ETV Bharat / state

ମରଣାଯନ୍ତା ପାଲଟିଛି ମୁକୁଳା ଟ୍ରାନ୍ସଫର୍ମର - ଅନୁଗୋଳ

ଜନଗହଳି ସ୍ଥାନରେ ମୁକୁଳା ପଡିଛି ଟ୍ରାନ୍ସଫର୍ମର । ଜାତୀୟ ରାଜପଥ ଠାରୁ ବଜାର ଛକ ପର୍ଯ୍ୟନ୍ତ । ଆଉ ଟିକିଏ ଅନ୍ୟମନସ୍କ କୌଣସି ଅଘଟଣକୁ ଏଡାଇ ଦେଇପାରିବ ନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 8, 2019, 2:33 PM IST

ଅନୁଗୋଳ: ବିପଦକୁ ବରଣ କରି ବିଦ୍ୟୁତ ଜାଳୁଛନ୍ତି ଅନୁଗୋଳବାସୀ । କାହିଁ ନା ଏଠି ମୁକୁଳା ପଡିଛି ଟ୍ରାନ୍ସଫର୍ମର । ଜାତୀୟ ରାଜପଥ ଠାରୁ ବଜାର ଛକ ପର୍ଯ୍ୟନ୍ତ । ସମସ୍ତ ଜନଗହଳିପୂର୍ଣ୍ଣରେ ମୁକୁଳା ପଡିଛି ଟ୍ରାନ୍ସଫର୍ମର । ସାମାନ୍ୟ ଅନ୍ୟମନସ୍କ କୌଣସି ଅଘଟଣକୁ ଏଡାଇ ଦେଇପାରିବ ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଜନଗହଳି ସ୍ଥାନରେ ପଡିରହିଛି ତାର, କଟାଉଟ ଓ ସବଷ୍ଟେସନ । ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ପୁରା ଅନୁଗୋଳ ସହରରେ ମୁକୁଳା ପଡିଛି ବିଦ୍ୟୁତ ଟ୍ରାନ୍ସଫର୍ମର । ଆଉ ଟିକିଏ ଅନ୍ୟମନସ୍କ ନେଇପାରେ ସାଧାରଣଙ୍କ ଜୀବନ । ଏଭଳି ବିପଦର ବଳୟ ବିଦ୍ୟୁତ ସରବରାହକ ସଂସ୍ଥା ସୃଷ୍ଟି କରିଥିବା ବେଳେ ଘରୋଇ କମ୍ପାନୀକୁ ଦୋଷ ଦେଇ ଖସିଯାଉଛି ବିଦ୍ୟୁତ ବିଭାଗ । ।

ନିୟମ ଅନୁଯାୟୀ, ଟ୍ରାନ୍ସଫର୍ମର ଚାରିକଡେ ତାର ବାଡ କିମ୍ବା ପାଚେରୀ ଦିଆଯିବା କଥା କିନ୍ତୁ ଜାତୀୟ ରାଜପଥରେ ଦେଖିବାକୁ ମିଳୁଛି ମୁକୁଳା ଟ୍ରାନ୍ସଫର୍ମର । ସହରର ଗାନ୍ଧୀମାର୍ଗ ଛକ ଠାରୁ ବଜାର ଛକ, ଆଉ ବସଷ୍ଟାଣ୍ଡରୁ କଲେଜ ଛକ । ସବୁଠି ମୁକୁଳା ଅବସ୍ଥାରେ ପଡିରହିଛି ଟ୍ରାନ୍ସଫର୍ମର । ସେପଟେ, ସେସୁ ମ୍ୟାନେଜର କହନ୍ତି, ବିଦ୍ୟୁତ ଲୋର୍ଡ ବଢୁଥିବାରୁ ଟ୍ରାନ୍ସଫର୍ମର ସ୍ଥାନାନ୍ତରିତ କରାଯାଉଛି । ଯେଉଁଠି ଅବ୍ୟବସ୍ଥା ଅଛି ତାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.