ETV Bharat / state

ଅନୁଗୋଳରେ ଅସମ୍ଭାଳ ଶୀତ, ଭାଙ୍ଗିଲା ରେକର୍ଡ

ସାରା ରାଜ୍ୟରେ ଶୀତ ଲହରୀ । ଜନଜୀବନକୁ କଲାଣି ଅସ୍ତବ୍ୟସ୍ତ । ଗତ ଦୁ୍ଇ ଦିନ ମଧ୍ୟରେ ଅନୁଗୋଳ ଜିଲ୍ଲାରେ ହଠାତ ତାପମାତ୍ରା 8 ଡିଗ୍ରୀରୁ ଖସି 4ରେ ପହଞ୍ଚିଛି ।

author img

By

Published : Dec 30, 2019, 10:01 AM IST

cold wave in Angul
ଜାଡ ଥରାଉଛି, ଅସ୍ତବ୍ୟସ୍ତ ଜୀବନ

ଅନୁଗୋଳ: ଅସମ୍ଭାଳ ଶୀତରେ ଥରୁଛି ସାରା ଓଡ଼ିଶା । ଜାଡରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଦିନକୁ ଦିନ ପାରଦ ଖସିବାରେ ଲାଗିଛି । ଗତ ଦୁ୍‌ଇ ଦିନ ମଧ୍ୟରେ ଅନୁଗୋଳ ଜିଲ୍ଲାରେ ହଠାତ ତାପମାତ୍ରା 8 ଡିଗ୍ରୀରୁ 4.6କୁ ଖସି ଆସିଛି । ଫଳରେ କାଠୁଆ ଶୀତ ଜିଲ୍ଲାବାସୀଙ୍କୁ କଲବଲ କରୁଛି । କେବଳ ମଣିଷ ନୁହେଁ, ପଶୁପକ୍ଷୀ ମଧ୍ୟ ବେଶ ପ୍ରଭାବିତ ହୋଇଛନ୍ତି ।

ସାରା ରାଜ୍ୟରେ ଏବେ ଜାରି ରହିଛି ଶୀତ ଲହରୀ । ଆଉ ଜାରି କରିଛି ଅଘୋଷିତ କର୍ଫ୍ୟୁ । ସନ୍ଧ୍ୟା ହେଲେ ରାସ୍ତାଘାଟ, ବଜାର ସବୁ ଶୂନଶାନ ହୋଇପଡୁଛି । ଶୀତରୁ ରକ୍ଷା ପାଇଁ କେତେକ ନିଆଁ ଜାଳି ପୁଇଁ ହେଉଥିବାର ଦେଖିବାକୁ ମଧ୍ୟ ମିଳୁଛି । ସବୁ ସମୟରେ ପାର୍କ ଓ ପଡିଆକୁ ମର୍ଣ୍ଣିଂ ୱାର୍କ ଓ ବ୍ୟାୟାମ ପାଇଁ ଆସୁଥିବା ଲୋକେ ଏବେ ଘରୁ ଆଉ ପାଦ କାଢୁନାହାଁନ୍ତି । ଆଉ ଦିନ ତମାମ ଲାଗି ରହିଛି କୋହଲା ପବନ । ବିଳମ୍ବରେ ହଠାତ ଶୀତ ଆସିଥିବାରୁ ଲୋକେ ନିଜକୁ ଖାପଖୁଆଇ ପାରୁ ନାହାଁନ୍ତି । ରାତ୍ରୀରେ ବସ ଯାତ୍ରା କରୁଥିବା ଯାତ୍ରୀ ହୁଅନ୍ତୁ ଅବା ରାତ୍ରୀ ଜଗୁଆଳୀଙ୍କୁ ଜାଡ ଆଣିଦେଇଛି କଷ୍ଟ ।

ଜାଡ ଥରାଉଛି, ଅସ୍ତବ୍ୟସ୍ତ ଜୀବନ

ସେପଟେ, ସକାଳ ହେଲେ ଚା ଦୋକାନରେ ଭିଡ଼ । ନିହାତି କାମ ନଥିଲେ କେହିବି ବାହାରକୁ ବାହାରୁ ନାହାଁନ୍ତି । ସହରରେ ଦିନ ମଜୁରିଆ ଓ ବାହାରେ କାମ କରି ବଞ୍ଚୁଥିବା ଲୋକଙ୍କ ପାଇଁ ଶୀତ ସମସ୍ୟା ଭାବେ ଛିଡା ହୋଇଛି । ଆଉ ନିରାଶ୍ରୟଙ୍କ ପାଇଁ ଅନ୍ୟର ଦୋକାନ ବରଣ୍ଡା ହୋଇଛି ଆଶ୍ରୟସ୍ଥଳୀ । ଖାଲି ମଣିଷ ନୁହେଁ ଗୋରୁଗାଈ ମଧ୍ୟ ଶୀତରୁ ରକ୍ଷା ପାଇବା ପାଇଁ ମଧ୍ୟ ଦୋକାନ ବାରଣ୍ଡାରେ ଶୋଇରହିଛନ୍ତି । କେହି କେହି ଶୀତକୁ ଆଦରି ନେଉଥିବାବେଳେ କେହି କେହି ଶୀତ ସହ୍ୟ କରି ପାରୁନାହାଁନ୍ତି ।

ଚଳିତ ବର୍ଷ ଜିଲ୍ଲାରେ ଶୀତର ପ୍ରକୋପ ରେକର୍ଡ ଭାଙ୍ଗିଛି । ଆଗକୁ ତାପମାତ୍ରା ଆହୁରି 3/4 ଦିନ ଶୀତର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାକୁ ନେଇ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ଲୋକେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଥରୁଛି ଅନୁଗୋଳ । ଦିନକୁ ଦିନ ଖସିବାରେ ଲାଗିଛି ପାରଦ । ଗତ ଦୁଇ ଦିନ ଧରି ଜିଲ୍ଲାରେ ତାପମାତ୍ରା 8 ଡ଼ିଗ୍ରୀ ରୋହୁଥିବା ବେଳେ ହଠାତ ଆଜି ତାହା 4.6 ଡ଼ିଗ୍ରୀକୁ ଖସି ଆସିଛି । ଫଳରେ ଅକାଠୁଆ ଯାଡରେ ଅସ୍ତବ୍ୟସ୍ତ ହୋଇ ପାପଡିଛି ଜନ ଜୀବନ । ଖାଲି ମଣିଷ ନୁହେଁ ପଶୁମାନେ ମଧ୍ୟ ଏଥିପାଇଁ ପ୍ରଭାବିତ ହୋଇଛନ୍ତି ।Body:Vo – 1
ଆସିଛି ଶୀତ । ଜାରି କରିଛି ଅଘୋଷିତ କରଫ୍ୟୁ । ପୁରା ଜୀବନ ଯାତ୍ରାକୁ କରିଛି ପ୍ରଭାବିତ । ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଏଥିରେ ପ୍ରଭାବିତ ହୋଇଛି
ଅନୁଗୋଳ । ସନ୍ଧ୍ୟା ହେଲେ ରାସ୍ତା ଘାଟ, ବଜାର ସବୁ କିଛି ହୋଇ ଯାଉଛି ଶୁନସାନ । ଯେଉଁଠି ଦେଖିଲେ ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସିଛନ୍ତି । ସବୁ ସମୟରେ ପାର୍କ ଓ ପଡ଼ିଆ କୁ ମର୍ଣ୍ଣିଂ ଓ୍ବାର୍କ ଏବଂ ବ୍ୟାୟାମ ପାଇଁ ଆସୁଥିବା ଲୋକେ ଆଉ ଆସୁ ନାହାଁନ୍ତି । ଆଉ ଦିନ ତମାମ ଲାଗିରହୁଛି କୋହଲା ପବନ । ବିଳମ୍ବରେ ହଠାତ ଶୀତ ଆସିଥିବାରୁ ଲୋକେ ନିଜକୁ ଖାପ ଖୁଆଇ ପାରୁ ନାହାନ୍ତି । ରାତିରେ ବସ ଯାତ୍ରା କରୁଥିବା ଲୋକେ ହୁଅନ୍ତୁ କିମ୍ବା ରାତ୍ରି ଜଗୁଆଳି ଏମାନଙ୍କୁ ଜାଡ ଦେଇଛି କଷ୍ଟ ।
Byte – 1 ରାଜ କୁମାର , ବସ କୁ ଅପେକ୍ଷା କରିଥିବା ଯାତ୍ରୀ
Byte – 2 ଅଭିରାମ ଶେଠୀ , ରାତ୍ରି ଜଗୁଆଳି
Vo – 2
ଜିଲ୍ଲାରେ ଚଳିତ ବର୍ଷ ଶୀତର ପ୍ରକୋପ ବିଗତ ବର୍ଷ ଗୁଡ଼ିକର ରେକଡ ଭାଙ୍ଗିଛି । ଆଗକୁ ତାପମାତ୍ରା ଆହୁରି କମିବାର ସମ୍ଭାବନା ଥିବାରୁ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି । ସକାଳ ହେଲେ ଚା ଦୋକାନରେ ଭିଡ଼ । ନିହାତି କାମ ନଥିଲେ କେହିବି ବାହାରକୁ ବାହାରୁ ନାହାଁନ୍ତି । ସହରରେ ଦିନ ମଜୁରିଆ ଓ ବାହାରେ କାମ କରି ବଞ୍ଚୁଥିବା ଲୋକଙ୍କ ପାଇଁ ଶୀତ ସମସ୍ୟା ଭାବେଛିଡା ହୋଇଚି । ଆଉ ନିରାଶ୍ରୟ ଙ୍କ ପାଇଁ ଅନ୍ୟର ଦୋକାନ ବରଣ୍ଡା ହୋଇଛି ଆଶ୍ରୟସ୍ଥଳୀ । ଖାଲି ମଣିଷ ନୁହେଁ ଗୋରୁ ଗାଈ ମଧ୍ୟ ଶୀତରୁ ରକ୍ଷା ପାଇବା ପାଇଁ ମଧ୍ୟ ଦୋକାନ ବାରଣ୍ଡା ରେ ସୋଇଛନ୍ତି । କେହି କେହି ଶୀତ କୁ ଆଦରି ନେଉଥିବା ବେଳେ କେହି କେହି ଶୀତ ସହ୍ୟ କରି ପାରୁ ନାହାଁନ୍ତି ।
Byte – 3 ଅଭିରାମ ସ୍ଵାଇଁ, ସହରବାସୀ
PTCConclusion:ଆଗକୁ ଆହୁରି 3/4 ଦିନ ଶୀତର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାକୁ ନେଇ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ଲୋକେ । ପ୍ରବଳ ଶୀତ ହେଲେ ଦୈନିନ୍ଦିନ କାମରେ ପ୍ରଭାବିତ ହେବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.