ଅନୁଗୋଳ: କଣିହାଁ ଥାନା ଝରାବେରିଣୀ ଗାଁ ନିକଟ ଟିକିରା ନଦୀପଠାରେ ଏକ ଯୁବକର ଗଳିତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିନାହିଁ ।
ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସାଧାରଣରେ ସନ୍ଦେହ ଉପୁଜିଛି । ଗଳିତ ମୃତଦେହଟି ତିନି ଚାରି ଦିନ ତଳର ହୋଇଥିବା ଅନୁମାନ କରାଯାଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ