷ ରଖିଥିବା କହିଛି ସଂଗଠନ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ